Dr Palash Das – ଗୁଟକା ଖାଇ ଦାନ୍ତ କଳା ହୋଇଯାଇଛି କି?କରନ୍ତୁ ଏହି ଉପାୟ ଆପଣଙ୍କ ଦାନ୍ତ ଚମକିବ ପୁରା ମୋତି ଭଳିଆ

0

ଆମେ କହିଥାଉ କି – “ସ୍ୱାସ୍ଥ୍ୟ ହିଁ ଜୀବନ ” ଏହାର ଅର୍ଥ ହେଉଛି ସ୍ୱାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ l ଯଦି ଆମ ପାଖରେ ଗୋଟିଏ ସୁସ୍ଥ ଶରୀର ରହିଛି ତେବେ ଆମ ଜୀବନରେ କୌଣସି ଦୁଃଖ ରହି ନଥାଏ l ଆମେ ଆମ ଜୀବନର ପ୍ରତ୍ୟକ ମୁହୂର୍ତ୍ତକୁ ଭଲ ଭାବେ ଉପଭୋଗ କରି ପାରିବା l ଯଦି ଆମ ପାଖରେ ଗୋଟିଏ ସୁସ୍ଥ ଶରୀର ନାହିଁ ତେବେ ଆମେ ଅନେକ ସମସ୍ୟାରେ ପଡି ଯାଇ ଥାଉ l ଜୀବନର କୌଣସି ମାନେ ହିଁ ନଥାଏ l

ଆମ ଶରୀର ପଞ୍ଚ ଇନ୍ଦ୍ରିୟ ଦ୍ୱାରା ଗଠିତ ହୋଇଥାଏ l ଏହି ପଞ୍ଚ ଇନ୍ଦ୍ରିୟ ଆମର ସ୍ୱାସ୍ଥ୍ୟ ଓ ସୁନ୍ଦରତାକୁ ବଜାଇ ରଖି ଥାଏ l ଆମ ଶରୀର ସବୁ ଅଙ୍ଗ ଠାରୁ ଆମର ଦାନ୍ତ ହେଉଛି ସବୁଠୁ ଅଧିକ ଦରକାରୀ l ଏହା ଦ୍ୱାରା ଆମ ମୁହଁରେ ସୁନ୍ଦରତା ମଧ୍ୟ ଦେଖା ଯାଇଥାଏ l

ଆମେ ଯେଉଁ ଖାଦ୍ୟ ଖାଇ ଥାଉ ସେହି ଖାଦ୍ୟକୁ ଆମ ଦାନ୍ତ ଚୋବାଇବା ଦ୍ୱାରା ଆମର ଖାଦ୍ୟ ହଜମ ହୋଇ ଥାଏ l ଆମର ସ୍ୱତନ୍ତ୍ର ଯାହା ହେଉଛି ଆମର ସ୍ୱାସ୍ଥ୍ୟ ଓ ସୁନ୍ଦରତାକୁ ବିବେଚନା କରି ଥାଏ l କେବେ କେବେ ଆମର ଦାନ୍ତ ହଳଦିଆ ହୋଇ ଯାଇଥାଏ କାରଣ ଆମେ ଅଧିକ ଗୁଟୁକା ବା ଏମିତି କୌଣସି ଜିନିଷ ଖାଇଲେ ଆମର ଦାନ୍ତ ହଳଦିଆ ଓ ଖରାପ ଦେଖା ଯାଇଥାଏ l ତେବେ ଆମେ ଏହି ସବୁ ସମସ୍ୟାରୁ କିପରି ରକ୍ଷା ପାଇବା ଆସନ୍ତୁ ତାର ଉପାୟ ଜାଣିବା l ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ l

ଏହାକୁ ପ୍ରସ୍ତୁତ କରିବାର ଆବଶ୍ୟକ ସାମଗ୍ରୀ –

1- ଏକ ଚାମଚ ସୋରିଷ ତେଲ
2- ଅଧା ଚାମଚ ହଳଦୀ ଗୁଣ୍ଡ
3- ଅଧା ଚାମଚ ଲୁଣ
4- ଏକ ଚାମଚ ଲବଙ୍ଗ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ ଗୋଟିଏ ଛୋଟ ଗିନାରେ ଏକ ଚାମଚ ସୋରିଷ ତେଲ ଓ ଅଧା ଚାମଚ ହଳଦୀ ଗୁଣ୍ଡକୁ ମିଶାଇ ଦିଅନ୍ତୁ l ଏହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ଶୁଖିଲା ଜାଗାରେ ରଖନ୍ତୁ l ଦୁଇ ମିନିଟ ପରେ ସେଥିରେ ଅଧା ଚାମଚ ଲୁଣ ଓ ଲବଙ୍ଗ ଗୁଣ୍ଡ ମିଶାଇ ଦିଅନ୍ତୁ l ଏହି ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ l

ବ୍ୟବହାର କରିବା କିପରି –

ପ୍ରତିଦିନ ଏହାକୁ ଦୁଇ ଥର ବ୍ୟବହାର କରିବା ଆବଶ୍ୟକ l ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ବ୍ରସ କିମ୍ବା ଆଙ୍ଗୁଠିରେ ଲଗାଇ ଏହାକୁ ଦୁଇରୁ ତିନି ମିନିଟ ଛାଡି ଦିଅନ୍ତୁ l ପରେ ଏହାକୁ ଧୋଇ ଭଲଭାବେ ସଫା କରନ୍ତୁ l ଏପରି କରିବା ଦ୍ୱାରା ଆମର ଦାନ୍ତ ଧଳା ହୋଇ ଯାଇଥାଏ ଏବଂ ସବୁ ପ୍ରକାରର ଦାନ୍ତ ଜନିତ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।