ହଠାତ ପାକିସ୍ଥାନ ପତ୍ରକାରଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ କୋହଲି, ଆଉ ଦେଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ

0

ଆସନ୍ତାକାଲି ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳା ଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଛି।ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ। ତେବେ ଏହାରି ଭିତରେ ପାକିସ୍ଥାନ ର ପ୍ରଦର୍ଶନ କୁ ସମସ୍ତେ ସ୍ଵାଗତ କରିଥିବା ବେଳେ ଏକ ଖବର ସମ୍ନାକୁ ଆସିଛି, ଯେଉଁଠି ଜଣେ ପତ୍ରକାର ଙ୍କ ପ୍ରଶ୍ନ ବିରାଟ କୋହଲି ଙ୍କୁ ରାଗିବା ପାଇଁ ବାଧ୍ୟ କରିଛି।ପାକିସ୍ତାନ ପାଖରୁ ୧୦ ଉଇକେଟରେ ଭାରତ ପରାଜୟ ବରଣ କରିବା ପରେ ଟିମ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲି ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଏଥିରେ ବିରାଟ ପାକିସ୍ଥାନ ଭଲ ପ୍ରଦର୍ଶନ କରିଥିବା କଥା କହିଥିଲେ।

କିନ୍ତୁ ବିରାଟ କୋହଲି ଙ୍କ ଏହି ସାମ୍ୱାଦିକ ସମ୍ମିଳନୀରେ ଜଣେ ପାକିସ୍ଥାନ ସାମ୍ୱାଦିକ ଙ୍କ ପ୍ରଶ୍ନରେ ରାଗି ଯାଇଥିଲେ ବିରାଟ। ସୂଚନା ଅନୁସାରେ ସାମ୍ୱାଦିକ ଜଣଙ୍କ ଟିମ୍ ଇଣ୍ଡିଆର ଟିମ୍ ଚୟନ ଉପରେ ପ୍ରଦାନ ଉଠାଇଥିଲେ।ସେ ବିରାଟ ଙ୍କୁ କହିଥିଲେ ଯେ କଣ ଇଶାନ କିସନ୍ ଙ୍କୁ ରୋହିତ ଶର୍ମା ଙ୍କ ବଦଳରେ ଟିମ୍ ରେ ନିଆ ଯାଇପାରେ।ଏହି ପ୍ରଶ୍ନ ଶୁଣି ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ ବିରାଟ ଏବଂ କହିଥିଲେ ଯେ ଏହା ଏକ ସାହସିକତା ର ପ୍ରଶ୍ନ। ଆପଣ କଣ କରି ପାରିଥାନ୍ତେ। ମୁଁ ଏବଂ ଇଣ୍ଡିଆ ଟିମ୍ ଏକ ଭଲ ଟିମ୍ ସହ ଖେଳିଛି। ମୁଁ ମୋର ବେଷ୍ଟ ଟିମ୍ ସହ ଖେଳିଛି। କଣ ଆପଣ ହେଇଥିଲେ ଆନ୍ତର୍ଜାତିକ କ୍ରିକେଟ ରୁ ରୋହିତ ଶର୍ମା ଙ୍କୁ ଡ୍ରପ କରି ଦେଇଥାନ୍ତେ।

ଆପଣଙ୍କୁ ଜଣା ଅଛି, ରୋହିତ ଶେଷ ମ୍ୟାଚ୍ ରେ କଣ କରିଥିଲେ? ଯଦି ଆପଣଙ୍କୁ କୌଣସି ବିବାଦ ଦରକାର ତେବେ ଆପଣ ମୋତେ କୁହନ୍ତୁ ମୁଁ ତାର ଉତ୍ତର ଦେବି। ଟି ୨୦ ବିଶ୍ୱକପ୍ ରେ ପାକିସ୍ଥାନ ପାଖରୁ ହାରିବା ପରେ ସାମ୍ବାଦିକ ସମ୍ମିଳନୀ ରେ ଏହି କାରଣରୁ ରାଗି ଯାଇଥିଲେ ବିରାଟ। ତେବେ ଏହାର ଭିଡିଓ ମଧ୍ଯ ଏବେ ସାମ୍ନାକୁ ଆସିଛି।ଏହି ଭିଡିଓ ରେ ଆପଣ ପାକ୍ ସାମ୍ବାଦିକ ଙ୍କ ପ୍ରଶ୍ନ ଏବଂ ବିରାଟ କୋହଲି ଙ୍କ ଜବାବ କଣ ରହିଥିଲା ତାହା ଦେଖି ପାରିବେ। ତେବେ ଗତକାଲି ଭାରତର ବ୍ୟାଟିଂ ପରେ ୧୫୨ ରନ୍ ରେ ଲକ୍ଷ୍ୟ ନେଇ ପାକିସ୍ଥାନ ପଡିଆକୁ ଉଲ୍ଲାଇ ଥିଲା।

ତେବେ ଉଭୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ପ୍ରଥମ ଉଇକେଟ ପାଇଁ ୧୦୭ ବଲରେ ୧୫୨ ରନ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟ ବିଶ୍ୱକପ୍ କ୍ରିକେଟରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଥମ ବିଜୟ। ଏହାଛଡ଼ା ପାକିସ୍ଥାନ ଭାରତକୁ ହରାଇ ଏକ ରେକର୍ଡ ସୃଷ୍ଟି କରିଛି ଏବଂ ଏକ ଭଲ ପ୍ରଦର୍ଶନକୁ ଦେଖାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।