Hair…ମୁଣ୍ଡ ଧୋଇବା ପୂର୍ବରୁ ଲଗାନ୍ତୁ ଏହି ପାଣି ମାତ୍ର ୩ ଦିନରେ ଚୁଟି ଝଡିିବା ବନ୍ଦ ହେବା ସହିତ କଳା ଏବଂ ଘନ ମଧ୍ୟ ହେବ…..

0

ବର୍ତ୍ତମାନ ର ମଡନ୍ ଜମାନାରେ ସୁନ୍ଦର ରୁପ ପାଇଁ ସମସ୍ତେ ଇଚ୍ଛୁକ ଅଟନ୍ତି ଏବଂ ସୁନ୍ଦର ଦେଖାଯିବା ପାଇଁ କେଶ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ବର୍ତ୍ତମାନର ଅସନ୍ତୁଳିତ ପରିବେଶ କାରଣରୁ କେଶ ଝଡିବା , ପତଳା ହେବା , ଦୁର୍ବଳ ହେବା ଏକ ସାଧାରଣ ସମସ୍ୟା ହୋଇ ଗଲାଣି । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାର କସମେଟିକ ଜିନିଷ ବ୍ୟବାହର କରିଥାନ୍ତି । କିନ୍ତୁ ଏହି ସବୁ କସମେଟିକର ବ୍ୟବହାର ଯୋଗୁଁ ଅନେକ ପ୍ରକାର କେଶ ଜନିତ ସମସ୍ୟା ଦେଖାଦେଇଥାଏ । କାରଣ ଆମେ କେଶ ଝଡିବାର ସଠିକ କାରଣ ଜାଣି ନଥାଉ । ତେବେ ଆସନ୍ତୁ ଜାଣିବା କେଶ ଝଡିବାର କାରଣ ଏବଂ ଭରଣ କରିବାର ଡାକ୍ତରୀ ଉପାୟ ।

କେଶ ଝଡିବା ବା ଦୁର୍ବଳ ହେବାର କାରଣ :-

1. ଯଦି ଆପଣଙ୍କର ପେଟ ଜନିତ ସମସ୍ୟା ରହିଥାଏ ତେବେ ଚୁଟି ଝଡିବା ର ବହୁତ ସମ୍ଭାବନା ରହିଥାଏ , କାରଣ ପେଟ ଖରାପ ରହିବା ଦ୍ୱାରା ରକ୍ତ ଖରାପ ହୋଇଥାଏ । ଶରୀରରେ ରକ୍ତର ପରିମାଣ କମ ହୋଇଥାଏ , ଫଳରେ କେଶ ସମସ୍ୟା ଲାଗି ରହିଥାଏ ।

2. ଥାଇରଏଡ ର ସମସ୍ୟା ଥିଲେ ବହୁତ କମ ବୟସରୁ ଚୁଟି ଝଡିଥାଏ , ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଶରୀରରେ ରକ୍ତକଣିକାର ଅଭାବ ଦେଖାଗଲେ ମଧ୍ୟ କେଶ ଉପୁଡିଥାଏ ।

3. ଅନେକ ସମୟରେ ମହିଳା ମାନଙ୍କର ସେମ୍ପୁ ଏବଂ ହେୟାର କଣ୍ଡିସନର ଲଗାଇବା ଦ୍ୱାରା ମଧ୍ୟ କେଶ ଝଡିଥାଏ , କାରଣ ସବୁ କସମେଟିକ ଆମକୁ ସୁଟ କରି ନଥାଏ ।

4. ଯେଉଁ ମାନଙ୍କର ରାତ୍ରୀରେ ଅନିଦ୍ରା ରହିବାର ଅଭ୍ୟାସ ରଖିଥାନ୍ତି , ସେମାନଙ୍କ ଠାରେ ନିଶ୍ଚିତ ଭାବରେ କେଶ ସମସ୍ୟା ତଥା କେଶ ଝଡିବା , ପତଳା ବା ଦୁର୍ବଳ ହେବା ପରି ସମସ୍ୟା ଦେଖାଦେଇଥାଏ ।

ଏହାର ଘରୋଇ ଉପଚାର :-

1. ଡାକ୍ତରଙ୍କ ସୂଚନା ଅନୁସାରେ , ମାନସିକ ଚାପରେ ରହିବା ଦ୍ୱାରା କେଶ ସମସ୍ୟା ଦେଖାଦେଇଥାଏ ,ତେଣୁ ସବୁବେଳେ ଖୁସୀରେ ରହିବା ଭଲ ଏବଂ ମାନସିକ ସ୍ତରରେ ଶାନ୍ତ ରହିବା ଉଚିତ ।

2. କେଶ ଜିନିତ ସମସ୍ୟାକୁ ଦୂର କରିବା ପାଇଁ ବାଦାମ, ପାଳଙ୍ଗ ଶାଗ , ସୟାବିନ ଆଦି ଖାଦ୍ୟ ସେବନ କରନ୍ତୁ । ଏହା ସହିତ ଆମ ଶରୀରକୁ ଭିଟାମିନ – D ଆବଶ୍ୟକତା ରହିଥାଏ , ତେଣୁ ପ୍ରତିଦିନ 10 -15 ମିନିଟ ସୂର୍ଯ୍ୟ କିରଣରେ ରହିବା ଭଲ ହୋଇଥାଏ ।

3. ଏହା ବ୍ୟତୀତ ଆପଣ ଏକ ପାତ୍ରରେ 1 ଚାମଚ ମେଥିକୁ ପାଣିରେ ପକାଇ ଏକ ଦିନ ରଖିଦିଅନ୍ତୁ । ପର ଦିନ ତାହାକୁ ବାହର କରି ସେଥିରେ ଅଧା ଚାମଚ ଆଲବେରା ଜେଲ , ଏକ ଚାମଚ ନଡିଆ ତେଲ ଏବଂ ଏକ ଚାମଚ ଜଡା ତେଲ ମିଶାଇ ତାହାକୁ ମୁଣ୍ଡ ଧୋଇବା ପୂର୍ବରୁ 1 ଘଣ୍ଟା ଲଗାଇ ରଖନ୍ତୁ , ପରେ ଧୋଇ ନିଅନ୍ତୁ ।

ଏହା କରିବା ପରେ ଆପଣ ନିଶ୍ଚିତ ଭାବରେ ଦେଖିବେ ଆପଣଙ୍କର କେଶ ଜନିତ ସମସ୍ତ ସମସ୍ୟା ଦୂର ହେବା ସହ କେଶ ଝଡିବା ବନ୍ଦ ହେବ ଏବଂ ସୁନ୍ଦର ଘନ ଏବଂ କଳା କେଶ ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ