ହଠାତ ପାଣିରେ ଭାସିଯାଉଥିବା ଯୁବକଙ୍କୁ ଏମିତି ବୁଦ୍ଧି ଖଟାଇ ବଞ୍ଚାଇଲେ ଯୁବତୀ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ମଣିଷ ଜୀବନରେ କେତେବେଳେ ବା କେଉଁ ମୁହୂର୍ତ୍ତରେ ବିପଦ ଆସିବ କେହି କହି ପାରିବେ ନାହିଁ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପହଁଞ୍ଚାଇ ଦେବ ତାହା ଭାବିବା ବହୁତ କଷ୍ଟକର ହୋଇଥାଏ। କିନ୍ତୁ ବେଳେ ବେଳେ ଯେଉଁ ଲୋକ ମାନେ ହଠାତ ବିପଦର ସମୁଖୀନ ହୋଇ ଥାଆନ୍ତି। ସେମାନଙ୍କୁ ବଞ୍ଚାଇବା ପାଇଁ କେହି ନା କେହି ଆସି ଯାଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ଜଣେ ଯୁବକ ପାଣିରେ ଭାସି ଯାଉ ଥିବାର ଦେଖି ଜଣେ ମହିଳା ତାଙ୍କୁ ଉଦ୍ଧାର କରିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଗୁଜୁରାଟର ଜୁନାଗଡ଼ର ବିଲିଙ୍ଗଡୀଂ ଡ୍ୟାମ ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିଲିଙ୍ଗଡୀଂ ଡ୍ୟାମର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ସେଠାରେ ସବୁବେଳେ ଲୋକ ମାନଙ୍କର ଭିଡ ଜମାଟ ହୋଇ ରହିଥାଏ। ଅନେକ ଦୂର ଦୂରାନ୍ତର ଅଞ୍ଚଳର ଲୋକ ମାନେ ମଧ୍ୟ ସେହି ସ୍ଥାନକୁ ବୁଲିବା ପାଇଁ ଆସି ଥାଆନ୍ତି। ସେମାନେ ଏହି ଡ୍ୟାମର ସୁନ୍ଦର ଦୃଶ୍ୟକୁ ଦେଖି ବହୁତ ଆକର୍ଷିତ ମଧ୍ୟ ହୋଇ ଯାଇ ଥାଆନ୍ତି। ସେମାନେ ସେହି ସ୍ଥାନ ଛାଡି ମଧ୍ୟ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।

ତେବେ ଗତ କିଛି ଦିନ ତଳେ ଲଗାତାର ବର୍ଷା ଯୋଗୁଁ ସେହି ବିଲିଙ୍ଗଡୀଂ ଡ୍ୟାମଟି ସମ୍ପୂର୍ଣ୍ଣ ଭାବରେ ଭରପୁର ହୋଇ ଯାଇ ଥିଲା। ଏହାର ସୁନ୍ଦରତା ରୁପକୁ ଦେଖିବା ପାଇଁ ଅନେକ ଲୋକ ମାନେ ଆସି ଥିଲେ ଓ ସେଠାରେ ଭିଡ଼ ମଧ୍ୟ ଲାଗି ରହିଥିଲା। ଠିକ ସେହି ସମୟରେ ସେଠାରେ ଥିବା ଜଣେ ଯୁବକଙ୍କ ଗୋଡ଼ ଖସି ଯାଇ ଥିଲା ଓ ଯାହା ଫଳରେ ସେ ଡ୍ୟାମ ଭିତରକୁ ଖସି ପଡି ଥିଲେ। ବ୍ୟକ୍ତି ଜଣଙ୍କ ପାଣିରେ ଭାସି ଯାଉ ଥିବାର ସେଠାରେ ଥିବା ଲୋକ ମାନେ ବା ଅନେକ ମହିଳା ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ଭୟ ଭିତ ମଧ୍ୟ ହୋଇ ଯାଇଥିଲେ।

ଯୁବକ ଜଣଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଅନେକ ଲୋକ ମାନେ ଚେଷ୍ଟା କରିଥିଲେ କିନ୍ତୁ କେହି ସଫଳ ହୋଇ ପାରି ନଥିଲେ। କିନ୍ତୁ ସେଠାରେ ଥିବା ଅନେକ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ନିଜର ଉପସ୍ଥିତ ବୁଦ୍ଧି ଓ ସାହାସିକତାର ସହିତ ଯୁବକ ନିକଟକୁ ଏକ ଓଢଣୀ ପକାଇ ଥିଲେ। ଏହା ପରେ ଯୁବକ ଜଣଙ୍କ ସେହି ଓଢଣୀଟିକୁ ଧରି ଉପରକୁ ଆସି ଯାଇ ଥିଲେ। ମହିଳା ଜଣଙ୍କର ଏଭଳି ସାହାସିକତା ଯୋଗୁଁ ଏନେକ ଲୋକ ମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment