Girls ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ହେଲା ଉଦ୍ଧାର…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଛି। ସମାଜରେ ଅନୀତି, ଅତ୍ୟାଚାର ଓ ଅନ୍ୟାୟ କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବହୁତ ମାତ୍ରାରେ ବଢିବାରେ ଲାଗିଛି। ସମାଜରେ ଏଭଳି ପିଲା ଅଛନ୍ତି ଯେ କି କୌଣସି କାରଣ ବଶତଃ ମୃତ୍ୟୁ ବରଣ କରି ଥାଆନ୍ତି ଓ ମୃତ୍ୟୁ ବରଣ କରିବା ପରେ ସମସ୍ତଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡି ଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଲେଡିଜେ ହଷ୍ଟେଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;

ଏଭଳି ଏକ ଘଟଣା ବଲାଙ୍ଗୀରର ଲୋଇସିଙ୍ଗାର ସକମା ଠାରେ ଥିବା ଯୁବଦୋୟ ମହାବିଦ୍ୟାଳୟର ଲେଡିଜେ ହଷ୍ଟେଲରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି କଲେଜରେ କ୍ଲାସ ସରିବା ପରେ ସବୁ ପିଲା ମାନେ ସ୍ନାକ ବ୍ରେକ ସମୟରେ ସ୍ନାକ କରିବା ପାଇଁ ଯାଇ ଥିଲେ। ସେହି ସମୟରେ ସେହି ମହାବିଦ୍ୟାଳୟର ଜଣେ ଛାତ୍ରୀ ଲେଡିଜେ ହଷ୍ଟେଲର ଶୌଚାଳୟ ଭିତରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରା ଯାଇଛି।

ଏହି ଘଟଣାକୁ ଦେଖି ସେହି କଲେଜର ପିଲା ମାନେ କଲେଜର ୱାଡେନଙ୍କୁ ଯାଇ କହିଥିଲେ ଓ ୱାଡେନ ସଙ୍ଗେ ସଙ୍ଗେ କଲେଜର ମୁଖ୍ୟଙ୍କୁ ଏହି ଘଟଣା ବାବଦରେ ଅବଗତ କରାଇ ଥିଲେ। କଲେଜର ମୁଖ୍ୟ ଏହି ଘଟଣାକୁ ନେଇ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବା ସହିତ ମୃତ ଛାତ୍ରୀଙ୍କର ପରିବାର ଲୋକ ମାନଙ୍କୁ ଜଣାଇ ଥିଲେ। ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ପୋଲିସ ଏହି ଖବର ପାଇ ତୁରନ୍ତ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ସେଠାରେ ପହଁଚିବା ପରେ, ସେଠାରୁ ଏକ କାଗଜ ପାଇ ଥିଲେ କିନ୍ତୁ ଆଉ କିଛି ପାଇ ନଥିଲେ।

ମୃତ ଛାତ୍ରୀଙ୍କର ପରିବାର ଲୋକ ମାନେ ଆସି ଏହି ଘଟଣାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଏଥି ସହିତ ମୃତ ଛାତ୍ରୀଙ୍କର ପରିବାର ଲୋକ ମାନେ ବହୁତ ଦୁଃଖରେ ମଧ୍ୟ ଭାଙ୍ଗି ପଡିଛନ୍ତି। ଲୋଇସିଙ୍ଘା ପୋଲିସ ଏହି ଘଟଣାର ଜୋର ସୋର ଭାବରେ ତଦନ୍ତ ଚଳାଇଛନ୍ତି ଓ କହିଛନ୍ତି ଯେ, ଏହା ହତ୍ୟା କି ଆତ୍ମହତ୍ୟା କିଛି ଜଣା ପଡୁ ନାହିଁ। ଏଥି ସହିତ ପୋଲିସ ଆହୁରି ମଧ୍ୟ କହିଛନ୍ତି ଯେ, ଶବ ବ୍ୟବିଚ୍ଛେଦ ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ଯିବ। ଏହି ଘଟଣାଟି ମହାବିଦ୍ୟାଳୟ ଓ ସେଠାକାର ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କ ମନରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।