ବୁଦ୍ଧି ପରୀକ୍ଷା – ଗୋଟେ ଘରରେ ୫ ଟି ପୁଅ ଅଛନ୍ତି – ଯାହାଙ୍କ ନାଁ RAJA,RAJE,RAJI,RAJO ଅଟେ, ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ବୁଦ୍ଧିମାନ ହିଁ ସଠିକ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ଆମେ ଆପଣଙ୍କୁ ନେଇକରି ଆସିଛୁ, ଓଡିଆ ପହେଲି ଓ ତାହାର ଉତ୍ତର ଏହି ଓଡିଆ ପହେଲିକୁ ଆମେ ମଜାକିଆ ପ୍ରଶ୍ନ –ଉତ୍ତର ବି କହିପାରିବା , ଆମର ଏହି ଲେଖରେ ଏତେ ସାରା ପହେଲି ଅଛି ଯାହା ଆପଣଙ୍କୁ କେଉଁଠି ଦେଖିବାକୁ ମିଳିବ ନାହିଁ । ଆମର ଏହି ପଜଲ୍ ଗୁଡିକ ପଢିଲେ ଆପଣ ବହୁତ କିଛି ଜାଣିପାରିବେ ।ତେବେ ଯଦି ଏଗୁଡିକ ଆପଣାକୁ ଭଲ ଲାଗୁଚି ତେବେ ନିଶ୍ଚୟ କମେନ୍ଟ କରିବେ ଓ ଆମେ ଆଗାମୀ ଦିନରେ ଆଉ କିଛି ନୂଆ ଏଭଳି ଚତୁର କଥା ଆପଣଙ୍କ ପାଇଁ ନେଇ ଆସୁଛୁ l

1.ଗୋଟେ ଘରରେ ୫ ଟି ପୁଅ ଅଛନ୍ତି ।ଯାହାଙ୍କ ନାଁ RAJA,RAJE,RAJI,RAJO ଅଟେ,  ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ଉତ୍ତର- ପଞ୍ଚମ ପୁଅର ନାଁ ରାଜୁ ଅଟେ, କାରଣ ଇଂରାଜୀରେ ପାଞ୍ଚଟି ସ୍ୱର (A,I,E,O,U) ହୋଇଥାଏ,
ବନ୍ଧୁଗଣ ଆଜି ଆପଣ ମାନେ କିଛି ନୂଆ ପଦ୍ୟ ପହେଳିକା ବିଷୟରେ ଜାଣିବାକୁ ଯାଉଛନ୍ତି l ଯାହା ଆପଣଙ୍କ ପିଲା ମାନଙ୍କ ପିଲାମାନଙ୍କ ବୁଦ୍ଧି ବିକାଶରେ ସହାୟକ ହେବ l

2.ଗୋଟିଏ ଗୁମ୍ଫା ରେ ବତିଶ ଚୋର. ଦିନରେ କରନ୍ତି କାମ,
ରାତି ହେଲେ ସିଏ ଆରାମ କରନ୍ତି,କୁହ ତେବେ ତାଙ୍କ ନାମ ?
ଉତ୍ତର- ଦାନ୍ତ
ଏଠାରେ ଗୁମ୍ଫା ବୋଲି ପାଟି କୁ କୁହାଯାଇଛି ଯାହା ଭିତରେ ଦାନ୍ତ ଅଛି ଏବଂ ଏହା ଆମକୁ ଦିନମାନ ଆମକୁ ଖାଦ୍ୟ ଖାଇବାରେ ସାହାର୍ଯ୍ୟ କରେ ଏବଂ ରାତିରେ ଆରାମ କରେ l

3- ବାପାଙ୍କ ର ଭଉଣୀ ସିଏ,ଜେଜେଙ୍କର ଝିଅ ବୋଉର ସେ ନଣନ୍ଦ ହେବ, କିଏ ସିଏ କୁହ ?
ଉତ୍ତର- ପିଉସୀ ନାନୀ
ଜେଜେଙ୍କର ଝିଅ ଯିଏ ବାପାଙ୍କ ଭଉଣୀ ସିଏ ଏବଂ ବୋଉଙ୍କ ନଣନ୍ଦ ଆମର ପିଉସୀ ନାନୀ ହେବେ l

4- ବାଛୁରୀ ର ହକ ମାରି ମହାଦେବ ପିଏ
ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ,
କହିଲ ଭାବି କି ଦରବ ଇଏ ?
ଉତ୍ତର- କ୍ଷୀର
ଆମେ ଗାଈ ପାଖରୁ ତାର ବାଛୁରୀ ର କ୍ଷୀର ପିଇଥାଉ ଯାହାକି ତାର ବାଛୁରୀ ର ଖାଇବା ଏବଂ ଏହାକୁ ମଣିଷ ପିଇଲେ ବଳ ହୁଏ l

5- ବାହାରେ ସବୁଜ ଭିତରେ ଲାଲ
ଲାତରେ ଫଳେ ସେ ଫଳଟି ଗୋଟେ କଟା ହେଲେ ହୁଏ ଖାଇ
ଖରାଦିନେ ସିଏ ଯାହାକୁ ଯେତେ ଶୀତ ଦିନେ ଦିଶେ ନାହିଁ l
ଉତ୍ତର- ତରଭୁଜ

6- ମତେ କଟା ଯାଏ ମତେ ଛେଚା ଯାଏ, ମତେ ଭାରି ବାଧେ
ହେଲେ ମତେ କାଟୁ ଥିବା ଲୋକ, ଲୁହଝରି କାନ୍ଦେ l
ଉତ୍ତର- ପିଆଜ

7- ସବୁଜ ବେଣ୍ଟକୁ ନାଲିଆ ଛୁରୀ,କଷ୍ଟ ଦିଏ ସିଏ ଜ୍ୱହର ପରି
ପାଣି ପାଣି ବୋଲି ଚିଲାଏ ମଣିଷ,ସତେକି ଜୀବନ ଯାଏ ବାହାରି l
ଉତ୍ତର- ଲଙ୍କା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।