ହଠାତ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଚାପି ହୋଇଗଲେ ବର ବାପା, ଏହି ଭୟଙ୍କର ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…

0

କଥାରେ ଅଛି, ଜୀବନ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିବା ଅସମ୍ଭବ। ସେଥିପାଇଁ କୁହାଯାଏ, ସୂତା ଖିଅରେ ମଣିଷ ଜୀବନ, କେତେବେଳେ ବି ଛିଣ୍ଡି ହୋଇ ଯିବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ମୃତ୍ୟୁ ଯେତେବେଳେ ଆସେ ସେତେବେଳେ କହିକି ଆସି ନଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରନ୍ତି ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।

ତେବେ ଘଟଣାଟି ହେଉଛି ବରଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ନିଜେ ଟ୍ରକ ତଳେ ଚାପି ହୋଇ ରହି ଗଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଦୁଃଖ ଦାୟକ ଘଟଣା ମାଲକାନଗିରିର ପାଣ୍ଡ୍ରି ପାଣି ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ର ଶିବ ଖେମୁଡୁ ଯିଏ କି ସରପଞ୍ଚ ଥିଲେ। ସେ ବହୁତ ଭଲ ଲୋକ ଥିଲେ। ସେ ଲୋକ ମାନଙ୍କ ଦୁଃଖ ସମୟରେ ଆସି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିଲେ। ସେ ସବୁବେଳେ ପାଇଁ ପର ଉପକାରୀ ଥିଲେ।

ତେବେ ସରପଞ୍ଚ ତାଙ୍କ ପୁଅ ବାହାଘର କରିବା ପାଇଁ, ସେ ଧୁମ ଧାମରେ ବାଜା ବାଣ ଫୁଟାଇ ପୁଅକୁ ସାଙ୍ଗରେ ନେଇ ପ୍ରୋସେସନ କରି ବରଯାତ୍ରୀ ସହ ବାହାରି ଯାଇ ଥିଲେ। ବୋହୂର ଘର ପାଖା ପାଖି ବରଯାତ୍ରୀ ଗାଡିରୁ ଓଲ୍ହାଇ ଖୁସି ମଜା ସହିତ ସମସ୍ତେ ନାଚୁଥିଲେ। ଠିକ ସେହି ସମୟରେ ଟ୍ରକ ଡ୍ରାଇଭର ମାତାଲ ହୋଇ ଖୁବ ଜୋର ଭାବରେ ଟ୍ରକ ଆଣି ବରଯାତ୍ରୀଙ୍କ ଆଡକୁ ମାଡି ଆସୁଥିଲା, ଏହା ଦେଖି ସରପଞ୍ଚ ସେମାନଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଟ୍ରକ ତଳେ ଚାପି ହୋଇ ରହିଗଲେ ଓ ତାଙ୍କ ସହିତ ବରର ମାମୁଁ ସନ୍ତୋଷ ସାହୁ ଓ ବ୍ୟାଣ୍ଡ ପାର୍ଟିର ଜଣେ ସଦସ୍ୟଙ୍କର ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଯାଜପୁର ବିଧାୟକ ପ୍ରଣଭ ପ୍ରକାଶ ଦାସ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରଖଣ୍ଡ ବିଧାୟକ ପୂର୍ଣ ବାକା ଏବଂ ସର୍ବଦଳୀୟ ନେତା ମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଆସିଛନ୍ତି। ଏଥି ସହିତ ଏହି ତିନି ଜଣଙ୍କ ମୃତ୍ୟୁ ସହିତ ଆଉ ଚାରି ଜଣ ମାଲକାନଗିରି ସଦର ମେଡିକାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି। ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।