ଦେଖନ୍ତୁ ଭିଡିଓ : ହଠାତ Live ଆସି କାହିଁକି ଅଭିନେତା ସବ୍ୟସାଚୀ କହିଲେ ଏମିତି…

0

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଓଡ଼ିଶାର ଜଣେ ଅଭିନେତା ଯିଏକି ତାଙ୍କର ସମାଜସେବା ଏବଂ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା କୁ ନେଇ ଅନେକ ସମୟଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଯିଏ କେବଳ ରିଲ ଲାଇଫ ରେ ନୁହେଁ ବରଂ ରୀଏଲ୍ ଲାଇଫ ରେ ମଧ୍ୟ ତାଙ୍କର ନାୟକ ଭୂମିକା ତୁଲାଇ ଛନ୍ତି ଏବଂ ଓଡ଼ିଶାର ହିରୋ ପାଲଟିଛନ୍ତି। ଏହାଛଡା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ଅଭିନୟର ଯାଦୁରେ ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଲୋକପ୍ରିୟ କଳାକାର ହୋଇ ପାରିଛନ୍ତି ସେ।ତେବେ ସେ ହେଉଛନ୍ତି ସୁପରଷ୍ଟାର ସବ୍ୟସାଚୀ ମିଶ୍ର।ସେ ଏମିତି ଜଣେ ନାୟକ ଯାହାଙ୍କୁ ଭଲ ପାଆନ୍ତି ସାରା ଓଡ଼ିଶା ବାସୀ ଏବଂ ଅଗଣିତ ସିନେ ପ୍ରେମୀ।

ସେ ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ସବୁ ବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଓଡ଼ିଆ ସିନେମା ଜଗତ ପାଇଁ ଗର୍ବ ଏବଂ ଗୌରବ ର ପ୍ରତୀକ ଅଟନ୍ତି। ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି। ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ।ସେ ଦେଖିବାକୁ ଯେତିକି ହାଣ୍ଡ୍ସମ ଅଭିନୟ ମଧ୍ୟ ତାଙ୍କର ସେତିକି ଦମଦାର। ଅନେକ ଘଟଣାକୁ ନେଇ ସେ ବହୁତ୍ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।

ଆପଣ ତ ଜାଣିଛନ୍ତି କେବଳ ଅଭିନୟ ପାଇଁ ନୁହଁ ବରଂ ନିଜର ମାନବିକତା, ଉଦାରତା ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ପରିଚିତ। ଅନେକ ପ୍ରଶଂସକ ତାଙ୍କୁ ଏଥିପାଇଁ ଅନୁସରଣ କରିଥାନ୍ତି। ସେ ଅନେକ ସମୟରେ ତାଙ୍କର ପରିବାର ସହିତ ବିତାଉଥିବା ଖୁସିର ମୁହୂର୍ତ୍ତ କୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିବା ପରେ ମଧ୍ୟ ସେ ଅନେକ ସମୟରେ ଲାଇଭ ଭିଡିଓ ଜରିଆରେ ପ୍ରଶଂସକ ଙ୍କ ସାମ୍ନାକୁ ଆସିଛନ୍ତି।ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି ସବ୍ୟସାଚୀ। ଯେଉଁଥିରେ ସେ ଏକ ଦୁଃଖଦ ଖବର କୁ ଜଣାଇବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଇଛନ୍ତି।

ଖବର ଟି ହେଉଛି ଯେ ଏହି ନିକଟରେ ଅର୍ଚ୍ଚିତାଙ୍କ ଅଜା କରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ବହୁତ୍ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି। ତେଣୁ ସେ କହିଛନ୍ତି କରନା କୁ ଖାମଖିଆଲି ନନେଇ ସଚେତନ ହୋଇ ରହିବା ପାଇଁ। ଯଦିଓ ଏଥିରେ ଏତେ ଭୟଭୀତ ହେବାର କିଛି ନାହିଁ କାରଣ ୯୦ ପ୍ରତିଶତ ଲୋକ ଘରେ ରହି ସୁସ୍ଥ ହେଉଛନ୍ତି। ତେଣୁ ସବ୍ୟସାଚୀ କହିଛନ୍ତି ଯେ ଆଦୌ ବିଳମ୍ବ ନକରି ଯଥା ଶୀଘ୍ର କରନା ଟେଷ୍ଟ କରିବା ସହିତ ଚିକିତ୍ସା କରନ୍ତୁ ଏବଂ ଏହାକୁ ଲୁଚାନ୍ତୁ ନାହିଁ, ଫଳରେ ଆପଣ ଏଥିରୁ ଶୀଘ୍ର ଭଲ ହୋଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।