ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଇଥିବା ଏକ ଭିଡ଼ିଓ ଯାହାକୁ ନେଇ ଏବେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଥିବା କୁହାଯାଇଛି | ତେବେ ଆପଣ ମାନେ ତ ଜାଣିଥିବେ କି ଆଜି କାଲି ପ୍ରେମ ସମ୍ପର୍କ ଆଉ ତାହାକୁ ନେଇକି ଗର୍ଭବତୀ ହେବା ଗୋଟିଏ ସାଧାରଣ ଘଟଣା ହୋଇ ଗଲାଣି ଆଜିର ସମାଜରେ | ତେବେ ଏଠି ଦେଖିବାକୁ ମିଳିଛି କି ରଜସ୍ଥାନ ର ଝିଅ ଓଡ଼ିଆ ପୁଅଙ୍କ ସହିତ ପ୍ରେମ ସମ୍ପର୍କ କରିକି ବର୍ତ୍ତମାନ ଧୋକା ପାଇଛନ୍ତି |ତେବେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖାଯାଇଛି ଯେ ଜଣେ ଗର୍ଭବତୀ ଯୁବତୀ ତାଙ୍କ ପ୍ରେମିକା କୁ ଖୋଜି ଖୋଜି ପ୍ରେମିକା ର ଆଧାର କାର୍ଡ ଧରି ରାଜସ୍ଥାନ ରୁ ଓଡିଶା ଆସିଛନ୍ତି ଓ ଏହାକୁ ନେଇ ଏବେ ସୋସିଆଲ ଠୁ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ବନ୍ଧୁ ଗଣ କୁହାଯାଏ ପ୍ରେମ ଯିଏ କରିଛି ସେ ଏକା ଜାଣିଛି ପ୍ରେମ ମୂଲ୍ୟ କଣ | ପ୍ରେମ କରି ପ୍ରେମିକ କୁ ରାଜସ୍ଥାନ ର ଏକ ମନ୍ଦିର ବିବାହ କରିଥିଲେ ଯୁବତୀ ଜଣଙ୍କ ତାପରେ ତାଙ୍କ ସହିତ ସବୁ ପ୍ରକାର ସମ୍ପର୍କ ରଖିବା ପରେ ପ୍ରେମିକ ଜଣଙ୍କ ରାଜସ୍ଥାନ ଛାଡି ଓଡିଶା ଚାଲି ଆସିଥିଲେ | ତେବେ ପ୍ରେମ ସବୁକିଛି ହରାଇ ସାରିଥିବା ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ ସ୍ୱାମୀ ଙ୍କ ଆଧାର କାର୍ଡ କୁ ଧରି ତାଙ୍କୁ ଖୋଜି ତାଙ୍କ ଘରେ ପହଞ୍ଚିଥିଲେ | ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଜଣା ପଡିଛି | ଆଉ ଯାହା ପାଇଁ ସେ ନ୍ୟାୟ ପାଇବା ସହିତ ତାଙ୍କର ପ୍ରେମିକ ଙ୍କୁ ଖୋଜିବାକୁ ଓଡିଶା ଆସିଛନ୍ତି |
ତେବେ ଯୁବତୀ ଜଣଙ୍କ କହିବା କଥା ଅନୁଯାୟୀ କିଛି ଦିନ ପୂର୍ବରୁ ରାଜସ୍ଥାନ ରେ ପାଇପ କାମ କରୁଥିବା ଓଡିଶା ସରଜ ଙ୍କୁ ସେ ମନ୍ଦିର ରେ ବିବାହ କରିଥିଲେ |ତାହା ପରେ ସେ ଦୁଇ ଥର ଗର୍ଭବତୀ ହେଇଥିଲେ ମଧ୍ୟ ସେ ଶରଜ ତାଙ୍କ ଗର୍ଭ ନଷ୍ଟ କରିବା ପାଇଁ କହିଥିଲେ | ଯେତେବେଳେ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ ଶରଜ ଙ୍କୁ କୋର୍ଟ ରେ ବିବାହ କରିବା ପାଇଁ କହିଥିଲେ ସେତେବେଳେ ଶରଜ କହିଥିଲେ ଏବେ ନୁହେଁ ମୋତେ ଆଉ ଟିକେ ସମୟ ଦରକାର ଏହା କହି ଶରଜ ତାଙ୍କ ପ୍ରେମିକା କୁ ଛାଡି ଚାଲି ଆସିଥିଲେ | ହେଲେ ପ୍ରେମିକା ଙ୍କ ପାଖରେ ରହିଯାଇଥିଲା ଶରଜ ଙ୍କ ଆଧାର କାର୍ଡ |
ତେବେ ଆଧାର କାର୍ଡ ଥିବା ଠିକଣା କୁ ଆଧାର କରି ଯୁବତୀ ଜଣଙ୍କ ରାଜସ୍ଥାନ ରୁ ଓଡିଶା ର କେନ୍ଦ୍ରାପଡ଼ା ଜିଲ୍ଲା ପୋଟାମୁଣ୍ଡେଇ ରେ ଥିବା ଶରଜ ଙ୍କ ଘରେ ପହଞ୍ଚିଥିଲେ | ହେଲେ ଶରଜ ତାଙ୍କୁ ଧରା ଛୁଆଁ ନ ଦେବା ସହିତ ତାଙ୍କ ପରିବାର ଲୋକ ଉକ୍ତ ଯୁବତୀ ଙ୍କୁ ଗାଳି ଗୁଲଜ କରି ଘର ଘଡ଼ାଇ ଦେଇଛନ୍ତି ଓ ତାପରେ ପୋଲିସ ଯୁବତୀ ଜଣଙ୍କୁ ନେଇ ଏକ ଆଶ୍ରମ ନେଇ ଛାଡି ଆସିଥିଲେ | ହେଲେ ଯୁବତୀ ଜଣଙ୍କ ଆଶ୍ରମରୁ ଖୋସି ଯାଇ ଏବେ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଦୀର୍ଘ ଦେଢ଼ ମାସ ହେବ ଧାରଣା ରେ ବସିଛନ୍ତି | ତେବେ ଏବେ ଦେଖିବାକୁ ବାକି ରହିଛି ଯେ କଣ ଓଡିଶା ପ୍ରଶାସନ ଅସହାୟ ଯୁବତୀ ଙ୍କୁ ନ୍ୟାୟ ଦେଇ ପାରିବ କି ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି | ଯାହା ଏବେ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।