ନିଜ ପ୍ଲଟ ରେ ବିଲଡର ଙ୍କୁ ଅତି ବିଭତ୍ସ ଭାବରେ ହାଣି ମୁଣ୍ଡରୁ ଗଣ୍ଡି କୁ ଅଲଗା କଲେ ଦୁର୍ବୃତ୍ତ। ଯାହା ଦେଖିଲେ ଯିଏବି ହେଉ ନା କାହିଁକି ଭୟଭୀତ ହେବା ସ୍ଵାଭାବିକ କଥା। କାରଣ ଏ ଘଟଣା ସାଧାରଣରେ ଏକ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ଭଳି ଘଟଣା ଅଟେ।ଏହି ବିଭତ୍ସ ଘଟଣା ରେ ସତ୍ୟନଗର ର ମାଟି ହୋଇଛି ରକ୍ତ ରଞ୍ଜିତ। ତେବେ ଏହିଭଳି ଏକ ଛାତି ଥରା ଆତଙ୍କ ସୃଷ୍ଟି କଲା ଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ। ଗତକାଲି ସନ୍ଧ୍ୟାରେ ଏପରି ଲୋମହର୍ଷକାରୀ ଘଟଣା ଘଟିଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲାର ରେମୁଣା ଗୋଲେଇ ର ବାଲଗୋପାଲପୁର ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି।
ତେବେ ଏହି ଘଟଣା ଘଟିବା ପରେ ପୋଲିସ୍ ସୂଚନା ପାଇ ସେଠାରେ ପହଞ୍ଚି ମୃତ ଦେହକୁ ସେଠାରୁ ଉଦ୍ଧାର କରିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶିଳ୍ପାଞ୍ଚଳର ଥାନା ଗଣେଶପୂର ଗ୍ରାମର ରମେଶ ବେହେରା ଜଣେ ବିଲଡର ଅଟନ୍ତି।ସେ ରେମୁଣା ର ବାଲଗୋପାଲପୁର ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଆଁ ପାଖ ସତ୍ୟ ନଗରରେ ଏକ ପ୍ଲଟ କିଣିଥିଲେ।ଏହି ବିଲଡର ଜଣଙ୍କ ସନ୍ଧ୍ୟା ସମୟରେ ସେଠାରେ ଥିଲେ ଏବଂ ସେହି ସମୟରେ କେତେକ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଂଚିଥିଲେ ଏଵଂ ତାପରେ ସେମାନେ ତାଙ୍କୁ ଅତି ନୃଶଂସ ଭାବରେ ସେଠାରେ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ।
ଏହି ଦୁର୍ବୃତ୍ତ ମାନେ ସେଠାରେ ତାଂକୁ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ। ତାପରେ ଏହି ନୃଶଂସ ମାନେ ରକ୍ତର ହୋଲି ଖେଳିବା ପରେ ସେଠାରୁ ଚମ୍ପଟ ମାରିଥିଲେ। ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଯଦିଓ ଜଣା ପଡିନାହିଁ କିନ୍ତୁ ଜମିଜମା କିମ୍ବା ପୂର୍ବ ଶତ୍ରୁତା କୁ ନେଇ ଏହି ଦୁର୍ବୃତ୍ତ ମାନେ ଏପରି ନୃଶଂସ କାଣ୍ଡ ଲିଭାଇଥିବା ପୋଲିସ୍ ଅନୁମାନ କରୁଛି। ତେବେ ଏହି ଘଟଣା ପରେ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚିଥିଲା ପୋଲିସ୍ ଏବଂ ପରେ ଶବକୁ ଉଦ୍ଧାର କରି ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ହେଲେ ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ରହିଛି ପୋଲିସ୍ ଏବେ ଯାଏଁ ଅଭିଯୁକ୍ତ ପାଖରେ ପହଞ୍ଚି ପାରି ନାହିଁ।
ତେବେ ଏଭଳି ଏକ ଘଟଣା ଉକ୍ତ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହିଭଳି ସମାଜରେ ଦିନକୁ ଦିନ ଯେମିତି କ୍ରାଇମ୍, ଲୁଟ୍ ଭଳି ଘଟଣା ବୃଦ୍ଧି ପାଇବା ରେ ଲାଗିଛି ତାହା ସମସ୍ତଙ୍କୁ ଭୟଭୀତ କରିବ ନିଶ୍ଚିତ। ଅନେକ ସମୟରେ ଏଭଳି ଘଟଣା ତ ଆପଣ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ। ସତେ ଯେମିତି ଲୋକେ ଏକ ଭୟ ଓ ଆତଙ୍କ ଭିତରେ ଜୀବନ ଯାପନ କରୁଛନ୍ତି। ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।