Breaking News – ଆସିଲା ବଡ଼ ଖବର ! ଗୁଳି ମାରିବା ପୃର୍ବରୁ ଗୋପାଳ କଣ କହୁଥିଲେ ଗୁମର ଖୋଲିଲେ ଯୁବକ …ଅନେଇ ଯୁବକ ଜଣକ କଣ , କହୁଛନ୍ତି ଦେଖନ୍ତୁ video

ବନ୍ଧୁମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ କୁ ଆଜି ଚାରି ଦିନ ବିତି ଗଲାଣି କିନ୍ତୁ ବର୍ତ୍ତମାନ ASI ଗୋପାଳ ଙ୍କୁ ନେଇ ଏହି କେଶ ର ଇନଭେସ୍ଟିକେଶନ ବଡିବାରେ ଲାଗିଛି ।ଅନ୍ୟପଟେ ମେଡିଆ ବି ନିଜର କାମରେ ଖୁବ ଆଗେଇ ଚାଲିଛି, କୋଉଠି ଛୋଟ ସୁରାକ ଟିଏ ମିଳିବ ସେହି ସନ୍ଧାନରେ ମେଡିଆ ଭାଇ ମାନେ ବହୁତ ଜୋରରେ ଲାଗି ପଡିଛନ୍ତି ।ତେବେ ବର୍ତ୍ତମାନ ଜଣେ ନୂଆ ମୁହଁ କୁ ଦେଖିବାକୁ ମିଳିଛି ପରଦା ଉପରେ, ତେବେ ବ୍ୟକ୍ତି ଜଣକ ନବ ଦାସ ଙ୍କର ମୃତ୍ୟୁ ପ୍ରତ୍ୟକ୍ଷ ଦର୍ଶି ଅଟନ୍ତି ।କେବଳ ସେତିକି ନୁହେଁ ଏହି ବ୍ୟକ୍ତି ଗୁଳିକାଣ୍ଡ ପୂର୍ବରୁ ASI ଗୋପାଳ ଙ୍କ ସହିତ କଥାବି ହେଇଥିଲେ, ତେବେ ଏହି ବ୍ୟକ୍ତି କିଏ ଆଉ ସେ କଣ କହୁଛନ୍ତି ଚାଲନ୍ତୁ ନଜର ପକାଇବା ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ତ ନବ ଦାସ ଙ୍କର ମୃତ୍ୟୁ ଘଟିବା ପରେ ବର୍ତ୍ତମାନ ଚଳଚଞ୍ଚଳ ହେଇ ଉଠିଛି ପୁରା ଓଡିଶା ।ଜଣେ ଏତେ ବଡ଼ ମନ୍ତ୍ରୀ ଙ୍କୁ ପୋଲିସ ଆଧିକାରୀ ଙ୍କ ଦ୍ଵାରା ଗୁଳି ମାଡ଼ ହେବା ଏହା ପ୍ରଥମ ଥର ଦେଖିବାକୁ ମିଳିଛି ।ତେବେ ଦିନକୁ ଦିନ ଏହି ଘଟଣାର ନୂଆ ନୂଆ ସୁତା ଖିଅ ଖୋଲିବାରେ ଲାଗିଛି ।ଆଉ ବର୍ତ୍ତମାନ ନବ ଦାସ ଙ୍କ ଆସିଷ୍ଟେଣ୍ଡ ସମ୍ନାକୁ ଆସିଛନ୍ତି ଆଉ ସେ କହିଛନ୍ତି ମୃତ୍ୟୁ ପୂର୍ବରୁ କେମିତି ଭଲରେ ବ୍ୟବହାର କରିଥିଲେ ଗୋପାଳ । ଆଉ ତାପରେ କେମିତି ସେ ଯାଇ ଖୁବ ପକ୍ଷରୁ ମନ୍ତ୍ରୀ ଙ୍କୁ ଗୁଳି ମାରିଥିଲେ ।

ତେବେ ମେଡିଆ ଆଗରେ ନବ ଦାସ ଙ୍କର ଆସିଷ୍ଟେଣ୍ଡ କହିଛନ୍ତି କି ନବ ଦାସ କାର୍ଯ୍ୟକ୍ରମ ରେସମିଲ ହେବା ପୂର୍ବରୁ ସେମାନେ ASI ଗୋପାଳ ଙ୍କ ସହିତ କଥା ହେଇଥିଲେ ।ଅନେକ ପାର୍ଟି କର୍ମଚାରୀ ମାନଙ୍କ ସହିତ ଗୋପାଳ ଙ୍କର ପୂର୍ବରୁ ଖୁବ ଚିହ୍ନା ଥିଲା ଆଉ ସେଠାରେ ବି ସମସ୍ତେ ଭଲରେ କଥା ହେଇଥିଲେ ।ତେବେ ତାପରେ ସମସ୍ତେ ମନ୍ତ୍ରୀ ଙ୍କ ଆସିବା ଖବର ଶୁଣି ବାହାରକୁ ଆସିଥିଲେ ଆଉ ସେହି ସମୟରେ ମନ୍ତ୍ରୀ ଙ୍କ ଗାଡି ପାଖରେ ଖୁବ ଭିଡ଼ ଜମିଥିଲା ।ତେବେ ସେତିକି ବେଳେ ପଛରୁ ଗୋପାଳ ଆଗକୁ ପେଲି ଆସିଥିଲେ ଯାହାଙ୍କୁ ଦେଇ ଚିହ୍ନା କର୍ମୀ ମାନେ ପଚାରିଥିଲେ କି “ଏମିତି କାହିଁକି ଆଗକୁ ଯାଉଛ ” ।

ତେବେ କର୍ମୀ ମାନଙ୍କ ଉତ୍ତରରେ ଗୋପାଳ କହିଥିଲେ କି “ସେ ଟିକିଏ ପକ୍ଷରୁ ମନ୍ତ୍ରୀ ଙ୍କୁ ଦେଖା କରିବାକୁ ଚାହାନ୍ତି” ।ହେଲେ କଣ ହେବ ସେହି ଭିତରେ ଗୋପାଳ ଖୁବ ପାଖରେ ଥାଇ ଗୁଳି ମାରିଥିଲେ ମନ୍ତ୍ରୀ ଙ୍କ ଉପରକୁ ।ତେବେ ଏମିତି କିଛି କହୁଥିବାର ଶୁଣିବାକୁ ମିଲିଛି ପ୍ରତ୍ୟକ୍ଷ ଦର୍ଶୀ ନବ ଦାସ ଙ୍କ ଆସିଷ୍ଟେଣ୍ଡ ଙ୍କ ମୁହଁରୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment