ଧରମ ଭାଇ ପ୍ରେମରେ ପଡି ନିଜ ମା’ କୁ ମାରିଦେଲା ଝିଅ…ଦେଖନ୍ତୁ ଭିଡ଼ିଓ

0

ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା, ଅନୈତିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟ ମାନେ ଯେ କେତେ ପ୍ରଭାବିତ ହେଉଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।ଏବେ ସାମ୍ନାକୁ ଆସିଛି ଏକ ଏଭଳି ଘଟଣା ଯାହାକୁ ଜାଣିଲେ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ।ଏହି ଘଟଣା ରେ ଧରମ ଭାଇ ପ୍ରେମରେ ପଡ଼ି ନିଜ ମାକୁ ମାରି ଦେଇଛି ଜଣେ ବିବାହିତା ଝିଅ।

ପ୍ରେମ ଆଗରେ ବଳି ପଡ଼ି ଯାଇଛନ୍ତି ମାଆ।ଏହା କୌଣସି ଫିଲ୍ମ୍ କିମ୍ୱା ଯାତ୍ରାର ଘଟଣା ନୁହେଁ।ଏହା ଏକ ସତ ଘଟଣା ଯାହା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ମେରାଇନ୍ ଥାନା ଅଧୀନସ୍ଥ ବତର ଗ୍ରାମରେ। ତେବେ ମିଳିଥିବା ସୂଚନା ଅନୁସାରେ ମୃତ ରୋମିଲା କାନ୍ତି ଙ୍କ ସ୍ବାମୀ ଭଗବାନ କାନ୍ତିଙ୍କର ଦେହାନ୍ତ ଗତ ୪ ବର୍ଷ ତଳେ ହୋଇ ଯାଇଥିଲା। ତେଣୁ ରୋମିଲା କାନ୍ତି ନିଜ ଭଉଣୀର ୨୫ ବର୍ଷର ପୁଅ ଶିବ କୁ ଆଣି ନିଜ ପାଖରେ ପୋଷ୍ୟ ପୁତ୍ର କରି ରଖିଥିଲେ।କିନ୍ତୁ ଏହାରି ଭିତରେ ରୋମିଲା କାନ୍ତି ଙ୍କ ଝିଅ ଏହି ୨୫ ବର୍ଷୀୟ ଶିବ ସହିତ ପ୍ରେମ କରି ବସିଥିଲେ।

ତାଙ୍କ ଝିଅ ଯଦିଓ ୪ ବର୍ଷ ହେଲା ବିବାହ କରି ସାରିଛନ୍ତି ତଥାପି ସେ ଧରମ ଭାଇ ଶିବ ଙ୍କ ସହ ଚୋରା ପୀରତି ରେ ମାତି ଥିଲେ।ପରେ ଏହି ଝିଅ ନିଜ ମାଆ ର ପାଳିତ ପୁଅର ପ୍ରେମରେ ପଡ଼ି ଥିବାରୁ ମାଆ ଜାଣିଲେ କାଳେ ସମସ୍ୟା ହେଵ, ସେଥିପାଇଁ ସେ ନିଜ ମାଆ କୁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା।ଆଉ ଏହି ଯୋଜନା ଅନୁସାରେ ଧରମ ଭାଇ ଶିବ ଏବଂ ମାନି ନିଜ ମାଆଙ୍କୁ ମାରି ଦେଇଥିଲେ। ସେମାନେ ଯୋଜନାବଦ୍ଧ ଭାବରେ ମାଆ କୁ ମାରି ଘର ପାଖରୁ ୧୦୦ ମିଟର ଦୂରରେ ନେଇ ଏକ ସ୍ଥାନରେ ମୃତ ଶରୀରକୁ ପୋତି ଦେଇଥିଲେ।

ହେଲେ ତା ପୁର୍ବରୁ ଘଟଣା ସମ୍ପର୍କରେ ଗାଆଁ ଲୋକେ ଜାଣି ଯିବାରୁ ସେମାନେ ପ୍ରଥମେ ଶିବ ଏବଂ ମାନିକୁ ବାନ୍ଧି ପକାଇ ପୋଲିସ୍ କୁ ଖବର ଦେଇଥିଲେ। ଏହାର ସୂଚନା ପାଇ ପୋଲିସ୍ ସେଠାରେ ପହଞ୍ଚି ଘଟଣାସ୍ଥଳ ରୁ ଅଭିଯୁକ୍ତ ଦୁଇ ଜଣଙ୍କୁ ନେଇ ଯାଇଛି। ତେବେ ଏ ଘଟଣା ସଂପର୍କରେ ଏତିକି କୁହାଯାଇ ପାରେ ଯେ ଏହି ସଭ୍ୟ ସମାଜରେ ଶିବ ଓ ମାନି ଭଳି ଭାଇ ଭଉଣୀ, ଏମିତି ସନ୍ତାନ କୌଣସି ମାଆ କୁ ନ ମିଳୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।