ହଠାତ୍ ନାଗ ସାପଟି କେମିତି ଦୋକାନୀ ଉପରକୁ ଡେଉଁଛି, ଏମିତି ଭୟଙ୍କର ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ଅନେକ ସମୟରେ ମଣିଷ ଜୀବନ ସହ ଅଜବ୍ ଘଟଣା ମାନ ଘଟିଯାଇଥାଏ , ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ସେମିତି କିଛି ଘଟଣା , ଜଣେ ପାନ ଦୋକାନୀ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି , ଗରାଖ ନଥିବା ସମୟରେ ନିଜ ଦୋକାନ ରେ ବସିଥିଲେ ପାନ ଦୋକାନୀ । ହଠାତ୍ ଏକ ବିଷାକ୍ତ ସାପ ତାଙ୍କ ଦୋକାନ ଭିତରକୁ ପଶି ଆସିଥିଲା । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ , ସାପଟି ଉପରୁ ଲମ୍ଫ ମାରିଥିଲେ ମଧ୍ୟ ଦୋକାନୀ ଜଣକ ବଞ୍ଚି ଯାଇଥିଲେ ।

ଦୋକାନରେ କେହି ନଥିବା ବେଳେ ଦୋକାନୀ ଜଣକ ନିଜ ଫୋନରେ କିଛି ଦେଖୁଥିଲେ , କିଛି କଥା ଉପରେ ତାଙ୍କର କୌଣସି ନଜର ନଥିଲା । ଏହି ସମୟରେ ଦୋକାନ ରେ କିଛି ଶବ୍ଦ ଶୁଣି ଦୋକାନୀ ଜଣକ ଦୂରେଇ ଯାଇଥିଲେ । ଠିକ୍ ଏତିକି ବେଳେ ଉପରୁ ଘସିଥିଲା ଏକ ମସ୍ତବଡ କଳା ନାଗ , ଖାଇବା ପାଇଁ ନାଗଟି ଏକ ମୂଷାକୁ ଗୋଡାଉ ଥିଲା । ଦୋକାନ ସାରା ବୁଲି ବୁଲି ନାଗ ସାପଟି ମୂଷାକୁ ଗୋଡାଇଥିଲେ ମଧ୍ୟ ଧରିବାରେ ଅସଫଳ ହୋଇଥିଲା । ଶେଷରେ ଦୋକାନୀ ବସିଥିବା ଜାଗାକୁ ସିଧା ସଳଖ ଲମ୍ଫ ମାରିଥିଲା । ଚଳିତ ମାସ 6 ତାରିଖ ମଧ୍ୟାହ୍ନ 12 ସମୟରେ ଏହି ଘଟଣା ଟି ମଧ୍ୟପ୍ରଦେଶର ଏକ ଛୋଟିଆ ପାନ ଦୋକାନରେ ଘଟିଥିବା ସିସିଟିଭିରେ କଏଦ ହୋଇଛି ।

ଠିକ ସମୟରେ କିଛି ବିପଦ ଆସୁଛି ଭାବି ଦୋକାନୀ ଜଣକ ସେଠାରୁ ପଳାଇ ଥିବାରୁ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଛନ୍ତି । କୁହାଯାଏ ଯେ ଯେଉଁଦିନ ଯାହା ଘଟିବାର ଥାଏ , ତାହା ସୁନିଶ୍ଚିତ ଭାବରେ ଘଟିଥାଏ , ମାତ୍ର ଭଗବାନଙ୍କ କୃପା ଥିଲେ ସେଥିରୁ ବର୍ତ୍ତିବାର ମଧ୍ୟ ସମ୍ଭାବନା ରହିଥାଏ । ଯାହା ଏହି ଭିଡିଓ ରେ ଜଣେ ଦୋକାନୀ ସହ ଘଟିଛି , ସେ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ମଧ୍ୟ ଅଛନ୍ତି । କିନ୍ତୁ ଦୋକାନୀ ଜଣକ କହିବା କଥା ଯେ ହଠାତ୍ ଭୟଙ୍କର ନାଗ ସାପଟି ସେଠାକୁ କୁଆଁଡୁ ଆସିଲା , ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ବର୍ତ୍ତମାନ ଏହି ଭିଡିଓଟି ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ହଜାର ହଜାର ଲୋକ ଦେଖି ସେୟାର କରିବାରେ ଲାଗିଛନ୍ତି । ଯେଉଁ ଲୋକ ମଧ୍ୟ ଏହି ଭିଡିଓକୁ ଆଗ ଦେଖୁଛନ୍ତି ସେମାନେ ହଠାତ୍ ସାପ ଟିକୁ ଦେଖି ଭୟଭୀତ ହୋଇଯାଉଛନ୍ତି । କାରଣ ସାପଟି ମଧ୍ୟ ଦେଖିବାକୁ ସେମିତି ବଡ ହୋଇଛି ଏବଂ ତାର ତାର ଖାଦ୍ୟ ଅନୁସନ୍ଧାନରେ ସେ ବ୍ୟସ୍ତ ରହିଛି । ଯାହା ଆପମ ମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।