ଦେଖନ୍ତୁ ଗୁନ ଗୁନ ଙ୍କୁ ରିସେପ୍ସନ ପାଇଁ ସଜ କଲେ ହିରୋଇନ ଅର୍ଚ୍ଚିତା, ଭିଡ଼ିଓ ଦେଖିଲେ ହୋଇଯିବେ ତାଯୁବ

0

ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି। ଯଦି ଜଣେ ସାଧରଣ ଲୋକର ବିବାହ ହୁଏ ତେବେ ତାଙ୍କ ବିବାହ କେବଳ କିଛି ଲୋକ ଯେଉଁ ମାନେ କି ସାଙ୍ଗସାଥି ବନ୍ଧୁବର୍ଗ ହିଁ ଜାଣିବା ପାଇଁ ପାଇ ଥାନ୍ତି।

କିଛି ଲୋକ ଲୋକ ହିଁ ତାଙ୍କ ବାହାଘରକୁ ଅପେକ୍ଷା କରିଥାନ୍ତି। କିନ୍ତୁ ଯେତେବେଳେ ଜଣେ ସେଲିବ୍ରେଟିଙ୍କ ବାହାଘର ହୁଏ ସେତେବେଳେ ତାଙ୍କ ବାହାଘରକୁ ସାରା ଦୁନିଆ ଜାଣିଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଓଲିଉଡ ଅଭିନେତ୍ରୀ ଗୁନ ଗୁନଙ୍କ ବିବାହ ଚାଲିଛି। ଯେଉଁଥିରେ ସମଗ୍ର ଓଲିଉଡ ଜଗତର କଳାକାର ତାଙ୍କ ବାହାଘର ରେ ଯୋଗ ଦେଇଥିବାର ମଧ୍ୟ ଦେଖା ଯାଇଥିଲା। ତେବେ ଗୁନଗୁନ ଙ୍କ ମେହେନ୍ଦୀ ରେ ମଧ୍ୟ ଅନେକ ନାଚ ଗୀତର କାର୍ଯ୍ୟକ୍ରମ ହୋଇଥିଲା। ତେବେ ସମସ୍ତ କଳାକାର ମଧ୍ୟରୁ ଆମ ଓଲିଉଡର ଆଗ ଧାଡ଼ିର ନାୟକ ନାୟିକା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଉଭୟ ଯୋଗ ଦେଇଥିଲେ। ସେମାନେ ତାଙ୍କ ବାହାଘରରେ ବହୁତ ମନରଞ୍ଜନ କରିଥିଲେ।

 

View this post on Instagram

 

A post shared by Archita Sahu (@architasahuofficial)

ଏପରିକି ଅର୍ଚ୍ଚିତା ନିଜେ ଗୁନଗୁନଙ୍କୁ ବଧୂ ବେଶରେ ସଜେଇ ଦେଇଥିଲେ। ଗୁନଗୁନ ମଧ୍ୟ ବାହାଘର ରେ ଅନେକ ଖୁସି ଥିବା ଦେଖିବା ପାଇଁ ମିଳିଛି ଏପରିକି ସେ ନିଜେ ମଧ୍ୟ ନାଚିଥିଲେ । ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ମଧ୍ୟ ତାଙ୍କ ସହିତ ସେଲଫି ଉଠାଇଥିଲେ ଯାହାକି ସମସ୍ତେ ଖୁସିରେ ଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ସମସ୍ତେ ମଧ୍ୟ ତାଙ୍କ ନୂଆ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ସେଲଫି ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ପୋଷ୍ଟ କରିଥିଲେ। ଯାହାବି ହେଉ ଗୁନଗୁନ ତାଙ୍କ ସ୍ୱାମୀଙ୍କ ସହିତ ବହୁତ ଖୁସି ଥିବାର ଦେଖିବା ପାଇଁ ମଧ୍ୟ ମିଳିଥିଲା। ତେବେ ବାହାଘର ପରେ ସେ ଆଉ ଫିଲ୍ମ କରିବେ କି ନାହିଁ। ସେ ଏପର୍ଯ୍ୟନ୍ତ କିଛି ବି କହି ନାହାଁନ୍ତି।

ତେବେ ଆଗକୁ ଦେଖିବାର ବିଷୟ ରହିଛି ଯେ ସେ ଆଉ ଫିଲ୍ମ କରିବେ କି ନାହିଁ। ତାଙ୍କ ସ୍ବାମୀ ମଧ୍ୟ ବହୁତ ଖୁସି ଥିବର ମଧ୍ୟ ଜଣା ପଡ଼ିଛି। ସୋସିଆଲ ମିଡ଼ିଆ ରେ ତାଙ୍କ ବାହାଘର ଫୋଟୋ ଏବଂ ଭିଡ଼ିଓ ଦେଖି ସମସ୍ତେ ପସନ୍ଦ କରୁଛନ୍ତି। ବର୍ତ୍ତମାନ ମଧ୍ୟ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଦେଖୁଛନ୍ତି। ନୂଆ ଜୀବନର ଶୁଭ କାମନା ଜଣାଇବା ସହିତ ଅନେକ ପସନ୍ଦ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।