ହାରିଲାନି ସଚ୍ଚୋଟପଣିଆ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ପାଇବା ପରେ ବି ଫେରାଇ ଦେଲେ ଗରିବ ଅଟୋ ଡ୍ରାଇଭର୍ ଶ୍ରବଣ କୁମାର, ପୋଲିସ କଲା ସମ୍ମାନିତ, ଏହି ଯୁବକ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ….

0

ଆଜିର ଏହି ସ୍ବାର୍ଥ ପୂର୍ଣ୍ଣ ଦୁନିଆରେ ନୈତିକତା ଏବଂ ମାନବିକତା କୁ ହରାଉଛି ଆଜିର ମଣିଷ। ଯାହାର ଉଦାହରଣ ତ ଆପଣ ଅନେକ ଦେଖିଥିବେ। ନିଜର ସଂଯମତା ହରାଇ ମଣିଷ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଆଣୁଛି ଲଜ୍ୟା।ସେହି ଦୃଷ୍ଟିରୁ ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା କିଛି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି। ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି।

କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟିବାର ଲାଗିଛି।ଦୁଷ୍କର୍ମ, ବଳାତ୍କାର, ଲୁଟ୍, ଡକାୟତି ଭଳି ଅମାନୁଷିକ ଘଟଣା ଅନେକାଂଶରେ ଦେଖିବାକୁ ମିଳୁଛି।

ଏହାରି ଭିତରେ ମାନବିକତା ଏବଂ ମଣିଷ ପଣିଆ ଓ ସଚ୍ଚୋଟତା ର ବାସ୍ନା ବାରିବା ଅନେକାଂଶରେ କଷ୍ଟସାଧ୍ୟ ହୋଇ ପଡୁଛି। ବର୍ତ୍ତମାନ ସ୍ବାର୍ଥ ସମୂହ ସମାଜରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ରାଜ୍ୟ ମାନଙ୍କରେ ନୁହଁ ସାରା ଦେଶରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। କିନ୍ତୁ ତାହାରି ଭିତରେ ବି ଏବେବି ବଞ୍ଚି ରହିଛି ମାନବିକତା ଏବଂ ସଚ୍ଚୋଟ ପଣିଆ।

ଯାହା ପ୍ରମାଣ କରୁଚି ଯେ ଦୁନିଆ ରେ ଲୋକେ ଯେତେ ତଳକୁ ଗଲେ ମଧ୍ୟ ଯେତେ କଳୁଷିତ ହେଲେ ମଧ୍ୟ ଉଦାରତା ଓ ମାନବିକତା ଏବେବି କିଛି ମଣିଷ ପାଖରେ ସେମାନଙ୍କ ମୂଲ୍ୟବାନ ସମ୍ବଳ ହୋଇ ରହିଛି। ସେହିଭଳି ଏବେ ଏକ ଘଟଣା ସାମ୍ନାକୁ ଆସିଚି ଯାହାକୁ ଜାଣିଲେ ଆପଣ ମଧ୍ୟ ଉକ୍ତ ଯୁବକଙ୍କୁ ସାଧୁବାଦ ଦେବେ ତାଙ୍କର ମହତ କାର୍ଯ୍ୟ ପାଇଁ।

ଉକ୍ତ ଘଟଣାଟି ହେଉଛି ମୁମ୍ବାଇର। ଏଠାରେ ଜଣେ ଅଟୋ ଚାଳକ ଦେଖାଇଛନ୍ତି ତାଙ୍କର ନୈତିକତା ଓ ମହାନତା। ନିଜର ଆତ୍ମ ସଂଜମ ରକ୍ଷା କରି, କୌଣସି ଲୋଭର ବଶବର୍ତ୍ତୀ ନହେଇ ସେ ତାଙ୍କ ଅଟୋରେ ଜଣେ ଯାତ୍ରୀ ଛାଡ଼ି ଦେଇ ଯାଇଥିବା ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ କୁ ଫେରାଇ ଦେଇଥିଲେ। ଯେଉଁ ଘଟଣା ସଂସ୍ପର୍ଶରେ ଜାଣିବା ପରେ ସମସ୍ତେ ଅବାକ୍ ହୋଇ ଯାଇଥିଲେ।

ସୂଚନା କ୍ରମେ ଉକ୍ତ ଅଟୋ ଡ୍ରାଇଭର ଜଣଙ୍କ ନାମ ହେଉଛି ଶ୍ରବଣ କୁମାର।ଯିଏକି ଚେନ୍ନାଇରେ ଅଟୋ ଚଲାନ୍ତି।ଦିନେ ଜଣେ ଯାତ୍ରୀ ତାଙ୍କର ଅଟୋରେ ଯାଉଥିବା ସମୟରେ ଅଟୋରୁ ୱହ୍ଲେଇ ତାଙ୍କର ଗହଣା ବ୍ୟାଗଟିକୁ ସେହି ଅଟୋରେ ଛାଡି ଦେଇ ଆସିଥିଲେ।ପରେ ଚାଳକ ଜଣଙ୍କ ଏହି ଗହଣା ବ୍ୟାଗକୁ ନେଇ ପୋଲିସ୍ ଷ୍ଟେସନରେ ଦେଇଥିଲେ।

ବ୍ୟାଗ୍ ଛାଡ଼ିଥିବା ଯାତ୍ରୀ ଜଣଙ୍କ ଥାନାରେ ଏ ବିଷୟରେ ଅଭିଯୋଗ କରିବା ପୂର୍ବରୁ ହିଁ ଅଟୋ ଚାଳକ ଜଣଙ୍କ ଥାନାରେ ବ୍ୟାଗ୍ ଆଣି ଦେଇ ସାରିଥିଲେ। ତା ପରଦିନ ଏହି ଘଟଣା ଭାଇରାଲ ହେବା ପରେ ସମସ୍ତେ ଉକ୍ତ ଯୁବକଙ୍କୁ ସାବାଶୀ ଦେବା ସହିତ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।