ଗର୍ଭ ଅବସ୍ଥାରେ ଶିଶୁ ଶରୀରରେ ବିକୃତି କାହିଁକି ଆସି ଥାଏ ଜାଣନ୍ତୁ ? PREGNANCY TIPS

ଆପଣ ମାନେ ଯଦି ଗର୍ଭବତୀ ରହିଛନ୍ତି କି ପ୍ରେଗ୍ନେସି ପ୍ଲାନିଙ୍ଗ କରୁଛନ୍ତି ତେବେ ଆଜି ଆମେ କିଛି ଜାଣିଲା ଭଳି କଥା ଆପଣଙ୍କ ପାଇଁ ନେଇ ଆସିଛୁ। କାହିଁକି ନା ଆପଣ ମାନେ ଜାଣି ଥିବେ କି କେତେକ ଗର୍ଭସ୍ଥ ଶିଶୁ ମାନେ ଜନ୍ମ ହୁଅନ୍ତି ସେଥି ମଧ୍ୟରୁ କିଛି ଶିଶୁ ଏମିତି ଥାନ୍ତି କି ସେମାନଙ୍କ ଶାରିରୀକ ଓ ମାନସିକ ସ୍ତର ରେ ବିକୃତି ଦେଖା ଯାଇ ଥାଏ। ସେହି ସବୁ ବିକୃତି କାହିଁକି ଆସିଥାଏ। ମା ମାନେ ଏମିତି କି ଭୁଲ କରିଥାନ୍ତି ଯେଉଁଥି ପାଇଁ ତାର ପ୍ରଭାବ ପିଲା ଉପରେ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଶିଶୁ ଶରୀରରେ ବିକୃତି କାହିଁକି ଆସିଥାଏ।

-ପ୍ରେଗ୍ନେସି ସମୟରେ ମହିଳା ମାନେ କିଛି ଏଭଳି ଭୁଲ ଥାନ୍ତି ଯାହାକୁ ସେମାନେ ସାମାନ୍ୟ ଭାବି ଅଣଦେଖା କରି ଦିଅନ୍ତି। କିନ୍ତୁ ସେହି ସାମାନ୍ୟ ଭୁଲ ର ପ୍ରଭାବଟା ଯାଇ ସିଧା ସଳଖ ଗର୍ଭରେ ଥିବା ଶିଶୁ ଉପରେ ପଡ଼ିଥାଏ। ଯାହାଦ୍ଵାରା ଗୋଟିଏ ଶିଶୁ ଶାରିରୀକ ଏବଂ ମାନସିକ ସ୍ତରରେ ବିକୃତ ହୋଇ ଜନ୍ମ ହୋଇଥାଏ।

-ଯଦି ପୁରୁଷର ସ୍ପର୍ମ ଏବଂ ମହିଳାର ଏଗ୍ କ୍ୱାଲିଟି ଭଲ ନଥାଏ ବା ହାଇ କ୍ୱାଲିଟି ହୋଇ ନଥାଏ ତେବେ ବେବି ଶାରିରୀକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇ ଜନ୍ମ ହୋଇଥାଏ। ତେବେ ପୁରୁଷ ମାନଙ୍କ ସ୍ପର୍ମ ଏବଂ ମହିଳାର ଏଗ୍ କ୍ୱାଲିଟି ର ଡେଭଲପ୍ କରିବା ପାଇଁ ନ୍ୟୁଟ୍ରିସିୟନ ଆବଶ୍ୟକତା ରହିଛି।

– ଆଜିକାଲି ର ମହିକ ମାନେ ଖାଇବାରେ ବହୁତ୍ ଚୁଜି ହୋଇଥାନ୍ତି। ସେମାନେ ବହୁତ୍ ଜିନିଷ ଖାଇ ନଥାନ୍ତି। ଯେଉଁଥି ପାଇଁ ବେବି କୁ ଯେଉଁ ଭିଟାମିନ ,ମିନେରାଲ୍ , କ୍ୟାଲସିୟମ, ଆଇରନ ମିଳିବା କଥା ଠିକ୍ ଭାବେ ମିଳି ପାରୁ ନାହିଁ। ଯେଉଁ କାରଣରୁ ବେବି ଠିକ୍ ଭାବେ ଡେଭଲପ୍ କରିପାରେ ନାହିଁ।

– ଗର୍ଭବତୀ ମହିଳା ମାନେ ଠିକ୍ ସମୟରେ ଭେକସିନ୍ ନେବା ଆବଶ୍ୟକ। ଯେଉଁ ମାନେ ଠିକ୍ ସମୟରେ ଭେକସିନ୍ ନେଉ ନାହାଁନ୍ତି ସେହି କ୍ଷେତ୍ରରେ ଶିଶୁ ଠାରେ ବିକୃତି ଆସିଥାଏ। ଡ଼ାକ୍ତର ଦେଇଥିବା କ୍ୟାଲସୀୟମ ଭିଟାମିନ ଟ୍ୟାବଲେଟ୍ ନିୟମିତ ସେବନ କରନ୍ତୁ ଠିକ୍ ଟାଇମ୍ ରେ ସେବନ କରନ୍ତୁ।

ଗର୍ଭବତୀ ମହିଳା ମାନେ ଏହି ସମୟରେ ବିଶେଷ ସତର୍କ ରହିବା ଆବଶ୍ୟକ ଏହି ସମୟରେ ସେମାନଂକୁ ଯେମିତି ଇନ୍ଫେକସନ୍ ନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆପଣ ମାନେ ଡେଟେଲ ୟୁଜ କରନ୍ତୁ ଏବଂ ନିଜ ପ୍ରାଇଭେଟ୍ ପାର୍ଟ କୁ ଭି ୱାସ୍ ରେ ସଫା କରନ୍ତୁ। ଯାହା ଦ୍ଵାରା ଆପଣ ଇନ୍ଫେକସନ୍ ଠାରୁ ଦୂରେଇ ରହିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment