ଯଦି ୧ ଲକ୍ଷ ବର୍ଷ ତଳର କଥା ଦେଖିବା ତାହାଲେ ବର୍ତ୍ତମାନ ଭଳି ସେତେବେଳେ ମନୁଷ୍ୟ ଜାତି ପ୍ରାକୃତି ଉପରେ କୌଣସି ପ୍ରକାର ଅତ୍ୟାଚାର କରିପାରିନଥିଲା। କିନ୍ତୁ ସେତେବେଳେ ମଧ୍ୟ ପ୍ରାକୃତିକ ବିପତ୍ତି ସୃଷ୍ଟି ହେବାକୁ କେହି ରୋକି ପାରିବେ ନାହିଁ। ଆଜିକାଲିର ଟେକ୍ନୋଲୋଜି ଦ୍ୱାରା ଆସୁସୁଥିବା ପ୍ରାକୃତିକ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ସୁନାମୀ ଇତ୍ୟାଦି ହେବା ପୂର୍ବ ସୂଚନା ମିଳିଥାଏ। ଏଥିପାଇଁ ସରକାର ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦିଏ। କିନ୍ତୁ ଏହା ଆମେ କହିପାରିବା ନାହିଁ ଯେ ପ୍ରାକୃତିକ ଦୁର୍ବିପାକକୁ ମୂଳରୁ ବନ୍ଧ କରିବା ପାଇଁ ଏଯାଏ କୌଣସି ଟେକ୍ନୋଲୋଜି ବାହାରି ନାହିଁ। ତେବେ ପ୍ରତ୍ୟେକ ବର୍ଷ ବନ୍ୟା ବାତ୍ୟା ଇତ୍ୟାଦି ଆସିଥାଏ, ଆସିବା ପୂର୍ବରୁ ଜାଣି ହୋଇଥାଏ। କିନ୍ତୁ ବେଳେ ବେଳେ ପ୍ରାକୃତିକ ଦୁର୍ବିପାକ ଅଚାନକ ମାଡି ଆସିଥାଏ। ଏହାକୁ ଆଜିକାଲିର ବୈଜ୍ଞାନିକ ମଧ୍ୟ ଜାଣି ପାରନ୍ତି ନାହିଁ। ତେବେ ଏହି ଅଚାନକ ଦୁର୍ବିପାକ ନିମିଶକ ମଧ୍ୟରେ ଅନେକ କ୍ଷତି ଘଟାଇ ଥାଏ। ଏଭଳି ଅନେକ ସମୟରେ ଅଚାନକ ପ୍ରାକୃତିକ ଦୁର୍ବିପାକ ଦେଖିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ପ୍ରାକୃତିକ ଦୁର୍ବିପାଖ ଦେଖିବା ପାଇଁ ମିଳିଛି। ଯାହା ଆପଣ ମାନେ ଦେଖିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏଭଳି ଏକ ଏକ ଦୃଶ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଆପଣ ମାନେ କେବେବି ଦେଖି ନଥିବେ। ତେବେ ଘଟଣାଟି ହେଉଛି, ୩୦୦ ଫୁଟ ଉଚ୍ଚର ବାଲିଝଡ଼ ଦେଖିବା ପାଇଁ ମିଳିଛି। ପୂରା ଦୃଶ୍ୟକୁ ଦେଖିଲା ପରେ ହୋସ ଉଡିଯିବ, ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା;
ତେବେ ବନ୍ଧୁଗଣ ଏଭଳି କିଛି ଭୟଙ୍କର ଦୃଶ୍ୟ ଚୀନରେ ଦୁଂସୁଆଙ୍ଗ ପ୍ରଦେଶରେ ଦେଖିବା ପାଇଁ ମିଳିଛି। ତେବେ ସୂଚନା ଅନୁସାରେ ଚୀନର ‘ଗୋଭି’ ମରୁଭୂମିରେ ହଠାତ ମାଡି ଆସିଥିଲା, ୩ ଶହ ଫୁଟର ବାଲି ଝଡ଼। ଦୁଂସୁଆଙ୍ଗ ପ୍ରଦେଶରେ ଭୟର ବାତାବରଣ ଖେଳି ଯାଇଥିଲା। ସେହି ସମୟରେ ୨୦ ଫୁଟ ଦୂରରୁ କେହି କାହାରିକୁ ଦେଖି ପାରୁନଥିଲେ। ଲୋକ ମାନେ ଏତେ ବଡ଼ ବାଲି ଝଡ଼ କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଭୟଭୀତ ହୋଇଯାଇଥିଲେ।
ତେବେ ଝଡ଼ର ବେଗ ଏତେ ଥିଲା ସେଠାରେ ପୋଲିସ ଆସି ସମସ୍ତ ଗାଡି ଚଳାଚଳକୁ ବନ୍ଧ କରିଦେଇଥିଲେ। କାରଣ ଗାଡି ଚଲେଇବା ସମ୍ଭବ ନଥିଲା, କାହାରିକୁ କିଛି ବି ଦେଖା ଯାଉନଥିଲା। ସମସ୍ତେ ଭୟରେ ଗାଡି ଭିତରେ ଥିଲେ। ଏହା ବ୍ୟତୀତ ବାଧ୍ୟ ହୋଇ ଅନେକ ରାସ୍ତାକୁ ସିଲ କରିବା ପାଇଁ ବାଧ୍ୟ ହୋଇଥିଲେ। ତେବେ ଏହା ପୂର୍ବରୁ ଆପଣ ମାନେ ଜାଣିଥିବେ ଯେ ଚୀନରେ କିପରି ବର୍ଷାରେ ଉବୁଟୁବୁ ହେଉଥିଲା। ସତେ ଯେପରି ଚୀନ ଉପରେ କାହାର ଅଭିଶାପ ପଡିଛି। ବାରମ୍ବାର ପ୍ରାକୃତିକ ଦୁର୍ବିପାକ ସାମ୍ନା କରିବା ପାଇଁ ପଡୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।