ଦେଖନ୍ତୁ ଗିରଫ ହେବା ପୂର୍ବରୁ କେମିତି ଗାର୍ଲଫ୍ରେଣ୍ଡ ଙ୍କ ସହ ରୋମାନ୍ସ କରୁଥିଲେ ଏହି ଅଭିନେତା… ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ଜାଣିଛନ୍ତି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି ଯେଉଁଠି ଜଣେ ଅଭିନେତ୍ରୀ ଙ୍କୁ ପ୍ରତାରଣା କରି ଶେଷରେ ଜଣେ ଅଭିନେତା ଗିରଫ ହୋଇଛନ୍ତି।ଏହି ଅଭିନେତା ଜଣଙ୍କ ଧାରାବାହିକ ରେ ଅଭିନୟ କରୁ ଥିବା ଜଣେ ଜଣାଶୁଣା ଲୋକପ୍ରିୟ ଚେହେରା। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗିରଫ ଅଭିନେତା ଜଣକ ହେଲେ ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ଏମ୍‌.ସୁମନ କୁମାର। ତେବେ ଯାହା ଅଭିଯୋଗ ହୋଇଛି ସେହି ଅନୁସାରେ ଅଭିନେତା ସୁମନ ୨ ବର୍ଷ ଧରି ଜଣେ ଅଭିନେତ୍ରୀଙ୍କ ସହ ପାହାଳ ଥାନା ଅଧୀନ ହଂସପାଳରେ ଏକ ଫ୍ଲାଟରେ ଏକତ୍ର ରହୁଥିଲେ। ସେମାନେ ଲିଭ୍ ଇନ୍ ରିଲେସନଶିପ ରେ ରହି ଆସୁଥିଲେ।

ଆଉ ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ। କିନ୍ତୁ ଅଭିନେତା ଜଣଙ୍କ ତାଙ୍କ ସହ ଖେଳୁଥିଲେ ବୋଲି ଅଭିଯୋଗ ହୋଇଛି।ତେଣୁ ପରବର୍ତ୍ତୀ ସମୟରେ ସୁମନ ଅଭିନେତ୍ରୀଙ୍କୁ ବିବାହର ପ୍ରଲୋଭାନ ଦେଖାଇ ସୁମନ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ହେଲେ ଯେତେବେଳ ଅଭିନେତ୍ରୀ ତାଙ୍କୁ ବିବାହ କରିବାକୁ କହିଥିଲେ ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ମନାକରି ଦେଇଥିଲେ। ଏପରିକି ସୁମନ ଅଭିନେତ୍ରୀଙ୍କ ହତ୍ୟା ଧମକ ଦେଇଥିଲେ ବୋଲି ଅଭିଯୋଗରେ କୁହା ଯାଇଛି। ଆଉ ଶେଷରେ ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିନେତ୍ରୀ ଜଣକ ଶନିବାର ପାହାଳ ଥାନାରେ ଅଭିଯୋଗ କରିଥିଲେ।

ଆଉ ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା। ଆଉ ପୋଲିସ ତଦନ୍ତ କରିବା ପରେ ଅଭିନେତା ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଜଣା ପଡ଼ିଛି। ତେବେ ଏବେ ଏହି ଖବର ଚର୍ଚ୍ଚାରେ ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଭିଡିଓ। ଯେଉଁ ଭିଡିଓ ଟି ଅଭିନେତା ଜଣଙ୍କ ଗିରଫ ହେବା ପୂର୍ବରୁ।ଏହି ଭିଡିଓ ଟି ରେ ଦେଖିବାକୁ ମିଳିଛି ଯେ ଦୁଇଜଣ କିପରି ମଜା ମସ୍ତି କରିବା ସହିତ ଡାନ୍ସ କରୁଛନ୍ତି ଏବଂ ଭିଡିଓ ରେକର୍ଡ କରୁଛନ୍ତି। ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର, ଓଡ଼ିଆ ଫିଲ୍ମ୍ ଗୀତରେ ସେମାନେ ଏହି ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି।

ଏହାଛଡା ଜନ୍ମଦିନ ପାଳନ ର ଏକ ଦୃଶ୍ୟ ମଧ୍ୟ ଏଠାରେ ଦେଖିବାକୁ ମିଳିଛି ଏହି ଭିଡିଓରେ। ବହୁତ୍ ଖୁସି ଏବଂ ମଜାର ସହିତ ସେମାନେ ଜନ୍ମଦିନ ପାଳନ କରିବା ସହିତ କେକ୍ ରେ ଲାଗିଥିବା ମ୍ୟାଜିକ କେଣ୍ଡେଲ କୁ ଫୁଙ୍କି ଲିଭାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ କେଣ୍ଡାଲ ଗୁଡିକ ବାରମ୍ବାର ଜଳି ଉଠୁଛି। ଉଭୟ କେଡେ ଆନନ୍ଦର ସହିତ ଏହି ସୁଣ୍ଡର ମୁହୂର୍ତ୍ତକୁ ସେଲିବ୍ରେଟ କରୁଛନ୍ତି।ଏହି ଭିଡିଓ ଦର୍ଶାଉଛି ଯେ ସେମାନଙ୍କ ଭିତରେ ସମ୍ପର୍କ କେତେ ନିବିଡ଼ ରହିଥିଲା।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment