ଦର୍ଶକ ବନ୍ଧୁ ଆଜିର ଦୁନିଆରେ ସମସ୍ତଙ୍କ ଠାରେ କିଛି ନା କିଛି ନା ସମସ୍ୟା ଦେଖିବାକୁ ମିଳିଥାଏ | ଯେମିତିକି କାହା ପାଖରେ ଧନର ଅଭାବ ଓ କାହା ପାଖରେ ବିବାହ ଜନିତ ସମସ୍ୟା ଏମିତି ବହୁତ ଗୁଡିଏ ସମସ୍ୟା ଜୀବନ ଆସିଥାଏ | ତେବେ ଏହି ସବୁ ସମସ୍ୟା ରୁ ମୁକୁଳିବା ପାଇଁ ଆମେ ବହୁତ ସମୟରେ ବହୁତ ଚେଷ୍ଟା ମଧ୍ୟ କରିଥାଉ ହେଲେ କୌଣସି ଉପାୟ ପାଇ ନଥାଉ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏବେ ଜାଣିବା ଗୁରୁବାର ଦିନ କଣ ସବୁ ଉପାୟ କରିବା ଯୋଗୁଁ ଆମ ଉପରେ ଶୁଭ ଫଳ ମିଳିଥାଏ |
ମଣିଷ ଜୀବନରେ ସୁଖ ଦୁଃଖ ଲାଗିରହିବା ଏକ ସାଧାରଣ କଥା ହେଲେ ବେଳେ ବେଳେ ସମସ୍ୟା ଏତେ କଠିନ ହେଇଥାଏ ଯେ ଯାହା ଆମକୁ ବହୁତ କଷ୍ଟ ଦେଇଥାଏ | ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ ଆପଣଙ୍କୁ କଦଳୀ ଗଛ ମୂଳରେ କିଛି ଏମିତି ଜିନିଷ ପୋତିଦବାର ଅଛି ଯାହାକୁ ପୋତିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟାର ସମଧାନ ହେଇପାରିବ ବୋଲି କୁହାଯାଉଛି | ଯେହେତୁ ବୃହସ୍ପତି ଦେବତାଙ୍କ ଗୁରୁ ଅଟନ୍ତି ଏବଂ ଜନ୍ମ କୁଣ୍ଡଳୀ ରେ ବୃହସ୍ପତି ର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି | ଯେମିତିକି ବୃହସ୍ପତି ଦେବ ବିବାହ କାରକ ଅଟନ୍ତି, ସନ୍ତାନର କାରକ ଜ୍ଞାନ ଓ ଶିକ୍ଷାର କାରକ ମଧ୍ୟ ଅଟନ୍ତି | ଏବଂ ଧନର ମଧ୍ୟ କାରକ ଅଟନ୍ତି ବୃହସ୍ପତି ଦେବ | ଯଦି ଆମ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଦେବ ଖରାପ ରେ ଅଛନ୍ତି ତେବେ ଧନ ସଞ୍ଚୟ କରି କିଛି ଲାଭ ହେବ ନାହିଁ |
ବୃହସ୍ପତି ଙ୍କର କୃପା ପାଇବା ପାଇଁ କଣ କରିବେ ଉପାୟ :-1-ତେବେ ବୃହସ୍ପତି ଙ୍କ ବାର ବା ଗୁରୁବାର ଦିନ ଯଦି ଆପଣ କଦଳୀ ଗଛ ମୂଳରେ କିଛି ଚନ୍ଦନ କାଠ ଏକ ହଳଦୀଆ କପଡ଼ା ରେ ବାନ୍ଧି ଅର୍ପଣ କରନ୍ତି ତାହାଲେ ବୃହସ୍ପତି ଦେବ ପ୍ରସନ୍ନ ହେଇଥାନ୍ତି ଓ ଆପଣଙ୍କ ଘରେ ଧନର ଆଗମନ ହେଇଥାଏ |
2- ଏହା ବ୍ୟତୀତ ଗୁରୁବାର ଦିନ ଜଳରେ କିଛି ହଳଦୀ ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏବଂ ଏହା ପରେ ଓଁ ବିରିଂ ବୃହସ୍ପତି ନମଃ ଏହି ମନ୍ତ୍ର ଜପ କରନ୍ତୁ | ଯାହା ଦ୍ୱାରା ଚାକିରୀ ପାଇଁ ଚିନ୍ତିତ ଥିଲେ ମଧ୍ୟ ତାହା ଦୂର ହେଇଯିବ |
3-ଆପଣ ପ୍ରତି ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଜଳ ପୂର୍ଣ୍ଣ ପାତ୍ରରେ କିଛି ଡାଲି ଓ ଗୁଡ଼ ମିଶାଇ ଅର୍ପଣ କରନ୍ତୁ ଦେଖିବେ ସମସ୍ତ ସୁଖ ଶାନ୍ତି ଆପଣ ପ୍ରାପ୍ତ କରିବେ | ଏହା ବ୍ୟତୀତ ଯଦି ଆପଣ 7 ଟି ହଳଦୀ ଖଣ୍ଡ କଦଳୀ ଗଛ ମୂଳରେ ପୋତି ଦଉଛନ୍ତି ତାହାଲେ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଯେମିତିକି ବିବାହ ଜନିତ ସମସ୍ୟା, ଚାକିରୀ, ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସହଜରେ ହେଇପାରିବ |
4- ଗୁରୁବାର ଦିନ କଦଳୀ ଗଛର ମୂଳ ରେ ଗୋଟିର ଟଙ୍କିଆ କୋଏନ କୁ ପୋତି ଦେବା ସହିତ, କଦଳୀ ଗଛ ରୁ ପୂଜା କରି କଦଳୀ ଗଛ ର ମୂଳ ରେ ବତୁରା କିସ ମିସ କୁ ମଧ୍ୟ ପକାଇବେ ବୋଲି କୁହାଯାଉଛି | ଆଉ ଯାହା ଦ୍ୱାରା ଗୁରୁବାର ଦିନ ଶୁଭ ଫଳ ମିଳିଥାଏ ବୋଲି କୁହାଯାଉଛି |
ତେବେ ଏହା ହେଉଛି ଗୁରୁବାର ଦିନ ଏହି ଭଳି ଉପାୟ କରିବା ଯୋଗୁଁ ଶୁଭ ଫଳ ମିଳିଥାଏ ବୋଲି କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।