ହଠାତ ଘର ଭିତରେ ଦେଖାଦେଲା ଦୁନିଆର ସବୁଠାରୁ ଦୁର୍ଲଭ ଦୁଧୀଆ ନାଗ ସାପ (Golden Cobra), ଯାହାକୁ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…ଦେଖନ୍ତୁ ଭିଡ଼ିଓ

0

ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ଅନେକ ସାପ ଖାଦ୍ୟ ସନ୍ଧାନରେ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି।ତେବେ ସେ ଯାହାବି ହେଉନା କାହିଁକି ସର୍ପଘାତ ରେ ମୃତ୍ୟୁ ନିଶ୍ଚିତ ଏକ ବଡ ଦୁଃଖ ପାଲଟି ଯାଏ ପରବର୍ତ୍ତୀ ସମୟରେ।

ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ। ତେବେ ଆଜି ଆମେ ଏହି ଭିଡିଓ ରେ ଏକ ଏପରି ସାପକୁ ଉଦ୍ଧାର କରା ଯାଉଥିବାର ଭିଡିଓ ଦେଖାଇବୁ ଯାହା ଏକ ବିରଳ ସାପ ଅଟେ।

ବହୁତ୍ କମ୍ ଏହି ସାପଟିକୁ ଦେଖିବାକୁ ମିଳିଥାଏ। ଏହାକୁ ଗୋଲ୍ଡେନ କୋବ୍ରା ବୋଲି କୁହା ଯାଇଥାଏ। ଅନେକ ଜଣ ଏହାକୁ ଦୁଧିଆ ନାଗ ଭାବରେ ମଧ୍ୟ ଜାଣିଛନ୍ତି। ତେବେ ଏହି ସାପଟି ଏକ ଗାଆଁ ରୁ ଉଦ୍ଧାର ହୋଇଛି। ତେବେ ଏହି କୋବ୍ରା ଟି ହଳଦିଆ ରଙ୍ଗର ବିଷଧର ନାଗ।ସେ ଯାହାକୁ ଦଂଶନ କରିବ ତାର ପରିମାଣ ବହୁତ୍ ଭୟଙ୍କର ହୋଇପାରେ। ତେବେ ସାପ ଧରାଳି ଜଣଙ୍କ ସାପଟିକୁ କୌଶଳର ସହିତ ଉଦ୍ଧାର କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ସାପଟି ରାଗରେ ଥରୁଥିବାର ଦେଖିବାକୁ ମିଳିଛି।ସେ ବାରମ୍ଵାର ଫଣା ଟେକି ଦଂଶନ କରିବାକୁ ଚେଷ୍ଟା କରୁଛି। ଯାହାବି ହେଉ ସାପଟି ରହିଥିବା ଛୋଟ ରୁମ୍ ଭିତରୁ ତାକୁ ସାପ ଧରାଳି ଜଣଙ୍କ ବାହାର କରି ବାହାରକୁ ଆଣୁଛନ୍ତି।

ତେବେ ସାପ ଧରାଳି ଜଣଙ୍କ ଯାହା କହୁଛନ୍ତି ତାହା ଆପଣ ଭଲ ଭାବରେ ଶୁଣନ୍ତୁ। ସାପ କାମୁଡିବା ମାତ୍ରେ ଝାଡାଫୁଙ୍କା କରିବା ଭଳି କାମରେ ବିଶ୍ୱାସ ନକରି ଯଥାଶୀଘ୍ର ହସ୍ପିଟାଲ୍ କୁ ନିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ଚିକିତ୍ସା ଦିଅନ୍ତୁ। ନହେଲେ ସାପ ଦଂଶନର ଶିକାର ହୋଇଥିବା ବ୍ୟକ୍ତିର ଜୀବନ ଯିବାର ଆଶଂକା ରହିଛି। ତେଣୁ ଆପଣ ଏଥିପ୍ରତି ଆଦୌ ବିଳମ୍ବ କରନ୍ତୁ ନାହିଁ। ବିଷଧର ସାପ ଦଂଶନ କୁ ଅବହେଳା କରିବା ଅର୍ଥାତ୍ ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ତେଣୁ ଆପଣ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।