ଆଜିର ଆଧୁନିକତା ସମାଜରେ କେଉଁଠି ନା କେଉଁଠି ଏବେ ମଧ୍ୟ ମନରେ ଜାତିପ୍ରଥାକୁ ନେଇ ଏକ ପ୍ରକାର ଅମାନବିକତା ଚିନ୍ତାଧାରା ରହିଆସୁଛି । ଯାହାଫଳରେ ସେମାନଙ୍କୁ ଏକ ନୀଚ ଜାତିର ବ୍ୟକ୍ତି ବୋଲି ଭାବିବାକୁ ବାଧ୍ୟ କରାଉଛି । ସରକାରଙ୍କ ଆଖିରେ ସମସ୍ତେ ସମାନ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକମାନଙ୍କର ଏପରି ଘୂନ୍ୟ ଚିନ୍ତାଧାରା ସେମାନଙ୍କୁ ଆହୁରି ଅଧିକ କଷ୍ଟ ହେଉଛି । ତେବେ ବର୍ତ୍ତମାନ ସେସିଆଲ ମିଡିଆରେ ସେମିତି ଏକ କରୁଣ ଦୃଶ୍ୟ ନଜର ଆସିଛି , ଯାହାକୁ ଦେଖିବା ମାତ୍ରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିବ ଯେ ଆଜିର ଦିନରେ ମଧ୍ୟ ଲୋକମାନଙ୍କ ମନରେ ଏପରି ଚିନ୍ତାଧାରା ରହିଛି ।
ତେବେ ଘଟଣାଟି ହେଉଛି ଜାତିପ୍ରଥା ଯୋଗୁଁ ଶବକୁ ମିଳିଲାନି କାନ୍ଧ , ଶେଷରେ ଦୁଇ ସ୍ତ୍ରୀ ବାପା ଓ ମା ଦେଲେ କାନ୍ଧ । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଙ୍ଖଡା ଗ୍ରାମରେ । ଶହଦାହ ପାଇଁ 4 ରି କାନ୍ଧ ଦେବାକୁ ଜାତିଭାଇ ମିଳିଲେ ନାହିଁ , ଅନ୍ୟ ସମ୍ପ୍ରଦାୟରୁ କାନ୍ଧ ଦେବାକୁ ଚାହୁଁଥିବା ଯୁବକଙ୍କୁ ମଧ୍ୟ ବାରଣ କରାଗଲା । ଶେଷରେ ବାଧ୍ୟ ହୋଇ ପରିବାରର ଜଣେ ପୁରୁଷ ଓ ତିନିଜଣ ମହିଳା କାନ୍ଧ ଦେବା ଠାରପ ଶବ ସତ୍କାର କରିଛନ୍ତି । କଂଙ୍ଗ୍ରା ପଞ୍ଚାୟତ ଜାନି ସାହିରେ ରହୁଥିବା ସାରଥି ଜାନିଙ୍କ ପୁଅ ଜଗବନ୍ଧୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଜଗବନ୍ଧୁ ବିଶାଖାପାଟନା ରେ ଦାଦନ ଖଟିବାକୁ ଯାଇଥିଲେ ଏବଂ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଗତ ସପ୍ତାହରେ ଘରକୁ ଫେରିଥିଲେ । ଜାତିପ୍ରଥାକୁ ଆଧାର କରି ଏଠାରେ ଗୋଟିଏ ଶବକୁ ଅସମ୍ମାନିତ କରାଯାଇଛି ଦୃଶ୍ୟ ଦେଖିବାକୁ ମିଳିଛି । ଶବକୁ କାନ୍ଧ ନମିଳିବାରୁ ଶେଷରେ ଦୁଇ ସ୍ତ୍ରୀ ବାପା ଓ ମା କାନ୍ଧ ଦେଇଛନ୍ତି , ଯାହାର ଦୃଶ୍ୟ ଆପଣ ମାନେ ନିଶ୍ଚିତ ରୂପେ ଦେଖି ପାରୁଥିବେ । ତେବେ ବର୍ତ୍ତମାନ ମଧ୍ୟ ଲୋକମାନଙ୍କ ମନରେ ଜାତିପ୍ରଥା କୁ ନେଇ ଅନେକ ପ୍ରକାର ଭାବନା ରହିଥିବାର ଏହି ଘଟଣାରୁ ଜଣା ପଡୁଛି । ସ୍ଥାନୀୟ ଲୋକଙ୍କ କହିବା କଥା ମୃତ ଯୁବକ ଜଣଙ୍କର ଦୁଇ ସ୍ତ୍ରୀ ରହିଛନ୍ତି ।
ମାତ୍ର ମୃତ ଯୁବକଙ୍କ ଭଉଣୀ ଜନି ଜାତିରେ ଗୋଟିଏ ପୁଅ କୁ ବିବାଗ କରିଥିଲେ ଏବଂ ତାର ଭାଇ ଘରକୁ ଯିବା ଆସିବା କରୁଥିଲେ । ସେଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କ ଶବକୁ କାନ୍ଧ ଦେବା ପାଇଁ ବାରଣ କରିଥିଲେ । ସେତେବେଳେ ପରିବାର ଲୋକମାନେ ବାଧ୍ୟ ହୋଇ ତାଙ୍କ ଦୁଇ ସ୍ତ୍ରୀ ଓ ବାପା ମା କାନ୍ଧ ଦେଇ ଶବ ସତ୍କାର କାର୍ଯ୍ୟ ଶେଷ କରିଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କ କହିବା କଥା ଏହା ଯେ ସେମାନଙ୍କୁ 10 ହଜାର ଟଙ୍କା ଦେଲେ ସେମାନେ ଜାତି କରାଇବେ । ମାତ୍ର ମୃତକଙ୍କ ପରିବାର ଟଙ୍କା ଦେବାରେ ଅସମର୍ଥ ଅଟନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।