ଦେଖନ୍ତୁ Exclusive ଭିଡିଓ : ହଠାତ୍ ଷ୍ଟଣ୍ଡ ବେଳେ ମାଡ଼ି ଆସିଲା ଟ୍ରେନ୍, ଆଉ ତା’ପରେ କ’ଣ ଘଟିଲା….

0

ବନ୍ଧୁଗଣ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ଯେଉଁଠି ବିପଦ ପୂର୍ଣ୍ଣ ଷ୍ଟଣ୍ଡ କରି ଲୋକମାନେ ନିଜ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି।ଆଉ ଏହା ମଧ୍ୟ୍ୟ ଜାଣିଥିବେ କିପରି ସାମାନ୍ୟ ଅସାବଧାନତା କାରଣରୁ ଭୟଙ୍କର ବିପଦ ସବୁ ମଣିଷ ଉପରକୁ ମାଡି ଆସିଥାଏ। ସେଥିପାଇଁ ବେଳେବେଳେ କେମିତି ଅତିରୁ ଇତି ହୋଇ ଯାଇଥାଏ ତାହା ଆପଣ ଅନେକ ଘଟଣାରୁ ଜାଣି ପାରୁଥିବେ। କିଛି ଉଦ୍ଧତ ମାନେ ସେମାନଙ୍କ ପ୍ରକୃତି କାରଣରୁ ଏମିତି ଘଟଣାକୁ ଅନେକାଂଶରେ ନିମନ୍ତ୍ରଣ କରିଥାନ୍ତି। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ସ୍ପଷ୍ଟ ହୋଇଯିବେ ବେଳେ ବେଳେ ସାମାନ୍ୟ ଅସାବଧାନତା କିପରି ବଡ଼ ବିପଦକୁ ଆମନ୍ତ୍ରଣ କରିଥାଏ।

ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି। ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ନିଜର ବାହାଦୂରୀ ପାଇଁ ତାକୁ ସେମିତି ଦଣ୍ଡ ବି ଭୋଗିବାକୁ ପଡ଼ିଥାଏ। ସେହିପରି ଯେଉଁ ଅଘଟଣ ବିଷୟରେ ଆମେ କହିବାକୁ ଯାଉଛୁ ତାହା ବାସ୍ତବରେ ଲୋମହର୍ଷକ ଏବଂ ଏହା ସେତିକି ଭୟାନକ ମଧ୍ୟ।

ତେବେ ଏହି ଘଟଣାଟି ହେଉଛି ଗୁଜରାଟର। ଏଠାରେ ଜଣେ ବ୍ୟକ୍ତି ରେଲୱେ ଟ୍ରାକ ରେ ସ୍କୁଟି ରେ ଷ୍ଟଣ୍ଡ ଦେଖାଉଥିବା ବେଳେ ହଠାତ୍ ଦ୍ରୁତ ବେଗରେ ଟ୍ରେନଟି ମାଡ଼ି ଆସିଥିଲା। ଟ୍ରେନଟି ନିକଟତର ହେଉଥିବାର ଦେଖି ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ଅନେକ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ଷ୍ଟଣ୍ଡ କରୁଥିବା ବେଳେ ହିଁ ଏମିତି ଏକ ବିପଦ ଘଟିଥିଲା।ଏହି ସମୟରେ ଟ୍ରେନ ଆସୁଥିବାର ଦେଖି ସେ ତାଙ୍କର ଚେଷ୍ଟା ଜାରି ରଖିଥିଲେ ଗାଡ଼ିକୁ ଟ୍ରାକ ରୁ ବାହାର କରିବା ପାଇଁ। କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ, ଟ୍ରେନ ନିକଟତର ହେବା ପର୍ଯ୍ୟନ୍ତ ସେ ଗାଡ଼ିକୁ ଟ୍ରାକ ରୁ ବାହାର କରି ପାରି ନଥିଲେ ଏବଂ ଶେଷରେ ଗାଡ଼ିକୁ ଛାଡି ଦୌଡ଼ି ପଳେଇ ଆସିଥିଲେ।

ତେବେ ସୂଚନା ଅନୁସାରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ସ୍ଥାନୀୟ ପୋଲିସ୍ ଖୋଜୁଛି ବୋଲି ଜଣା ପଡିଛି।ତେବେ ଯଦିଓ ଏହିଭଳି ଅନେକ ସମୟ ରେ ଷ୍ଟଣ୍ଡ ଦେଖାଇବା ସମୟ ରେ ଅଘଟଣ ଘଟୁଥିବା ନଜର କୁ ଆସୁଛି,ତଥାପି ଏଥିପ୍ରତି ସଚେତନ ହେଉ ନାହାନ୍ତି ଏଭଳି କରୁଥିବା ଲୋକେ। ବିପଦ ଜନକ ଅବସ୍ଥାରେ ବିପଦ ସଙ୍କୁଳ ସ୍ଥାନକୁ ଯାଇ ଅଘଟଣ ର ଶିକାର ହେଉଛନ୍ତି ଏମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।