Beauty Tips – ଗୋଡର ପାଦ କଳା ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର 100% ଗ୍ୟାରେଣ୍ଟି Parlour କୁ ଯାଇ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ

0

ଆଜି କାଲି ଦୁନିଆ ରେ ସମସ୍ତେ ଚାହିଁ ଥାଆନ୍ତି ଗୋରା ଓ ତୋଫା ସ୍କିନ ପାଇଁ। ସେଥିପାଇଁ ବହୁତ୍ ପ୍ରକାର କେମିକାଲ ପଦାର୍ଥ ବ୍ୟବହାର କରି ଥାଆନ୍ତି ।କିନ୍ତୁ ଯଦି ଆମେ ଦେଖିବା ତେବେ ଆଜି କାଲି ସମସ୍ତେ ପ୍ରାୟ ପ୍ରାକୃତିକ ଉପାୟ ରେ ନିଜର ତୋଫା ପଣ ଆଣିବା ପାଇଁ ଚାହିଁ ଥାଆନ୍ତି ।ଏଥି ପାଇଁ ଅନେକ ପ୍ରକାର କେମିକାଲ ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି ।ବିଭିନ୍ନ କେମିକାଲ ପଦାର୍ଥ ବ୍ୟବହାର ଦ୍ଵାରା ଓ ମୁଁହ ର ଯତ୍ନ ନେବା ଦ୍ଵାରା ମୁଁହ ର ଅସଲ ତୋଫା ପଣ ଆସେ । କିନ୍ତୁ ଆମ ଶରୀର ରେ ଏମିତି ଅନେକ ସ୍ଥାନ ଯେମିତି କି ଗୋଡ଼ , ବେକ ଆଦି ବହୁତ୍ କଳା ପଡ଼ିଯାଏ ଓ ଏହା ଶରୀର ର ରଙ୍ଗ ଠାରୁ ଭିନ୍ନ ଦେଖାଯାଏ । ଅନେକ ଲୋକ ଖାସ୍ କରି ଝିଅ ମାନେ ଏଥିପାଇଁ ଖୁବ୍ ଚିନ୍ତିତ ଥାନ୍ତି ।

ତେବେ ଆଜି ଆମେ ଏହାର ଘରୋଇ ଉପଚାର ବିଷୟ ରେ ଜାଣିବା ଯେଉଁ ଉପାୟ ଦ୍ଵାରା ଆପଣ ନିଜ ପାଦ ର ଏହି କଳା ଦାଗ ଭଲ କରି ପାରିବେ। ତେବେ ଆମେ ଘରୋଇ ସାମଗ୍ରୀ ଦ୍ଵାରା ଆମେ ଅନେକ ପ୍ରକାର ଫାଇଦା ଉଠାଇ ପାରିବା କିନ୍ତୁ ଆମେ ଏହାର ସଠିକ୍ ବ୍ୟବହାର ବିଷୟ ରେ ଜାଣି ନଥାଉ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ ;

ଏକ ପାତ୍ର ରେ କିଛି ଗରମ ପାଣି ନିଅନ୍ତୁ । ଏଥିରେ କିଛି ମାତ୍ରା ର ଲୁଣ ଓ ଖାଇବା ସୋଡ଼ା ମିଶାଇ ଦିଅନ୍ତୁ। ଏହା ପରେ ଏଥିରେ କିଛି ମାତ୍ରା ର ଲେମ୍ବୁ ଚିପୁଡି ମିଶାଇ ଦିଅନ୍ତୁ ଓ ଅଳ୍ପ ମାତ୍ରା ରେ ସମ୍ପୁ ମିଶାଇ ଭଲ ଭାବରେ ଗୋଳାନ୍ତୁ । ଏହା ପରେ ନିଜ ପାଦ କୁ ସେହି ପାଣି ରେ ବୁଡାଇ ରଖନ୍ତୁ । ଦେଖିବେ ପାଦ ରେ ଥିବା ଦେଡ ସେଲ୍ ମରିଯିବା ସହିତ କଳା ଦାଗ ଦୁର କରିଥାଏ। ୧୫ ମିନିଟ୍ ଗୋଡ଼ ବୁଡାଇ ରଖିବା ପରେ ବର୍ତ୍ତମାନ ଗୋଡ଼ ବାହାର କରି ଦିଅନ୍ତୁ ଓ ଏକ ସଫା କପଡା ରେ ପୋଛି ପରିଷ୍କାର କରି ଦିଅନ୍ତୁ। ଏହା ପରେ କିଛି ତେଲ ଗୋଡ଼ ରେ ମାଲିସ କରନ୍ତୁ ।

ଏହା ପରେ ପୁଣି ଥରେ ଗୋଡ଼ କୁ ହାଲୁକା ଗରମ ପାଣି ରେ ବୁଡାଇ ରଖନ୍ତୁ । ଆଉ ହାତରେ ଗୋଡ଼ କୁ ସଫା କରନ୍ତୁ। ଏହା ସହିତ ନଖ କୁ ମଧ୍ୟ ଭଲ ଭାବରେ ସଫା କରନ୍ତୁ । ବର୍ତ୍ତମାନ ଗୋଡ଼ ପାଣି ରୁ ବାହାର କରି କିଛି ଗ୍ଲିସେରିନ ଗୋଡ଼ ରେ ଲଗାଇ ଦିଅନ୍ତୁ। ଯାହା ଦ୍ଵାରା ଯଦି ମଇଳା ବାହାରି ଗୋଡ଼ ସଫା ହୋଇଯିବ। ଏହା ପରେ କିଛି ଟେଲ ପାଦ ରେ ମାଲିସ୍ କରନ୍ତୁ। ତେବେ ଏହି ଉପାୟ କୁ ଆପଣ ସପ୍ତାହ ରେ ତିନି ରୁ ଚାରି ଥର କରନ୍ତୁ । ଦେଖିବେ ଆପଣଙ୍କ ପାଦ ସଫା ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।