ଗୋ-ମାଂସ ପାଲଟିଲା ମହାପ୍ରସାଦ ! ଜାଣନ୍ତୁ କିପରି ଜଣେ ମୁସଲମାନ ହେଲେ ଜଗନ୍ନାଥଙ୍କ ଭକ୍ତ

0

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ସେହିପରି ଏକ ବିଶେଷ କଥା ଉପରେ ଆମେ ଆଜି ଆଲୋଚନା କରିବା। ମହାପୁରୁଷଙ୍କ ପୀଠ ଅଚ୍ୟୁତ ଙ୍କ ବଟ ନେମାଳ ବଟରେ ଅଚ୍ୟୁତଙ୍କ କଣ ସଂପର୍କ ରହିଛି। ବର୍ତ୍ତମାନ ଯେଉଁ ନେମାଳ ବଟ ରହିଛି ତାହା କଳ୍ପବଟ ର ଏକ ଡାଳ। ତେବେ ଏହି ବଟ ମୂଳରେ ମହାପୁରୁଷ ଅନେକ ଅଲୌକିକ ଘଟଣା କୁ ବର୍ଣ୍ଣନା କରିଥିଲେ। ମହାପ୍ରଭୁ ଜଗନ୍ନାଥ, ଅଚ୍ୟୁତଙ୍କୁ ଏକ ମାଳା ଦେଇଥିଲେ ଏବଂ କହିଥିଲେ ଏହାକୁ ପିନ୍ଧି ସାରା ବିଶ୍ବ ପରିଭ୍ରମଣ କର। ଆଉ ଅଚ୍ୟୁତ ଯେତେବେଳ ସବୁଆଡୁ ଭ୍ରମଣ କରି ନେମାଳ ପୀଠ ରେ ପହଞ୍ଚିଲେ, ସେତେବେଳେ ଏହି ମାଳଟି ବେକ ଠାରୁ ପାଦ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା ଏବଂ ଏହା ଭୂମିକୁ ବି ସ୍ପର୍ଶ କଲା।

ସେହିଦିନ ଠାରୁ ମହାପୁରୁଷ ସେଠାରେ ରହି ଧ୍ୟାନ କରିବା, ଗାୟତ୍ରୀ ମନ୍ତ୍ର ଜପିବା ଆଦି କରିବାକୁ ଲାଗିଲେ।କିନ୍ତୁ ଏହି ସମୟରେ ଜଣେ ମୁସଲମାନ କାଜି ଙ୍କ ପାଖରେ ଯାଇ କିଛି ମୁସଲମାନ ପହଞ୍ଚିଲେ ଏବଂ କହିଲେ ଯେ ଆପଣଙ୍କ ଜାଗା ଆଉ ରହିବନି। ଏଠାରେ ଆସି ଜଣେ ହିନ୍ଦୁ ସାଧୁ ସାଧନା କରୁଛି,ସେ ଆପଣଙ୍କ ଜାଗାକୁ ଜବରଦଖଲ କରିବେ। ଏହାପରେ କାଜୀ ତାଙ୍କ ଲୋକଙ୍କୁ ପଠାଇଲେ। ଏହାପରେ ସେମାନେ ସାଧୁ ଜପ, ଧ୍ୟାନ କରୁଥିବା ଗଛ ମୂଳରେ ଆଣି ଅପବିତ୍ର ଜିନିଷ, ହାଡ଼ ଆଦି ଥୋଇ ଦେଲେ। ଏହାପରେ ସକାଲୁ ଆସି ସାଧୁ ତୁଳସୀ ଜଳକୁ ଅଭିମନ୍ତ୍ରିତ କରି ସେଠାକୁ ଛାଟି ଦିଅନ୍ତି ଏବଂ ସେସବୁ ହାଡ଼ ଆଦି ଅଦୃଶ୍ୟ ହୋଇଯାଏ।

ଏହାପରେ ସେହି ଲୋକମାନେ ଏହାକୁ ଦେଖି ଯାଇ ମୁସଲମାନ କାଯୀ ଙ୍କୁ କହିଲେ ଯେ ଏହିସାଧୁ ଜଣଙ୍କ ମନ୍ତ୍ର ପାଣି ଫିଙ୍ଗି ଦେଉଛନ୍ତି ଏବଂ ହାଡ଼ ଗୁଡିକ ଉଡ଼ି ଯାଉଛି। ଏହାପରେ କାଯି ଅଚ୍ୟୁତି ଖାନ୍ ଅଚ୍ୟୁତଙ୍କ ଭକ୍ତ ହୋଇଗଲେ। ଦିନେ କାଜୀଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେ ଅଚ୍ୟୁତଙ୍କୁ ତାଙ୍କ ଘରକୁ ଖାଇବାକୁ ଡାକି କାଜିଙ୍କ ସ୍ତ୍ରୀ ତାଙ୍କୁ କଂଳ ବାଛୁରୀ କୁ ମାରି ମାଂସ ଖାଇବାକୁ ଦେଲେ। ଅଚ୍ୟୁତଙ୍କ କହିବା ଅନୁସାରେ କାଯୀଙ୍କ ସ୍ତ୍ରୀ ତାଙ୍କୁ କଦଳୀ ପତ୍ରରେ ଖାଇବା ପରଶିଲେ। କିନ୍ତୁ ମହାପୁରୁଷ ଅଚ୍ୟୁତ ତାଙ୍କ ମନ୍ତ୍ର ସାହାଯ୍ୟରେ ଏହି ଖାଇବାକୁ ମହାପ୍ରସାଦ ରେ ପରିଣତ କଲେ ଏବଂ ମୃତ ବାଛୁରୀ ଟି ଜୀବିତ ହୋଇ ଦୌଡିବାକୁ ଲାଗିଲା। ଏହାକୁ ଦେଖି ମୁସଲମାନ କାଜି ଏବଂ ତାଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହେବାସହ ସେହିଦିନ ଠାରୁ ମହାପୁରୁଷ ଅଚ୍ୟୁତଙ୍କ ନାମ ଗାନ କରିବାକୁ ଲାଗିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।