Secret Health Tips – ହାତ ଗୋଡ ଝିମିଝିମି ହେଇ ଯାଉଛି କି ? ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏମିତି କାହିଁକି ହେଉଛି ଓ କିପରି କରିବେ ଏହାର ଚିକିତ୍ସା

ସୁସ୍ଥ ଜୀବନଟିଏ ବିତେଇବା ପାଇଁ ହେଲେ ସର୍ବଦା ଆମ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ ଅଟେ । ଜଣେ ସୁସ୍ଥ ମାନସିକ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଥାଏ ମାତ୍ର ଜଣେ ଅସୁସ୍ଥ ଥିବା ବ୍ୟକ୍ତି ପାଖରେ ସମସ୍ତ ଧନ ସମ୍ପଦ ଥାଇ ମଧ୍ୟ ସେ ଆଗକୁ ଯାଇ ପାରି ନଥାଏ । କାରଣ ମନ ଭଲ ନରହିଲେ ମନୁଷ୍ୟ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରି ନଥାଏ । ଅସୁସ୍ଥ ଥିବା ବ୍ୟକ୍ତି ପାଇଁ ପ୍ରତିଟି ମୁହୂର୍ତ୍ତ ବିଷାଦଗ୍ରସ୍ତ ମନେ ହୋଇଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ କାମ୍ୟ ଅଟେ ।

ସମୟ ଅନୁସାରେ ବୟସ ମଧ୍ୟ ବଢି ଚାଲିଥାଏ , ବୟସ ବଢିବା ସହ ଶରୀରରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ବା ଆଣ୍ଠୁ ଗଣ୍ଠି ଝିମଝିମ ହେବା ପରି ଅନେକ ସମସ୍ୟା ମାନ ଦେଖା ଦେଇଥାଏ । ଧୀରେ ଧୀରେ ଛୋଟ ରୋଗରୁ ବଡ ରୋଗରେ ପରିଣତ ହୋଇଥାଏ , ଏହି ସମସ୍ୟାକୁ ଦୂର କରିବା ପାଇଁ ମାର୍କେଟରେ ମିଳୁଥିବା ମେକିକାଲ ଜିନିଷ ମାନ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆମ ଶରୀର ପ୍ରତି ବହୁତ ହାନି କାରକ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ , ଯାହା ଆପଣଙ୍କର ହାତ ଗୋଡ ଝିମଝିମ ସମସ୍ୟାକୁ ଦୂର କରିବ ।

ଘରୋଇ ଉପଚାର ସାହାର୍ଯ୍ୟରେ ଶରୀରର ଯତ୍ନ ନେବା ଉଚିତ , କାରଣ ଏଥିରେ କୌଣସି ପ୍ରକାର ସାଇଡଇଫେକ୍ଟ ନଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ । କୌଣସି ବସ୍ତୁକୁ ଉଠାଇବା ସମୟରେ ହାତ ବଧିର କିମ୍ୱା ଝିମ ଝିମ ହେବା ଭଳି ଅନୁଭବ ହୋଇଥାଏ , ଯାହା ଆମକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ । ତେବେ ଏପରି ହେବାର ଦୁଇଟି କାରଣ ରହିଥାଏ , ପ୍ରଥମ କାରଣଟି ହେଉଛି କାର୍ପାଟର୍ନଲ ସିଙ୍ଗଡମ । ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିଲେ ହାତ ଏବଂ ଆଙ୍ଗୁଳି ବଧିର ହୋଇ ରହିଥାଏ , ଏହାଦ୍ୱାରା ହାତର ମଝିରେ ଥିବା ଶିରା ଦବିଯାଏ ।

ଏପରି ସମସ୍ୟା ଦେଖାଯାଉଥିଲେ ଆପଣଙ୍କୁ କିଛି ସମୟ ପର୍ଯ୍ୟନ୍ତ ହାତ ଏବଂ ଆଙ୍ଗୁଠି କୁ ଆରାମ ଦେବା ଉଚିତ । ତାକୁ ଧୀରେ ଧୀରେ ଚଳ ପ୍ରଚଳ କରାଇବା ଉଚିତ , ତେବେ ଯାଇ ଧୀରେ ଧୀରେ ଝିମ ଝିମ ହେବା ବନ୍ଦ ହୋଇଥାଏ ।

ଦ୍ୱିତୀୟ କାରଣଟି ହେଉଛି ଶରୀରରେ ପୋଷକ ତତ୍ତ୍ୱ ର ମାତ୍ରା କମିଯିବା । ଶରୀରରକୁ ସୁସ୍ଥ ରଖିବା ପାଇଁ ହେଲେ କେତେକ ଭିଟାମିନ ର ଆବଶ୍ୟକତା ରହିଥାଏ , ଯେପରି କି ପଟାସିୟମ , କ୍ୟାଲସିୟମ , ଆଇରନ , ମାଗ୍ନେସିୟମ ଓ ଭିଟାମିନ B12 ର ଆବଶ୍ୟକତା ରହିଥାଏ । ଏହି ସବୁ ଭିଟାମିନର ମାତ୍ରା କମ ଯୋଗୁଁ ଏଭଳି ହୋଇଥାଏ , ତେଣୁ ସର୍ବଦା ଶରୀରରେ ଭିଟାମିନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ।

ଏହାଛଡା ପ୍ରତ୍ୟେକ ଦିନ ଆପଣ ଶୋଇବା ବେଳେ ହାତ ଗୋଡ ମାଲିସ୍ କରି ଶୋଇବା ଉଚିତ , ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ପ୍ରତିଦିନ ଶୋଇବା ପୂର୍ବରୁ ସୁଣ୍ଠି ହଳଦୀ ମିଶାଇ ସେବନ କରନ୍ତୁ , ଏଥିରୁ ଆପଣଙ୍କୁ ଉପଶମ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment