ଗୁମର ଫିଟିଲା ବହୁତ ଦିନଧରି ଲୁଚି ରହିଥିବା ସତ୍ୟତା, ଏହି କାରଣ ପାଇଁ ଫିଲ୍ନ ଛାଡି ସନ୍ୟାସୀ ହୋଇଗଲେ ଶ୍ରୀରାମ ପଣ୍ଡା

0

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ କଳାକାର ଥିଲେ ଯେଉଁମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ପାଇଁ ଇତିହାସ ସୃଷ୍ଟି କରିଥିଲେ । ସେହି ପରି କଳାକାର ମାନଙ୍କ ପାଇଁ ଆଜି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ବଞ୍ଚି ରହିଛି। ତାଙ୍କର ଅଭିନୟ ପାଇଁ ଫିଲ୍ମ୍ ଇଣ୍ଡଷ୍ଟ୍ରି ଏକ ନୂତନ ଯୁଗ ସୃଷ୍ଟି ହୋଇଥିଲା। ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରତିଭାବାନ ଅଭିନେତା ଶ୍ରୀରାମ ପଣ୍ଡା।

ଅନେକ ଫିଲ୍ମ୍ ରେ ନିଜ ର ଅନେକ ପ୍ରକାର କଳା ର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥିଲେ । ତାଙ୍କ ଅଭିନୟ ପାଇଁ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ ଚର୍ଚ୍ଚିତ ଥିଲେ। ସେ ନିଜ ର କ୍ୟାରିୟର ର ଆରମ୍ଭ ରୁ ଇଣ୍ଡଷ୍ଟ୍ରି କୁ ବହୁତ ସୁପର୍ ହିଟ୍ ମୁଭି ସବୁ ଦେଇଛନ୍ତି ।

ସେ ତାଙ୍କ ଜମାନ ରେ ଜଣେ ସୁପର୍ ଷ୍ଟାର୍ ଥିଲେ । କେବଳ ସିଏ ନୁହନ୍ତି ନିଜର ଦାଇଲଗ୍ ଓ ଅଭିନୟ ତଥା ନିଜ ର କ୍ୟରେକ୍ଟର ପାଇଁ ବିଜୟ ମହାନ୍ତି ମଧ୍ୟ ଜଣେ ବହୁତ ଚର୍ଚ୍ଚିତ ଓ ଲୋକ ପ୍ରିୟ କଳାକାର ଥିଲେ ।

ତେବେ ଆଜି ଏହି କଳାକାର ମାନେ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ଓ ତାଙ୍କ ଅଭିନୟ ଆଉ ଦେଖିବା ପାଇଁ ମିଳୁ ନାହିଁ ।ତେବେ ଏତେ ପ୍ରସିଦ୍ଧ କଳାକାର ହଠାତ୍ କିପରି ଭାବେ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ ଓ ଏହା ପଛରେ କଣ କାରଣ ରହିଥିଲା ଏହି ବିଷୟ ରେ ଖୁବ୍ କମ୍ ଲୋକ ଜାଣିଛନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ କିଛି ଅକୁହା କଥା ।

ଏହି ଲୋକ ପ୍ରିୟ କଳାକାର ଜଣଙ୍କ ୧୯୭୨ ମସିହା ରେ ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।କିନ୍ତୁ ସେ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା ଅଟନ୍ତି । ଗଞ୍ଜାମ ଜିଲ୍ଲାରେ ତାଙ୍କ ସପରିବାର ସହିତ ରହୁଥିଲେ । ତାଙ୍କ ସ୍ତ୍ରୀ ଙ୍କ ନାମ ତ୍ରିପୁରା ମିଶ୍ର ଅଟେ ।

ସେ ପ୍ରଥମେ ଧରିତ୍ରୀ ସିନେମା ମାଧ୍ୟମ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଓ ଏହାପରେ ସେ ଓଡ଼ିଆ ଫିଲ୍ମ୍ ର ଜଣେ ଲୋକପ୍ରିୟ କଳାକାର ହୋଇ ଯାଇଥିଲେ। ତେବେ ନବେ ଦଶକରେ ସେ ଓଲିଉଡ୍ ଫିଲ୍ମ ଜଗତରେ ଏକ ଏପରି ସ୍ଥାନ ରେ ପହଁଞ୍ଚିଯାଇଛନ୍ତି କି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ନମ୍ବର ହିରୋ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।

ଆଜି ବି ତାଙ୍କର ଅଭିନୀତ ଫିଲ୍ମ୍ “ଜୋର୍ ଜାର୍ ମୁଲକ୍ ତାର ” ରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳେ। କିନ୍ତୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏତେ ଲୋକପ୍ରିୟତା ହାସଲ କରି ମଧ୍ୟ ସେ ଏହି ରୂପେଲି ପରଦାରୁ ଦୂରେଇ ଯାଇଥିଲେ ।

ସଂସାର ର ମୋହ ମାୟା ରୁ ଦୂରେଇ ସେ ଆଜି ସୁପର୍ ଷ୍ଟାର୍ ଶ୍ରୀରାମ ପଣ୍ଡା ରୁ ହୋଇ ଯାଇଥିଲେ ନିତ୍ୟ ଚୈତନ୍ୟ । ଭଗବାନ କାର୍ଯ୍ୟ ରେ ନିଜକୁ ସେ ସମର୍ପିତ କରି ଦେଇଛନ୍ତି । ଭଗବାନ ଙ୍କ ବାଣୀ ରେ ଅନୁପ୍ରାଣିତ ହୋଇ ସେ ଆଜି ସନ୍ୟାସୀ ନିତ୍ୟ ଚୈତନ୍ୟ ହୋଇଛନ୍ତି। ତେବେ ଫିଲ୍ମ୍ ରେ ତାଙ୍କର ଅବଦାନ ସହିତ ଆଧ୍ୟାତ୍ମିକ କ୍ଷେତ୍ରରେ ଯୋଗ ଦେବା ପାଇଁ ତାଙ୍କୁ ଜୟଦେବ ପୁରସ୍କାର ମଧ୍ୟ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।