ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି

0

ଏମିତି କିଛି ମଜାଳିଆ ପ୍ରଶ୍ନ ରହିଥାଏ ଯାହାର ସଠିକ ଉତ୍ତର ଅଧିକାଂଶ ଲୋକମାନେ ଜାଣିନ୍ତି ନାହିଁ ଏବଂ ସେମାନଙ୍କୁ ସେହି ପ୍ରଶ୍ନର ଉତ୍ତର ଦେବାରେ ମଧ୍ୟ ବହୁତ କଷ୍ଟକର ହୋଇଥାଏ । କିନ୍ତୁ ସେହି ବ୍ୟକ୍ତି ଏହି ପ୍ରଶ୍ନର ଉତ୍ତର ଦେଇଥାଏ , ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ , ଯାହାର ଉତ୍ତର ଅଧିକାଂଶ ଲୋକମାନେ ଜାଣି ନାହାନ୍ତି ।

1 ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପିଟିଏ ଉତ୍ତର କଣ ?
ଉତ୍ତର – ତାଳ ।

2 ଚାରିଟି ଅକ୍ଷରେ ନାମ ମୋହର ଚାରିଟି ଅକ୍ଷରେ ହର୍ଷେଇ କାର କହିଲ ଦେଖି ନାମ କଣ ?
ଉତ୍ତର – ଝିଟିପିଟି ।

3 ଗୋଟିଏ ଘର ବାର ଦୁାର ତିନି ଲୋକ ଚଳ ପ୍ରଚଳ ?
ଉତ୍ତର – ଘଣ୍ଟା ।

4 ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର – ବାଷ୍ପ ।

5 ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ , ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ , ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର – ବେଲୁନ ।

6 କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?
ଉତ୍ତର – ଦାନ୍ତ ।

7 ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?
ଉତ୍ତର – ପଣସ ।

8 ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି ?
ଉତ୍ତର – ଲେମ୍ୱୁ ।

9 ତିନି ଅକ୍ଷର ମୋର ନାମ ପ୍ରଥମ କାଟିଲେ ରାମ , ଦ୍ୱିତୀୟ କାଟିଲେ ଫଳର ନାମ ଏହାର ଉତ୍ତର କଣ ?
ଉତ୍ତର – ଆରାମ ।

10 ଗୋଟିଏ ଶବ୍ଦରେ ଉତ୍ତର ଦିଅ , ଗୋଟିଏ ଫଳର ନାମ , ଗୋଟିଏ ଝିଅର ନାମ , ଗୋଟିଏ ରଙ୍ଗର ନାମ ?
ଉତ୍ତର – କମଳା ।

11 ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର – ନାମ ।

12 ତାହା କଣ ଯାହାକୁ ଆମେ ଜଳଖିଆ ପୂର୍ବରୁ ଖାଇ ପାରିବା ନାହିଁ ?
ଉତ୍ତର – ମଧ୍ୟାହ୍ନ ଭୋଜନ ।

13 ତାହା କଣ ଯାହା ଅନ୍ୟ କାହାକୁ ଜଣା ନଥାଇ ପାରେ କିନ୍ତୁ ଆପଣଙ୍କୁ ଜଣାଥାଏ ?
ଉତ୍ତର – ଆପଣଙ୍କ ଆଡ୍ରେସ ।

14 ତାହା କଣ ଯାହାକୁ ଆପଣ କାଟିଥାନ୍ତି କିନ୍ତୁ କେବେ ହେଲେ ଖଣ୍ଡ ଖଣ୍ଡ କରି ପାରନ୍ତି ନାହିଁ ?
ଉତ୍ତର – ସମୟ ।

15 କେଉଁ ମାସରେ ଲୋକମାନେ ସବୁଠାରୁ କମ୍ ଶୋଅନ୍ତି ?
ଉତ୍ତର – ଫେବୃଆରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।