ଦେଖନ୍ତୁ live ଭିଡିଓ – ହଠାତ୍‌ ପାର୍ଟି ଭିତରକୁ ଦୌଡି ଆସିଲା ସିଂହ ଆଉ ତାପରେ ସିକ୍ୟୁରିଟ୍‌ଗାର୍ଡ ଯାହା କରିଲା ଦେଖିଲେ ଆଶ୍ତର୍ଯ୍ୟ ହୋଇଯିବେ…

0

ମଣିଷ ନିଜର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲ କାଟି ନଷ୍ଟ କରୁଛି।ଜଙ୍ଗଲ କାଟି ଚାଷ ଜମି କରୁଛି,ନହେଲେ ଜଙ୍ଗଲ କାଟି ସେଠାରେ ଫ୍ୟାକ୍ଟ୍ରି କରୁଛି।ତେଣୁ ଜଙ୍ଗଲ ରେ ରହୁଥିବା ପ୍ରାଣୀ ମାନେ ଏବେ ବାସ ହରା ହେଉଛନ୍ତି।ସେମାନେ ଏବେ ସହର କିମ୍ବା ଗାଁ ମୁହାଁ ହେଲେଣି।ତେଣୁ ଗାଁ ରେ କେତେବେଳେ ହାତୀ ପଲ ପସୁଛନ୍ତି ତ ପୁଣି କେତେବେଳେ ବାଘ ପଶୁଛି।

ସେହିପରି ଏବେ ଜଙ୍ଗଲ ଓ ପାହାଡିଆ ନିକଟବର୍ତ୍ତୀ ଅଞ୍ଚଳ ରେ ଦିନକୁ ଦିନ ଲୋକଙ୍କ ମନରେ ବନ୍ୟ ଜନ୍ତୁ ଙ୍କ ନେଇ ଭୟ ବଢ଼ିବାରେ ଲାଗିଛି। ଜଙ୍ଗଲ ପାଖା ପାଖି ହୋଇ ଥିବାରୁ ମଣିଷର ବାସଗୃହ କୁ ନିଜର ବାସସ୍ଥାନ ଭାବି ବେଳେବେଳେ ପଶି ଆସୁଛନ୍ତି ବନ୍ୟ ହିଂସ୍ର ଜୀବଜନ୍ତୁ ମାନେ। କେବେ କେବେ ଏମିତି ବି ସମୟ ଆସେ ଯେ ଏହି ବନ୍ୟ ଜନ୍ତୁ ମାନଙ୍କ ସହିତ ମଣିଷ ର ସାମ୍ନା ସାମ୍ନୀ ମଧ୍ୟ ହୋଇଯାଏ।

ଏବେ ଏହି ପରି ଏକ ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ।ତେବେ ଆପଣ ମାନେ ଜାଣିଥିବେ ଯେ ଗୁଜୁରାଟର ଜୁନାଗଡ ସିହଂ ସଫାରୀ ପାଇଁ ଖୁବ୍ ପ୍ରସିଦ୍ଧ ଅଟେ । ଏଠାରେ ସିଂହ ରାସ୍ତା ରେ ବୁଲୁଥିବା ର ମଧ୍ୟ ଦେଖିବାକୁ ମିଳିଥାଏ। ଅନେକ ସମୟ ରେ ଗାଡି ରେ ଯାଉଥିବା ଲୋକ ମାନଙ୍କ ର ସିଂହ ସହିତ ଭେଟ ହୋଇଥାଏ। ତେବେ ଏବେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁ ଭିଡିଓ ଦେଖିବାକୁ ଏକ ସିଂହ ଓ ଜଣେ ବ୍ୟକ୍ତି ର ଭେଟ ହୋଇ ଯାଇଥିବାର ଦେଖିବାକୁ ମିଳିଛି।

ଯାହାର ଦୃଶ୍ୟ ସିସିଟିଭି କ୍ୟାମେରା ରେ ରେକର୍ଡ ହେବା ପରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ଟି ଜୁନାଗଜର ର ଏକ ହୋଟେଲ୍ ର ଅଟେ। ଏହି ହୋଟେଲ ରେ ଏକ ସିକୁରିଟି ନାଇଟ ଦିୟୁତି ରେ ଥିବା ସମୟ ରେ ଏକ ସିଂହ ଜଙ୍ଗଲ ରାସ୍ତା ପାର ହୋଇ ହୋଟେଲର ପୋର୍ଟିକ ମଧ୍ୟକୁ ଦୌଡି ଚାଲି ଆସିଥିଲା । ତେବେ ଗାର୍ଡ ଜଣଙ୍କ ଏହା ଦେଖି ଭୟ ରେ ଥରିବାକୁ ଲାଗିଥିଲେ ।

ତଥାପି ସେ ନିଜର ଭୟ କୁ କାବୁ କରି ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରିଥିଲେ ଓ ସାଙ୍ଗେ ସାଙ୍ଗେ ହୋଟେଲ୍ ର କ୍ୟବିନି ଭିତରକୁ ପଶି ଯାଇଥିଲେ । ଓ ଭିତରୁ କବାଟ ବନ୍ଦ କରିଦେଇ ଥିଲେ । ତେବେ ସିଂହ ଟି ହୋଟେଲ୍ ରେ କିଛି ସମୟ ରହି ଆପେ ଆପେ ପାଚେରୀ ଡେଇଁ ଚାଲି ଯାଇଥିଲା । ଓ ସିକୁରିଟି ଗାର୍ଡ ର କୌଣସି ପ୍ରକାର କ୍ଷତି ହୋଇ ନଥିଲା । ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଏହି ଜୁନାଗଡର ଜଙ୍ଗଲ ମାନଙ୍କରେ ଏସୀୟ ସିଂହ ପ୍ରବଳ ମାତ୍ରା ରେ ଦେଖା ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।