ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ହଠାତ ମାଡି ଆସିଲା ବରଫ, ହିଂମସ୍ଖଳନର ତାଣ୍ଡବ Live ଭିଡ଼ିଓ ଦେଖିଲେ ଆଖିରେ ଲୁହ ଆସିଯିବ….

0

ପ୍ରକୃତି ଯେତେବେଳେ ତାଣ୍ଡବ ରଚିବ ସେତେବେଳେ ତାକୁ ଅଟକାଇବା ପାଇଁ କାହାର ବି ସାହସ ନାହିଁ। ମଣିଷର ଆଧୁନିକ ଆବିଷ୍କାର ଓ ବିଜ୍ଞାନ ମଧ୍ୟ ପ୍ରକୃତିର ରହସ୍ୟ କୁ ଭେଦି ପାରି ନାହିଁ କିମ୍ବା ଏହା ଭବିଷ୍ୟତରେ ବି ହେବା ସମ୍ଭବପର ନୁହେଁ।ତାପରେ ବି ସାମ୍ପ୍ରତିକ ମଣିଷ ସମାଜ ବର୍ତ୍ତମାନ ବିକାଶ ମୁଖୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଯଥେଷ୍ଟ ଉନ୍ନତି ଘଟିଛି। ସେଥିପାଇଁ ମଣିଷ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ ମନେ କରୁଛି।

ପୁନଶ୍ଚ ଗ୍ରହରୁ ଗ୍ରହାନ୍ତାର ଯାତ୍ରା ର ସାଫଲ୍ୟତା ମନରେ ସୃଷ୍ଟି କରୁଚି ଦୁର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଂକାର।ତାପରେ ବି ପ୍ରକୃତି ଆଗରେ ହାର ମାନୁଛି ଏବଂ ହାର ମାନିବାକୁ ବାଧ୍ୟ ହୁଏ ଆଜିର ମଣିଷ।

କାରଣ ପ୍ରକୃତି ସହ ଲଢ଼ିବାର ସାହସ ଏବେବି ମଣିଷ ପାଖରେ ନାହିଁ।ସେହିଭଳି ଏକ ଘଟଣା ଏବେ ନିକଟରେ ଘଟି ଯାଇଛି ଉତ୍ତରାଖଣ୍ଡରେ।ନିକଟରେ ଉତ୍ତରାଖଣ୍ଡ ଚାମୋଲିରେ ହୋଇଛି ଭୟଙ୍କର ହିମସ୍ଖଳନ।ତେବେ ଏହାକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

ସୂଚନା ଅନୁସାରେ ଚାମୋଲିରେ ଘଟିଥିବା ଏହି ଭୟଙ୍କର ହିମସ୍ଖଳନରେ ୭ ଜଣଙ୍କ ପ୍ରାଣ ହାନୀ ଘଟିଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି ଏବଂ ଏବେବି ୧୭୦ ଜଣ ନିଖୋଜ ରହିଛନ୍ତି ବୋଲି କୁହା ଯାଉଛି।ତେବେ ସେଠାରେ ଆହୁରି ଅନେକ ଲୋକ ଫସି ରହିଥିବା କଥା ସନ୍ଦେହ କରା ଯାଉଅଛି।

ତେବେ ଆପଣ ଏହାର ଭିଡିଓ ଦେଖିଲେ ଅନୁମାନ କରି ପାରିବେ ଏହା କେତେ ଭୟଙ୍କର ରହିଥିଲା। ଯାହାକୁ ଦେଖିଲେ ଆପଣ ଭୟଭୀତ ହେବା ନିଶ୍ଚିତ ଏବଂ ଏହା କିପରି ଭାବରେ ଘଟିଛି ତାର ମଧ୍ୟ ଆପଣ ଜାଣି ପାରିବେ। ଏହା ଯେତେବେଳେ ଘଟିଥିଲା ତାର ଗର୍ଜନ ମଧ୍ୟ ଭୟଙ୍କର ରହିଥିଲା। ଭୟଙ୍କର ଗର୍ଜନ ସହିତ ଏହା ମାଡ଼ି ଆସିଥିଲା।

ଆଉ ଗରଓ୍ଵାଲ ହିମାଳୟରେ ହଠାତ୍‌ ଗ୍ଲାସିୟର ଭାଙ୍ଗି ଭୟଙ୍କର ଗର୍ଜନ କରି ଏହା ମାଡି ଆସିଥିଲା ଏକ ପ୍ରଳୟଙ୍କରୀ ବନ୍ୟା ସଦୃଶ ହୋଇ। ଆଉ ଏହି ଆକସ୍ମିକ ବନ୍ୟାରେ ସଂପୂର୍ଣ୍ଣ ଭାବରେ ଧୋଇ ଯାଇଥିଲା ଡ୍ୟାମ୍‌।ଏହା ଏତେ ଭୟଙ୍କର ଥିଲା ଯେ ତାକୁ ନଦେଖିଲେ ବିଶ୍ୱାସ କରି ହେବନାହିଁ।

ତେବେ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ସେଠାକୁ ଏସଡିଆରଏଫ୍‌, ଏନଡିଆରଏଫ୍‌, ଆଇଟିବିପି ଓ ସେନା ଯବାନ ମୁତୟନ ହୋଇଛନ୍ତି ଏବଂ ଡେରାଡ଼ୁନ୍‌ରୁ ୫ଟି ଏନଡିଆରଏଫ୍‌ ଟିମ୍‌ ଘଟଣା ସ୍ଥଳକୁ ଯାଇଥିବା ବେଳେ ଆଉ ୩-୪ଟି ଟିମ୍‌କୁ ଦିଲ୍ଲୀରୁ ବିମାନ ଯୋଗେ ଉତ୍ତରାଖଣ୍ଡକୁ ଯାଇଛନ୍ତି।ତେବେ ଏହାର ପ୍ରବାହରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲା ଋଷି ଗଙ୍ଗା ଓ ଏନଟିପିସି ଶକ୍ତି ପ୍ରକଳ୍ପ।

ଏହାପରେ ନଦୀ ଅବବାହିକା ଅଞ୍ଚଳରେ ଥିବା ଲୋକଙ୍କୁ ତୁରନ୍ତ ଖାଲି କରାଯାଇ ନିକଟସ୍ଥ ଡ୍ୟାମ କୁ ମଧ୍ୟ ଖାଲି କରାଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।