ହେ ଭଗବାନ ! ଗୋଡରେ ଅସ୍ୱାଭାବିକ ଭାବେ ୮୦ kg ର ବଢ଼ୁଛି ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ଆପଣଙ୍କ ଗୋଟିଏ ସେୟାର ଲୋକଟିର ଜୀବନ ବଞ୍ଚେଇ ପାରିବ…

0

ଯେଉଁ ବୟସ ରେ ପୁଅ ବାପା ମା ଙ୍କ ସେବା କରିବା କଥା ସେହି ବୟସ ରେ ବୃଦ୍ଧା ବାପା ମା ନିଜ ପୁଅ ର ସେବା କରୁ ଅଛନ୍ତି । ଏମିତି ଏକ ଘଟଣା ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ ।ସାଧାରଣ ପିଲାଟିଏ ପାଇବା ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ ଟିଏ ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ସେଥିପାଇଁ କଥାରେ କୁହନ୍ତି “ଲକ୍ଷେ ଶିବ ପୁଜି ପାଇଛି ମୁଁ ପୁଅ।” ।

ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି। କାହିଁ କେତେ କଷ୍ଟ କରି ପିଲା ମାନଙ୍କୁ ବଡ଼ କରି ଥାଆନ୍ତି ଆଉ ଆଶା ଥାଏ ଯେ ପିଲା ବଡ଼ ହୋଇ ବୁଢ଼ା ବୟସ ରେ ତାଙ୍କର ସାହାରା ହେବ।

କିନ୍ତୁ ଥରେ ଭାବନ୍ତୁ ଯଦି ସେହି ପୁଅ ବଡ଼ ହୋଇ ଚାକିରି କରିବା ବଦଳରେ ବିଛଣା ରେ ରୋଗୀ ପରି ପଡି ରହିବ କଣ ସେ ବାପା ମା ସହି ପାରିବେ କି?ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଙ୍କୁଲା ଗ୍ରାମ ରେ ଦେଖିବା ପାଇଁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ୩୨ ବର୍ଷର ପୁଅ କୁ ୬୫ ବର୍ଷ ର ବୃଦ୍ଧ ବାପା ୫୮ ବର୍ଷ ର ମାଆ ଦେଖି ତାଙ୍କ ଛାତି ଫାଟି ଯାଉଛି ।

ପୁଅ ର ନାମ ହେଉଛି ସନ୍ତୋଷ ବାରିକ।ପୁଅର ଏମିତି ଅବସ୍ଥା ଦେଖି ସେ ସହ୍ୟ କରି ପାରୁ ନାହାଁନ୍ତି । ବାରିକ କାମ ହେଉଛି ଏମାନଙ୍କ ର କୂଳ ବେଉସା ଓ ରୋଜଗାର ପନ୍ଥା । ଏହି କାମ କରି ସେମାନେ ନିଜ ପରିବାର କୁ ଚଳାଉ ଥିଲେ କିନ୍ତୁ ହଠାତ୍ ଏହି ପରିବାର କୁ ଘୋଟି ଆସିଲା ଦୁଃଖର କଳା ବାଦଲ । ୨୦୦୩ ମସିହା ରେ ବାରମ୍ବାର ଜ୍ଵର ରେ ପୀଡ଼ିତ ହେଉଥିଲେ ସନ୍ତୋଷ । ଅନେକ ଥର ଚିକିତ୍ସା କରିବା ପାଇଁ ନେଇ ବିଫଳ ହୋଇଥିଲେ ବାପା ମା । ଶେଷରେ ଜଣା ପଡ଼ିଲା ଯେ ସନ୍ତୋଷ କୁ ଫାଇଲେରିଆ ହୋଇଛି ।

ତେଣୁ ନିଜ ଗ୍ରାମ ରେ ଏକ ଛୋଟ କ୍ୟବିନ କରି ନିଜ କାମ ଚଳାଉ ଥିଲେ ସନ୍ତୋଷ । କିନ୍ତୁ ଧୀରେ ଧୀରେ ତାଙ୍କ ଗୋଡ଼ ଅଧିକ ଫୁଲିବା ଆରମ୍ଭ ହେଲା ଆଉ ବର୍ତ୍ତମାନ ସେ ଚାଲି ପାରୁ ନାହାଁନ୍ତି । ଡାକ୍ତର କହୁଛି ଉପଯୁକ୍ତ ଚିକିତ୍ସା ଦ୍ଵାରା ଭଲ ହୋଇ ପାରନ୍ତି ସନ୍ତୋଷ କିନ୍ତୁ ଅର୍ଥାଭାବ ସାଜିଛି ବ୍ୟାଧି । ପରିବାର ର ଏମିତି ଅସହାୟ ଅବସ୍ଥା ଦେଖି ପରିବାର କୁ ସାହାର୍ଯ୍ୟ କରିବା ପାଇଁ ଯୁବ ସଂଗଠନ ଆଗେଇ ଆସିଛନ୍ତି ।

ତେବେ ପ୍ରଶାସନ ପକ୍ଷରୁ କିଛି ସାହାର୍ଯ୍ୟ ମିଳିଲେ ପରିବାର ମୁହ ରେ ପୁଣି ହସ ଫୁଟି ପାରନ୍ତା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।