ରହସ୍ୟ ଘେରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା। ପାଇଖାନା ଟାଙ୍କିରୁ ମିଳିଲା ବଡ ସୁରାକ। ହଁ ଆଜ୍ଞା ଜେରା ବେଳେ ଗୋପାଳ ଏପରି କିଛି କଥା କହିଛି ଯାହା ସମସ୍ତଂକ ନିଦ ହଜାଇ ଦେଇଛି। ଆଉ ସମସ୍ତେ ରାତି ଅନିଦ୍ରା ହୋଇ ପାଇଖାନା ଟାଙ୍କିରୁ ପ୍ରମାଣ ଗୋଟାଇବା ରେ ଲାଗି ପଡିଛନ୍ତି।
ପ୍ରଭାବ ଶାଳୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସମ୍ପର୍କୀୟ କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଚ୍ କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ଙ୍କ ହାତରେ ଲାଗିଛି। ଯାହାକୁ ସେମାନେ ରାତି ଅନିଦ୍ରା ହୋଇ ଖୋଜି ଚାଲି ଥିଲେ। ନବ ଦାସଙ୍କୁ ହତ୍ୟା ର ରହସ୍ୟ କୁ ଏଡ଼ାଇବା ପାଇଁ ଗୋପାଳ ଦାସ ନିଜେ ପାଇଖାନା ଟାଙ୍କି ଭିତରେ ଏସବୁ ପୁରାଇ ଦେଇଥିଲା। ଆଉ ଅତି ରୋଚକ ଭାବରେ ଝାଡା ଯିବ କହି ପାଇଖାନା କୁ ଯାଇଥିଲ ଗୋପାଳ।
ଆଉ ତା ପରେ ପନ୍ଦର ପୃଷ୍ଠା ର କାଗଜ କୁ ମୋଡି ମୋକଚି ପାଇଖାନା ଟାଙ୍କିରେ ପୁରାଇ ପାଣି ଢାଳି ଥିଲା ଗୋପାଳ। ଯାହା ସେଠୁ ଯାଇ ପୁରା ଟାଙ୍କି ଭିତରକୁ ଖସି ପଡିଥିଲା। ଯାହାକୁ ଆଗରୁ ଜାଣି ପାରି ନଥିଲେ ପୋଲିସ ବାବୁ। ତେବେ ଗୋପାଳ ର ପେଟ ଉଚ୍ଚା ଦେଖା ଯାଉଥିଲା ପରେ ନୀଚା ଦେଖା ଯିବାରୁ ପଚାରି ଥିଲେ କର୍ମଚାରୀ ଏହାପରେ ଗୋପାଳ କହିଥିଲା କି ମୁଁ ସବୁ କାଗଜ ଟାଙ୍କି ଭିତରେ ପକାଇ ଦେଇଛି। ଆଉ ଏବେ ଟାଙ୍କି ରେ ଖୋଜିବା ପରେ ପନ୍ଦର ପୃଷ୍ଠା ର କାଗଜ ବାହାରୁଛି।
ଯେଉଁ ପନ୍ଦର୍ ପୃଷ୍ଠା କୁ ପାଇଖାନା ରେ ପକାଇ ପାଣି ଢାଳି ଦେଇଥିଲା ଗୋପାଳ। ଯାହା ଏବେ ଖୋଜି ପାଇଁ ଯାଇଛି ପୋଲିସ। ତେବେ ଦେଖିବାକୁ ବାକି ରହିଲା ଏହି ପନ୍ଦର ପୃଷ୍ଠା ରେ କେଉଁ ରହସ୍ୟ ଲୁଚି ରହିଛି। ଯେଉଁ ରହସ୍ୟ କୁ ଗୋପାଳ ଲୁଚାଇବା ପାଇଁ ଚାହୁଁ ଥିଲା। ତେବେ ସତରେ କଣ ହତ୍ୟା ଷଡଯନ୍ତ୍ର ଏ ଗୁମର ଏହି ପନ୍ଦର ପୃଷ୍ଠା ରେ ଲେଖା ଥିଲା ନା ଆଉ କିଛି ରୋଚକ ତଥ୍ୟ ଲୁଚି ରହିଛି ଏହି ୧୫ ପୃଷ୍ଠା ରେ। ଯାହା ବାବଦରେ ଜାଣିବା ପାଇଁ ସାରା ଓଡିଶା ଚାହିଁ ରହିଛି।
ତେବେ ଏଏସଆଇ ଗୋପାଳ ଙ୍କୁ ଅଧିକ ଜେରା ପରେ ଆହୁରି ହତ୍ୟାର ଅନେକ କାରଣ ଓ ରହସ୍ୟ କ୍ରାଇମବ୍ରାଞ୍ଚ ଭେଦ କରିବ ବୋଲି ଲକ୍ଷ ରଖିଛି। ଗୋପାଳ ମୁଁହ ରୁ ଗୋଟି ଗୋଟି କରି ସତ୍ୟ ବାହାର କରିବ।ଖୁବ୍ ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ମିଳିଛି। ତେବେ ଦେଖିବାକୁ ବାକି ରହିଲା ତଦନ୍ତ ପରେ ଘଟଣା କେଉଁ ମୋଡ଼ ନେଉଛି ଯାହା ଉପରେ ରହିଛି ରାଜ୍ୟବାସୀ ଙ୍କ ନଜର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।