ହେ ଭଗବାନ ! ଗୁମ୍ଫାରୁ ଭିତରୁ ଶୁଭେ ଓଁ କାର ଶବ୍ଦ , ବିଶ୍ବାସ ନ ହେଲେ ବି ସତ ! ମନରେ ଭକ୍ତି ଥିଲେ ଆପଣ ମାନେ ନିଶ୍ଚିତ ସେୟାର କରିବେ

0

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ସହିତ ଭରି ରହିଛି ଆମ ଦେଶ ଭାରତ । । ଆମ ଭାରତ ର ପ୍ରତ୍ୟେକ ନାଗରୀକ ମାନେ ନିଜ ନିଜର ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ମାନେ ନିଜ ନିଜର ପରମ୍ପରା ଓ ସଂସ୍କୃତି କୁ ସର୍ବଦା ବଜାଇ ରଖି ଥାଆନ୍ତି।ତେବେ କୁହାଯାଏ ଯେ ସମଗ୍ର ବିଶ୍ବ ରୁ ଭିନ୍ନ ଅଟେ ଭାରତ ର ପରମ୍ପରା ଓ ଈଶ୍ୱର ଭକ୍ତି ।ଓ ଆଜି ଏହି ପରମ୍ପରା , ସଂସ୍କୃତି ଈଶ୍ୱର ପ୍ରତି ବିଶ୍ୱାସ ରୁ ହିଁ ଆମକୁ ଆମ ରାଷ୍ଟ୍ର ର ପରିଚୟ ମିଳିଥାଏ।

କିନ୍ତୁ ବେଳେ ବେଳେ ଅନେକ ପ୍ରକାର ଆଶ୍ଚର୍ଯ୍ୟ କଥା ଏହି ଦେବଭୂମି ରେ ଦେଖିବାକୁ ମିଳିଥାଏ ଯାହା ଈଶ୍ୱର ମାନଙ୍କ ଅଲୌକିକ ଶକ୍ତି ବୋଲି ବିଶ୍ୱାସ କରାଯାଏ । ତେବେ ସେମିତି ଏକ ଉଦାହରଣ ଆଜି ଆମ ସାମ୍ନା କୁ ଆସିଛି ।

ଭୁବନେଶ୍ୱର ଠାରେ ରହିଛି ହଜାର ହଜାର ବର୍ଷ ପୁରୁଣା ଗୁମ୍ଫା। ଯାହା ଭିତରକୁ ଲମ୍ବିଛି ସୁଡ଼ଙ୍ଗ। ଏହାରି ଭିତରେ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏହାରି ଭିତରୁ ଶୁଭେ ଓଁକାର ଧ୍ଵନି। ତେବେ ଏହାରି ସତ୍ୟତା ଜାଣିବା ଏକ ଟିମ୍ ପହଞ୍ଚି ଥିଲେ ଗୁମ୍ଫା ପାଖରେ । ପ୍ରଥମେ ଲୋକ ମାନଙ୍କ ଠାରୁ ବୁଝି ଥିଲେ ଗୁମ୍ଫା ବିଷୟ ରେ । ପାହାଡ ପାଖରେ ରହିଛି ଏହି ଅନହିତ ଗୁମ୍ଫା ।

ଗୁମ୍ଫା ର ପ୍ରାୟ ୨୦ ମିଟର ଯାଏ ଚଢ଼ି ପାରିଥିଲେ ରିପୋର୍ଟର । ଆଉ ଆଗକୁ ଯିବା ସମ୍ଭବ ହେଲା ନାହିଁ। ଭିତରକୁ ଘୋର ଅନ୍ଧକାର ଭିତରୁ ବାହାରୁଚି ପ୍ରଚଣ୍ଡ ଶବ୍ଦ । ତେବେ ଭିତରକୁ କାଳେ କୌଣସି ଅଧିକ ଭୟଙ୍କର ସରୀସୃପ ଥାଇ ପାରନ୍ତି ତେଣୁ ଆଉ ଭିତରକୁ ଗଲେ ନାହିଁ ରିପୋର୍ଟର । ତେବେ ଏହି ଗୁମ୍ଫା ଦେଇ କୁଆଡ଼େ ସାଧୁ ସନ୍ଥ ଯାଇ ଥାଆନ୍ତି ଶ୍ରୀକ୍ଷେତ୍ର, ଓଳାଶୁଣି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏହି ଅନାହତ ଗୁମ୍ଫା ର ଗୋଟିଏ ପାର୍ଶ୍ଵ ରୁ ଝରଣା ଟିଏ ବହି ଯାଇଛି ଯାହା କେବେ ସୁଖେ ନାହିଁ ।

ଗୁମ୍ଫା ର ପଥର କୁ ଦେଖିଲେ ଏଠାରେ କଣ ଖୋଳା ହୋଇଥିବାର ଦେଖା ଯାଏ ଆଉ ପଥର କୁ ନିରିଖେଇ ଦେଖିଲେ ଏହା ଅନେକ ଇତିହାସ କୁ ଜାବୁଡି ଧରି ଥିବାର ଦେଖାଯାଏ । ଏହି ଗୁମ୍ଫା ଟି ଆଖଣ୍ଡିତ ଅଟେ ଏହା କେତେ ବାଟ ଜାଏ ଅଛି ଏହା କେବେ କେହି କହି ପାରିବେ ନାହିଁ । ତେବେ ଗୁମ୍ଫା ରେ ରହିଛି ତିନୋଟି ଦ୍ଵାରା ଗୋଟିଏ ଖଣ୍ଡଗିରି କୁ , ଆଉ ଗୋଟେ ପୁରୀ କୁ , ଆଉ ଗୋଟେ ଓଳାଶୁଣି କୁ । ତେବେ ଗୁମ୍ଫା ଟିର ନାମ ଅନାହତ ଗୁମ୍ଫା ଯାହାର ଅର୍ଥ ଅଖଣ୍ଡିତ ବା ଆହତ ବିହୀନ ।

ତେବେ ୩୦୦୦ ବର୍ଷ ପୂର୍ବରୁ ଏଠାରେ କୌଣସି ଏକ ଗୋଷ୍ଠୀ ରହିଥିଲେ ଯାହାର ପ୍ରମାଣ ଗୁମ୍ଫା ରୁ ମିଳିଥାଏ । ସେମାନେ ଯେଉଁ ସବୁ ଫୁଲ ଆଙ୍କି ଅଛନ୍ତି , ମାଟିର ଦୀପ, ଆଦି ମାତା ର ଚିତ୍ର ଇତ୍ୟାଦି ଏହାର ପ୍ରମାଣ ଦେଇଥାଏ । ତେବେ ପ୍ରତି ଅମାବାସ୍ୟା ଓ ସଂକ୍ରାନ୍ତି ତିଥି ରେ ଆସି ଏହି ଗୁମ୍ଫା ର ଅଲୌକିକ ଘଟଣା ବିଷୟ ରେ ଗବେଷଣା କରିବାର ଆବଶ୍ୟକତା ରହିଛି କାରଣ ଏହି ଦିନ ମାନଙ୍କ ରେ ହିଁ ଶୁଭେ ଅଲୌକିକ ଶବ୍ଦ ।

ଏହି ରହସ୍ୟ ଫିତିଲେ ଓଡ଼ିଶା ଅଧ୍ୟାୟ ରେ ଯୋଡ଼ି ହୋଇ ପାରନ୍ତା ଏକ ନୂତନ ଅଧ୍ୟାୟ।