ଦେଖନ୍ତୁ ଭିଡ଼ିଓ – ହଠାତ ରୋଷେଇ ଘରୁ ବାହାରିଲା ଭୟଙ୍କର ବିଷଧର ୩ଟି ନାଗ ସାପ, ନ ଦେଖିଲେ ଭୋଗିବେ ଆପଣ…

0

ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। ପ୍ରାୟତଃ ବର୍ଷା ଦିନେ ସାପ ଆମ ଘର ମାନଙ୍କ ରେ ପଶି ଯାଇ ଥାଏ ଆଉ ଆମେ ଭୟଭୀତ ହୋଇ ଯାଇ ଥାଉ । ଆମ ଭାରତ ରେ ବିଭିନ୍ନ ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳି ଥାଏ ଯେମିତି କି ଆନକୋଣ୍ଡା , କୋବ୍ରା , ନାଗ ସାପ କିନ୍ତୁ ଅନେକ ସାପ ଏମିତି ମଧ୍ୟ ଦେଖିବାକୁ ମିଳେ ଯାହା କୁ ଆମେ ଚିହ୍ନି ପାରି ନଥାଉ।

ତେବେ ମଣିଷ ନିଜର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲ କାଟି ନଷ୍ଟ କରୁଛି।ଜଙ୍ଗଲ କାଟି ଚାଷ ଜମି କରୁଛି,ନହେଲେ ଜଙ୍ଗଲ କାଟି ସେଠାରେ ଫ୍ୟାକ୍ଟ୍ରି କରୁଛି।ତେଣୁ ଜଙ୍ଗଲ ରେ ରହୁଥିବା ପ୍ରାଣୀ ମାନେ ଏବେ ବାସ ହରା ହେଉଛନ୍ତି।ସେହିପରି ଏବେ ଜଙ୍ଗଲ ଓ ପାହାଡିଆ ନିକଟବର୍ତ୍ତୀ ଅଞ୍ଚଳ ରେ ଦିନକୁ ଦିନ ଲୋକଙ୍କ ମନରେ ସାପକୁ ନେଇ ଭୟ ବଢ଼ିବାରେ ଲାଗିଛି। କାରଣ ଅଧିକାଂଶ ସମୟ ରେ ସାପ ଘର ଭିତରେ ପଶି ଯାଇଥାଏ।

ନିକଟରେ ଏହି ସାପ ସମ୍ବନ୍ଧୀୟ ଏମିତି ଏକ ଖବର ଭଦ୍ରକ ଜିଲ୍ଲାରୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଭଦ୍ରକ ର କେନ୍ଦୁଆପଦା ଗ୍ରାମ ରେ ବିଷ ଧର ସାପ ଚିନ୍ତାରେ ଲୋକ ମାନେ ଭୟଭୀତ ହୋଇ ଦୀର୍ଘ ଦିନ ଧରି ରହି ଆସୁ ଥିଲେ।ସାପ ଏଣେତେଣେ ପଶି ଯାଉ ଥିବାରୁ ଲୋକେ ଆତଙ୍କିତ ହୋଇ ସବୁବେଳେ ଚିନ୍ତାରେ ରହୁ ଥିଲେ।ମିଲି ଥିବା ସୂଚନା ଅନୁଯାୟୀ,ଏଠାରେ ଜଣେ ବ୍ୟକ୍ତିଙ୍କ ମାଟି ଘର ଭିତରେ ତିନୋଟି ବିଷଧର ନାଗସାପ ରହି ଥିଲେ।

ତେଣୁ ସେ ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନ କୁ ଜଣାଇ ଥିଲେ।ଏହା ପରେ ସ୍ନେକ ହେଲ୍ପ ଲାଇନ ରୁ ସଦସ୍ୟ ମାନେ ଆସି ଦେଖି ଥିଲେ କି ସେଠାରେ ଏକା ଥରେ ୩ ଟି ଅତି ଵିଷଧର ସାପ ଥିଲେ।ନାଗ ସାପ ପରି ଭୟଙ୍କର ସାପ ଥିଲେ।ସେହି ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମାନେ ଅତି ଚତୁରତାର ସହିତ ଗୋଟିଏ ପରେ ଗୋଟିଏ ସାପ କୁ ଧରି ଥିଲେ ଓ ତାଙ୍କ ଡବାରେ ପୁରାଇ ଥିଲେ।

ଏହା ପରେ ସେମାନେ ଦେଖି ଥିଲେ କି ଗୋଟିଏ ସାପକୁ ସେହି ଘର ଲୋକ ପିଟି ଖଣ୍ଡିଆ କରି ଦେଇଛନ୍ତି।ତେଣୁ ସେମାନେ କିଛି ହଳଦୀ ଆଣି ସାପର ସେହି ଖଣ୍ଡିଆ ସ୍ଥାନରେ ଲଗାଇ ଥିଲେ ଓ କପଡ଼ା ବାନ୍ଧି ଦେଇ ଥିଲେ।

ସେହି ସ୍ନେକ ହେଲ୍ପଳାଇନ ର ସଦସ୍ୟ ମାନେ କହିଥିଲେ କି ସାପ ମାନଙ୍କୁ ଏମିତି ମାରିବା ଉଚିତ ନୁହେଁ।ମଣିଷ ସେମାନଙ୍କ ବାସ ସ୍ଥାନକୁ ନଷ୍ଟ କରୁଛି ବୋଲି ସେମାନେ ବାସହରା ହୋଇ ଘରେ ପ୍ରବେଶ କରୁଛନ୍ତି। ତେଣୁ ଯେତେବେଳେ ବି ଘରେ ସାପ ବାହାରୁଛି ତାକୁ ନମାରି ସ୍ନେକ ହେଲ୍ପଳାଇନ କୁ ଜଣାନ୍ତୁ।ଏହି ପରି ଦୀର୍ଘ ୨ ଘଣ୍ଟା ପରେ ସେମାନେ ସମସ୍ତ ସାପ କୁ ଧରି ନେଇ ଯାଇ ଥିଲେ ଓ ନିକଟସ୍ଥ ଜଙ୍ଗଲ ରେ ଛାଡ଼ି ଦେଇ ଥିଲେ।

ଏହା ପରେ ସେଠାକାର ଲୋକ ମାନେ ଟିକେ ନିଶ୍ଚିନ୍ତ ହୋଇ ଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।