ରିଲ୍ ଭିଡିଓ କରି ସ୍ତ୍ରୀଙ୍କୁ ଫଶାଉଥିଲା ରାଜଧାନୀର ରସିକିଆ ସ୍ୱାମୀ, ଭିଡ଼ିଓରେ କରୁଥିଲା ଲଜ୍ୟାଜନକ କାରନାମା..ଦେଖନ୍ତୁ ଭିଡ଼ିଓ

0

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ନିଜ ସ୍ୱାମୀ/ସ୍ତ୍ରୀକୁ ଛାଡ଼ି ଅନ୍ୟ ଠାରେ ବିବାହ କରୁଛନ୍ତି। ଏହା ପରେ ଆରମ୍ଭ ହୋଇଯାଏ ସମ୍ପର୍କର ଫାଟ। ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ଏଭଳି ଅନେକ ଘଟଣା ପ୍ରତ୍ୟେକ ଦିନ ଖବର କାଗଜ, ଟେଲିଭିଜନ, ସୋସିଆଲ ମିଡ଼ିଆ ଇତ୍ୟାଦିରେ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବକ ୩ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କ ଠାରୁ ଅନେକ ଜିନିଷ ପତ୍ର ମଧ୍ୟ ଠକିଛନ୍ତି। ତ ତେବେ ଚାଲନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ଏଭଳି ଏକ ଘଟଣା ଭୁବନେଶ୍ୱର ରେ ଦେଖିବା ପାଇଁ ମିଳିଛି।

ସୂଚନା ଅନୁସାରେ ଦୁଇ ଜଣ ମହିଳା ପୋଲିସ ଷ୍ଟେସନରେ ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ବିରୋଧରେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି। ଆଲୋକ ଜେନା ଜଣେ ମହିଳାଙ୍କୁ ପ୍ରଥମେ ବିବାହ କରିଥିଲେ। ତେବେ ସେହି ମହିଳାଙ୍କ ବିବାହର ୧୫ ବର୍ଷ ପରେ ତାଙ୍କୁ ଛାଡି ପଳେଇ ଆସିଥିଲେ। ତାଙ୍କର ଦୁଇଟି ପିଲା ଅଛନ୍ତି, ଗୋଟିଏ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି। ଏହାପରେ ତାଙ୍କୁ ଛାଡ଼ି ସେ ସାଲିଆ ସାହିରେ ଦୀର୍ଘ ୫ ବର୍ଷ ଧରି ରହିଥିଲେ। ତାଙ୍କୁ କହିଥିଲେ କି ସେ ପୂର୍ବରୁ ଯାହାକୁ ବିବାହ କରିଥିଲେ। ତାଙ୍କର ବିବାହ ବିଚ୍ଛେଦ ହୋଇ ସାରିଛି। ଏପରି କହି ତାଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ତାଙ୍କୁ ସେମାନଙ୍କ ଠାରୁ ବହୁତ ସୁନା ଗହଣା ଠକିଛନ୍ତି।

ତେବେ ଏହା ପରେ ତାଙ୍କ ଠାରୁ ମନ ପୁରିବା ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତୃତୀୟ ବିବାହ କରିବା ଜାଣି ପ୍ରଥମ ସ୍ତ୍ରୀ ଏବଂ ଦ୍ୱିତୀୟ ସ୍ତ୍ରୀ ଉଭୟ ମିଶି ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏସବୁ ଘଟଣା ସମ୍ପର୍କରେ ଯେତେବେଳେ ଆଲୋକ ଜେନାଙ୍କୁ ପଚରା ଯାଇଥିଲା। ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ କି ସେ କେବଳ ଜଣକୁ ବିବାହ କରିଥିଲେ। ଯେହେତୁ ତାଙ୍କ ସ୍ତ୍ରୀ ନିଜ ବାପା ଘରେ ରହୁଛନ୍ତି। ସେଥିପାଇଁ ସେ ନିଜ ବୃଦ୍ଧ ବାପା ମାଆଙ୍କ ଠାରେ ରହୁଛନ୍ତି। ତାଙ୍କୁ ଏଭଳି ଅସାମାଜିକ ମହିଳା ଫସେଇବା ପାଇଁ ଚେଷ୍ଟା କରୁଛନ୍ତି। ଯାହା ଆଲୋକ ଜେନାଙ୍କ କହିବା କଥା। ତେବେ ଆପଣ ମାନଙ୍କର ମତା ମତ କଣ ଏଭଳି ଲୋକ ସହିତ କଣ କରିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।