ଦେଖନ୍ତୁ ଭିଡିଓ – ଗୋଟିଏ ରୁମରେ ଧରାପଡିଲା କଲେକ୍ଟର ଅଫିସରଙ୍କ ଙ୍କ ରାସଲୀଳା ଦେଖନ୍ତୁ ଏହା ପରେ କ’ଣ ହେଲା…

0

ପରକୀୟା ପ୍ରୀତି ର ଶେଷ ପରିଣାମ ଭୟଙ୍କର ହୋଇଥାଏ। ତଥାପି ଆଜିର ଦୁନିଆରେ ଲୋକେ କାମନା ବାସନା ରେ ଏତେ ମାତ୍ରାରେ ଲିପ୍ତ ହୋଇ ପଡିଛନ୍ତି ଯେ ସେମାନଙ୍କ ଆଗରେ ସମ୍ପର୍କର ମୂଲ୍ୟବୋଧ କିଛି ରହୁନାହିଁ। ଜୀବନକୁ ଏକ ଉତ୍ତମ ଏବଂ ବ୍ୟବସ୍ଥିତ ଭାବରେ ଚଳାଇବା ନିହାତି ଦରକାର ହୋଇଥାଏ। ଅନେକ ଉତ୍ତମ ବନ୍ଧନ ବା ସମ୍ପର୍କରେ ମର୍ଯ୍ୟାଦା ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ। ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ରେ ପରିପୂର୍ଣ୍ଣ ଆଜିକାଲି ର ସମ୍ପର୍କ। ସମ୍ପର୍କର ଭିତ୍ତିଭୂମି ସେଟିକି ସୁଦୃଢ ହୋଇ ପାରୁ ନାହିଁ ଯେତିକି ମାତ୍ରାରେ ହେବା କଥା। ବାସ୍ତବରେ ତାହା ଏକ ବିଡମ୍ବନା ର ବିଷୟ।ତେବେ ଅଶିକ୍ଷିତ ଲୋକେ ସମ୍ପର୍କର ମର୍ଯ୍ୟାଦା କୁ ଜ୍ଞାନ

ଅଭାବରୁ ଠିକ୍ ଭାବରେ ଦେଇ ପାରି ନଥାନ୍ତି ବୋଲି ଆମେ କହିଥାଉ। କିନ୍ତୁ ଯଦି ଶିକ୍ଷିତ, ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ଯେଉଁ ମାନେ ଆଇନ୍ ତିଆରି କରନ୍ତି ଏବଂ ଆଇନ୍ ଯେଉଁ ମାନଙ୍କୁ ଭଲ ଭାବରେ ଜଣା ସେମାନେ ଯଦି କିଛି ଏମିତି ଭୁଲ୍ କରନ୍ତି ତେବେ ଆପଣ କହିବେ ବା କାହାକୁ। କୁହାଯାଏ କୌଣସି ଦମ୍ପତ୍ତି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ।

କିନ୍ତୁ କିଛି କ୍ଷେତ୍ରରେ ବିଶ୍ୱାସ ଘାତକତା ଏବଂ ପରକୀୟା ପ୍ରୀତି କାରଣରୁ ସୁନ୍ଦର ସମ୍ପର୍କରେ ଫାଟ ପଡ଼ିଯାଏ।ସେହିଭଳି ଏବେ ଜଣେ ଡେପୁଟି କଲେକ୍ଟରଙ୍କ ପରକିଆ ପ୍ରୀତି ଅଭିଯୋଗ ସାମ୍ନାକୁ ଆସିଛି।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ ବାଗ। ତାଙ୍କର ଏକ ଭିଡିଓ ଏବେ ଭାଇରଲ ହୋଇଛି।ପରକିଆ ପ୍ରୀତି ପାଇଁ ଏଠାରେ ଦେଖିବାକୁ ମିଳିଛି ମହାଭାରତ।ତେବେ ସୂଚନା ଅନୁସାରେ ଡେପୁଟି କଲେକ୍ଟର ଙ୍କୁ ରଙ୍ଗେ ହାତ ଧରିଛନ୍ତି ତାଙ୍କର ପତ୍ନୀ।ତେବେ ଏହି ଅଧିକାରୀ ଜଣଙ୍କ ଝାରସୁଗୁଡାକୁ କୌଣସି କାମରେ ଆସିଥିବା ବେଳେତାଙ୍କ ପତ୍ନୀ ରାସ୍ତାରେ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟଙ୍କୁ ଦେଖି ତାଙ୍କର ପିଛା କରିବାକୁ ଲାଗିଥିଲେ।ଆଉ ସେ ଦେଖିବାକୁ ପାଇଥିଲେ ଯେ ସ୍ୱାମୀ ଓ ସମ୍ପର୍କୀୟ, ଜଣଙ୍କର ଭଡା ଘରକୁ ଯାଇଥିଲେ।

ଏହାପରେ ତାଙ୍କ ପତ୍ନୀ ସେଠାକୁ ଯାଇ ସେଠାରେ କଣ ଆଲୋଚନା ହେଉଛି ବୋଲି ପଚାରିବାରୁ ବଚସା ଆରମ୍ଭ ହୋଇଥିଲା । ଏତିକି ନୁହଁ ଡେପୁଟି କଲେକ୍ଟର ଜଣଙ୍କ ମାଡ଼ ମାରିଥିଲେ ବୋଲି ମଧ୍ୟ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।ପରେ ଏ ସମ୍ପର୍କରେ ତାଙ୍କ ପତ୍ନୀ ଝାରସୁଗୁଡ଼ା ଏସ୍‌ପିଙ୍କୁ ଲିଖିତ ଭାବରେ ଅଭିଯୋଗ ମଧ୍ୟ କରିଛନ୍ତି।କିନ୍ତୁ ତାଙ୍କ ନାମରେ ହୋଇଥିବା ଏହି ଅଭିଯୋଗକୁ ସେ ସ୍ବୀକାର ନକରି ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଡେପୁଟି କଲେକ୍ଟର ଜଣଙ୍କ। ଏହାକୁ ନେଇ ପୋଲିସ ଏବେ ଯାଞ୍ଚ କରିବା ଆରମ୍ଭ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।