ଗ୍ରାମ ରୋଜଗାର ସେବକ ଗରିବଙ୍କୁ ବୋକା ଭାବିଲେ ହେଲେ ନିଜେ ଫସିଗଲେ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଲୋକ ମାନଙ୍କ ମାନସିକ ସ୍ଥିତି ଏପରି ହୋଇ ପଡିଛି। ଯେ କୌଣସି କାମ କଲେ ସେଥିରୁ କିପରି ମାରିବା। ଛୋଟ କିରାଣୀ ଠାରୁ ଆରମ୍ଭ କରି ବଡ଼ ବଡ଼ିଆ ଅଫିସର ମାନେ ସମସ୍ତେ ନିଜର ନୈତିକତାକୁ ପଛରେ ପକାଇ ହାତ ଗୁଂଜା କିଛି ନେଉଛନ୍ତି। ବନ୍ଧୁଗଣ ଆପଣ ମାନେ ଅନେକ ଖବର ନିଉଜ ପେପର, ଟିଭି, କିମ୍ବା ସୋସିଆଲ ମିଡ଼ିଆ ଇତ୍ୟାଦିରେ ଦେଖିଥିବେ ଯେ ଲାଞ୍ଚ ନେଇ କିମ୍ବା ଲୋକଙ୍କୁ ଠକେଇ ଧରାପଡି ଜେଲ ଯିବା। ସବୁଠି ଏଭଳି ଦୁର୍ନୀତି ଚାଲିଛି, ଏହି ଠକ ମାନେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି କାହାରିକି ଛାଡୁନାହାନ୍ତି। ତେବେ ବନ୍ଧୁଗଣ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣ ମାନେ ଜାଣିଲେ ନିଶ୍ଚିତ ଭାବରେ ନିନ୍ଦା କରିବେ।

ଘଟଣାଟି ହେଉଛି ଗ୍ରାମ ରୋଜଗାର ସେବକ ଗ୍ରାମ ଲୋକଙ୍କୁ ବୋକା ବନେଇ ଠକୁଥିଲେ, ହେଲେ ନିଜେ ଫସିଗଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଠଣା ବିଷୟରେ। ଏଭଳି ଏକ ଘଟଣା ଗଜପତି ଜିଲ୍ଲାର କାଶୀପୁର ଥାନା ଅନ୍ତର୍ଗତ ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ମାଝୀ ବାରିକ ନାମରେ ଜଣେ ବ୍ୟକ୍ତିଙ୍କୁ ୨୦୧୦ ମସିହାରେ ତାଙ୍କୁ ସରକାରଙ୍କ ତରଫରୁ ଜୋବ କାର୍ଡ଼ ମିଳିଥିଲା। ଉକ୍ତ କାର୍ଡ଼ ଆଧାରରେ ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟବ୍ୟାଙ୍କ ରେ ଆକାଉଣ୍ଟ ନମ୍ବର ଖୋଲାଯାଇଥିଲା। GRS ମୁରଲୀ ମାଝିକୁ ନେଇ ଆକାଉଣ୍ଟ ନମ୍ଭର ଖୋଲିଥିଲା। ଏବଂ ପରେ ମାଝୀଙ୍କ ଅଜାଣତରେ କାଶୀନଗର ଷ୍ଟେଟବ୍ୟାଙ୍କ କୁ ଟ୍ରାନସ୍ଫର କରିଥିଲା ଆକାଉଣ୍ଟ। ସେ ଚତୁରତାର ସହିତ ମାଝୀ ବାରିକଙ୍କୁ ଏଟିଏମ କାର୍ଡ଼ କିମ୍ବା ପାସବୁକ ଦେଇନଥିଲେ।

ପରେ ତାଙ୍କ ପୁଅ ବାପାଙ୍କର ଆଉ ଏକ ଖାତା ଖୋଲିବା ପାଇଁ ଯାଇଥିଲେ ବ୍ୟାଙ୍କକୁ ଏହା ପରେ ସେ ଜାଣିବା ପାଇଁ ପାଇଥିଲେ। ଆକାଉଣ୍ଟ ନମ୍ଭରଟି କାର୍ଯ୍ୟ କରୁଛି। ଏହାପରେ ସେ ଏହା ପରେ ସେ ବ୍ୟାଙ୍କ ଷ୍ଟେଟମେଂଟ ବାହାର କରିଥିଲେ। ତାଙ୍କ ଆକାଉଣ୍ଟ ରେ ପାଖାପାଖି ୪୦ ହଜାର ଟଙ୍କା ଆସିଛି। ଏସବୁ ଦେଖିବା ପରେ ମାଝୀ ବାରିକ ଗ୍ରାମ ବାସୀଙ୍କୁ ସାଙ୍ଗରେ ଯାଇ GRS ମୁରଲୀଙ୍କ ଘରେ ପହଂଚି ଥିଲେ। ମୁରଲୀ ସବୁ ସତ କଥା ମାନି ଯାଇଥିଲା ଏବଂ ଭୁଲ ମଧ୍ୟ ମାଗିଥିଲେ। କିନ୍ତୁ ଏହା ପୂର୍ବରୁ ପୋଲିସ ପାଖରୁ ବଞ୍ଚିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଯାଚିଥିଲେ।

ଆଉ କହିଥିଲେ, ମୋର ଭୁଲ ହୋଇ ସାରିଛି ଟଙ୍କା ନିଅ ଆଉ ଏହି ମାମଲାକୁ ଏଇଠି ସମାପ୍ତ କର। ଘଟଣାକୁ ପୋଲିସ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ତାଙ୍କ ନାମରେ ଦଫା ଦୟାର କରାଯାଇଛି। ତେବେ ଏହି ଭଳି ଭାବରେ କେତେ ଗରିବ ଲୋକମାନଙ୍କ ଠାରୁ ଠକୁଛନ୍ତି ତାହାର କୌଣସି ସୀମା ରହୁନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ସତର୍କ ହୋଇଯାଅନ୍ତୁ। ନଚେତ ଏହିଭଳି ଆପଣ ମାନେ ମଧ୍ୟ ଠାକମିର ଶିକାର ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment