Dr – Manoj Kumar sahu – ଗୋଟିଏ ଥରକରେ ଲିଭର୍ ର ସବୁ ମଇଳା ସଫା କରିଦେବ ଏହି ଚମତ୍କାରୀ ଔଷଧୀୟ ଜୁସ୍, ଦେଖନ୍ତୁ କେମିତି ବନେଇବେ ଓ ପିଇବେ

0

ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ଆମେ ଆମ ମୂଲ୍ୟବାନ ଶରୀର ପ୍ରତି ସେତିକି ଦୃଷ୍ଟି ବା ଧ୍ୟାନ ଦେଉ ନାହୁଁ ଯେତିକି ଦେବା କଥା। ଆମେ ସେତିକି ମାତ୍ରାରେ ଶରୀର ପ୍ରତି ଯତ୍ନଶୀଳ ହେବାରୁ ବଞ୍ଚିତ ରହୁଛୁ। ଯାହା ଫଳରେ ଅନେକ ସମୟରେ ଆମର ଅଯତ୍ନଶିଲତା ଏବଂ ବେପରୁଆ ଜୀବନ ଶୈଳୀ ଆମକୁ ନାନାଦି ରୋଗରେ ପକାଉଛି ଏବଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଏଥିପାଇଁ ସୃଷ୍ଟି ହେଉଛି। ସେଥିପାଇଁ ଆମେ ରୋଗରେ ଆକ୍ରାନ୍ତ ହେଉଚୁ।

ରୋଗ ଶରୀରରେ ରହିବା ସାଧାରଣ କଥା। କାରଣ ଶରୀର ଅଛି ମାନେ ରୋଗ ନିଶ୍ଚିତ ଆସିବ। କିନ୍ତୁ ଆମେ ଚାହିଁଲେ ନିଜକୁ ଏକ ସୁସ୍ଥ ବାତାବରଣ ଦେଇ ପାରିବା। ନିଜକୁ ରୋଗ ଠାରୁ ଦୂରରେ ରଖି ପାରିବା।

ତେବେ ଆମେ ଯେତିକି ପାରୁ ଅନେକ ସମୟରେ ଆମର ବାହ୍ୟ ଅଙ୍ଗ ମାନଙ୍କର ଯତ୍ନ ତ ନେଇଥାଉ ସତ କିନ୍ତୁ ଅନ୍ତର୍ନିହିତ ଅଙ୍ଗ ମାନଙ୍କର ସ୍ଥିତି ଏବଂ ଅସୁସ୍ଥତା କୁ ଆମେ ଜାଣି ପାରି ନଥାଉ। ଯେଉଁ କାରଣରୁ ଆମେ ଉତ୍କଟ ସ୍ବାସ୍ଥ୍ୟ ସମସ୍ୟାରେ ସମୟ ସମୟରେ ଆକ୍ରାନ୍ତ ହୋଇଥାଉ।ତେବେ ଆପଣ ଜାଣିଛନ୍ତି କି ଅନ୍ତଃ ଅଙ୍ଗ ମାନଙ୍କର ସୁସ୍ଥ ରହିବା ପାଇଁ ଆମକୁ କିଭଳି ଭାବରେ ଯତ୍ନବାନ୍ ହେବାକୁ ପଡିବ।

ଆମ ଶରୀର ର ଏକ ଗୁରୁତ୍ୱ ପୂର୍ଣ ଅଙ୍ଗ ହେଉଛି ଲିଭର ବା ଯକୃତ। ଲିଭର ଆମ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ ଯାହା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ।ଏଥିପାଇଁ ଲିଭର କୁ ସୁସ୍ଥ ରଖିବା ଆମର ଦାୟିତ୍ୱ ଅଟେ।

ଆଉ ଏଥିପ୍ରତି ଅଯତ୍ନ ଶିଳ କାରଣରୁ ଅନେକ ଲୋକ ମାନଙ୍କ ର ଲିଭର ଜନିତ ସମସ୍ୟା ରହିଥାଏ ଓ ଅନେକ ସମୟରେ ଦେଖାଯାଏ ମଧ୍ୟ। ଆଉ ଯେଉଁ କାରଣରୁ ସେମାନେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି।ଫଳରେ ଅନେକ ପ୍ରକାର ର ଔଷଧ ଆମକୁ ସେବନ କରିବାକୁ ପଡେ ତଥାପି ଏଥିରୁ ମୁକ୍ତି ମିଳିବା କଷ୍ଟକର ହୋଇଥାଏ।

କାରଣ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସମୟ ସମୟରେ ପରିଲକ୍ଷିତ ହୋଇଥାଏ।ତେବେ ଆପଣଙ୍କୁ ଏଥିପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଯକୃତ ସୁସ୍ଥ ରହିବ।ଆଉ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ।

ଏଥିପାଇଁ କିଛି ଅଁଳା, ଧନିଆ ପତ୍ର,ଏବଂ ଆଲୋବେରା ର ଆବଶ୍ୟକତା ରହିଛି। ଅଁଳା କୁ କାଟି ପାତ୍ରରେ ରଖି ଏଥିରେ ଧନିଆ ପତ୍ରକୁ ମିଶାଇ,ଏହାପରେ ଆଲୋବେରା କୁ ଭଲ ଭାବରେ ଚୋପା ଛଡ଼ାଇ ସେହି ପାତ୍ରରେ ଏହାକୁ ମିଶାନ୍ତୁ।ଏହାପରେ ୩ ଟି ମିଶ୍ରଣକୁ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ।ତାପରେ ଯେଉଁ ଜୁସ୍ ପ୍ରସ୍ତୁତ ହୋଇଯିବ ଏହାକୁ ଆପଣ ଦିନକୁ ୨ ଥର କରି ସେବନ କଲେ ଯକୃତ ଜନିତ ସମସ୍ତ ସମସ୍ୟା ରୁ ମୁକ୍ତି ପାଇବା ସହିତ ଯକୃତକୁ ସୁସ୍ଥ ରଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।