ଆଜି ଆମେ ଏମିତି ସହଜ ଉପାୟ ବିଷୟରେ ଯାହାକୁ ଯଦି ପୁରା ଶ୍ରଦ୍ଧା ଭାବେ କରାଯାଏ ବିଶ୍ବାସର ସହିତ କରାଯାଏ ତ ବିଶ୍ଵାସ କରନ୍ତୁ ଜୀବନର ସବୁ ସମସ୍ୟାର ସମାଧାନ ହୋଇ ଯାଇଥାଏ। ଆଜିର ବିଷୟ ହେଉଛି ଗୁରୁବାର ଦିନ ଏମିତି କେଉଁ କାର୍ଯ୍ୟ କରିବେ ଯାହା ଦ୍ଵାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହେବା ସହିତ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଗୁରୁବାର ଦିନ କରିବା ଦ୍ଵାରା ଘରେ କେବେ ଧନର ଅଭାବ ହେବ ନାହିଁ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
୧. କଦଳୀ ଗଛର ପୂଜା ଦ୍ଵାର ଦେବଗୁରୁ ବୃହସ୍ପତି ଖୁସି ହୋଇଥାନ୍ତି। ଯଦି ଆପଣ ଗୁରୁବାର ଦିନ କିଛି ଚନ୍ଦନ କାଠକୁ ଏକ ହଳଦିଆ କପଡାରେ ବାନ୍ଧି କଦଳୀ ଗଛ ମୂଳରେ ରଖି ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଧନର ଆଗମନ ହେବ।
୨. ଗୁରୁବାର ଦିନ ସକାଳୁ ଉଠି ସ୍ନାନ ସାରି ସବୁ ନିତ୍ୟକର୍ମ ସାରି କଦଳୀ ଗଛ ମୂଳରେ ଜଳକିଛି ହଳଦୀ ମିଶାଇ ଅର୍ପଣ କରନ୍ତୁ। ଏହା ସହିତ ଏକ ହଳଦିଆ ରଙ୍ଗର କପଡ଼ାରେ ଚନ୍ଦନ କାଠକୁ ବାନ୍ଧି କଦଳୀ ଗଛରେ ବାନ୍ଧି ଦିଅନ୍ତୁ। ଏବଂ ଓଁ କ୍ରିଂ ବୃହସ୍ପତି ନମ୍ଃ ଜପ କରନ୍ତୁ। ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ।
୩. ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଉ ନାହିଁ, ଜୀବନରେ ସର୍ବଦା ସମସ୍ୟା ଲାଗି ରହିଛି, ଚାକିରୀ କ୍ଷେତ୍ରରେ ବାରମ୍ବାର ଅସଫଳ ହେଉଛନ୍ତି, ବ୍ୟବସାୟ କ୍ଷେତ୍ରରେ ବାରମ୍ବାର କ୍ଷତି ହେଉଛି ତେବେ ପ୍ରତି ଗୁରୁବାର ଦିନ ଗଙ୍ଗା ଜଳରେ କିଛି ହଳଦୀ ମିଶାଇ କଦଳୀ ଗଛ ମୂଳରେ ଢାଳି ଦିଅନ୍ତୁ। ପ୍ରତି ଗୁରୁବାର ଦିନ ଆପଣ ଯଦି ଏପରି କରନ୍ତି ତେବେ ଖୁବ୍ ଶୀଘ୍ର ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।
୪. ଯଦି ଆପଣଙ୍କଙ୍କ ଜୀବନରେ ସବୁ ସମୟରେ ଦୁଃଖ କଷ୍ଟ ଲାଗି ରହିଛି ପରିବାରରେ ବି ଯଦି ଅଶାନ୍ତି ଲାଗି ରହିଛି ତେବେ ଆପଣ ପାଣିରେ ବତୁରା ଚଣା ଡାଲି ଓ ଗୁଡ଼ ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ। ପ୍ରତି ଗୁରୁବାର ଦିନ ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ ଦେବଗୁରୁ ବୃହସ୍ପତିଙ୍କ ଅଶେଷ କୃପା ଦୃଷ୍ଟି ରହିବ ଯାହା ଫଳରେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ଜୀବନର ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ।୫. ଯଦି ଆପଣ କିଛି ନୂଆ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି କି କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ କଦଳୀ ଗଛ ମୂଳରେ ଜଳ ସହିତ କିଛି ଚିନି ମିଶାଇ ଏବଂ ଓମ୍ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ ମନ୍ତ୍ର ଜପ କରି ଆପଣ ଚିନି ମିଶ୍ରିତ ଜଳ ଅର୍ପଣ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।