ଦେଖନ୍ତୁ Shocking ଭିଡ଼ିଓ : ହଠାତ ରାତିରେ ପୋଷା କୁକୁରକୁ ଆକ୍ରମଣ କଲା ଭୁତ, ଦେଖନ୍ତୁ, cctv ରେ ରେକର୍ଡ ହୋଇନଥିଲେ କେହି ବିଶ୍ୱାସ କରିନଥାନ୍ତେ..

0

ଆଜିର ସମୟରେ ମଣିଷ ମାନେ ବୈଜ୍ଞାନିକ ଯୁଗରେ ନିଜର ବୁଦ୍ଧି ଓ ବିବେକ ବଳରେ ଚନ୍ଦ୍ରରେ ପହଁଚିଲେଣି। କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକ ମାନଙ୍କ ମନରେ ଭୂତ ଓ ପ୍ରେତର ଭୟ ରହିଛି। ଶୁଣିବାକୁ ମିଳିଥାଏ ଯେ, ଏହି ଭୂତ ଓ ପ୍ରେତ ମଣିଷ ମାନଙ୍କ ଉପରେ ଆକ୍ରମଣ କରିଥାଏ। କିନ୍ତୁ ବେଳେ ବେଳେ ମଧ୍ୟ ସେମାନେ ପଶୁ ଓ ଜନ୍ତୁ ମାନଙ୍କ ଉପରେ ଆକ୍ରମଣ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ପୋଷା କୁକୁରକୁ ଭୂତ ଘାଇଲା କରି ଦେଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ମହିଳା ଟିକ ଟକ ୟୁଜର ଅଟନ୍ତି। ସେ ତାଙ୍କ ଘର ଉପରେ ନଜର ରଖିବା ପାଇଁ ଏକ ପୋଷା କୁକୁର ଘରେ ରଖିଛନ୍ତି। ଏମିତିକି ନିଜର ପୋଷା କୁକୁର ଉପରେ ନଜର ରଖିବା ପାଇଁ ମଧ୍ୟ ଘରେ ଏକ ସିସିଟିଭି କ୍ୟାମେରା ଲଗାଇଛନ୍ତି। କାରଣ ସେ ଯେଉଁ ସମୟରେ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇ ଥାଆନ୍ତି, ସେହି ସମୟରେ ପୋଷା କୁକୁରର ଚାଲି ଚଳନ ଉପରେ ସେହି ସିସିଟିଭି ଦ୍ୱାରା ସବୁ କିଛି ଜାଣି ପାରିବେ ସେଥିପାଇଁ ସେ ଲଗାଇଛନ୍ତି।

ଥରେ ମହିଳା ଜଣଙ୍କ ବାହାରକୁ ଯାଇ ଥିଲେ, ଯେତେବେଳେ ସେ ଘରକୁ ଫେରି ସିସିଟିଭି ଫୁଟେଜକୁ ଚେକ କରିଲେ, ସେତେବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ସେହି ସିସିଟିଭି ଫୁଟେଜରେ ଦେଖିଲେ ଯେ, କିଛି ଅଦୃଶ୍ୟ ଶକ୍ତି ତାଙ୍କ ପୋଷା କୁକୁର ଉପରେ ଆକ୍ରମଣ କରୁ ଥିବାର ସେଥିରେ ସେ ଦେଖି ଥିଲେ। ଏହି ଅଦୃଶ୍ୟ ଶକ୍ତି ପିଞ୍ଜରା ଭିତରେ ଥିବା କୁକୁରଟି ଆକ୍ରମଣ ଫଳରେ ଛଟ ପଟ ହେଉଛି। ଯେମିତି କେହି କୁକୁରର ବେକକୁ ଜୋରରେ ଟାଣି ଧରିଛି ଓ ତାକୁ ଉପରକୁ ଉଠାଇ ପୁଣି ତଳକୁ ପକାଇ ଦେଉଛି।

ଏଥି ସହିତ କୁକୁର ବେକରେ ଲାଗିଥିବା ବେଳଟି ଚାପି ହୋଇ ଯାଇ ଛିଡି ମଧ୍ୟ ଯାଇଛି। ଏହି ଭିଡ଼ିଓ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ମହିଳା ଜଣଙ୍କ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି କାର୍ଯ୍ୟ କେବଳ ଭୂତ ହିଁ କରିପାରେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଖୁବ କମ ସମୟରେ ଏହାକୁ ୧୦ ଲକ୍ଷ୍ୟ ଲୋକ ମାନେ ଦେଖି ସାରିଛନ୍ତି। ଲୋକ ମାନେ ସେହି ଭିଡ଼ିଓ ଦେଖିବା ସାରିବା ପରେ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି। ଏଥି ସହିତ ଲୋକ ମାନେ କହିଛନ୍ତି ଯେ, ଏଭଳି ଭିଡ଼ିଓ ଆଗରୁ କେବେ ହେଲେ ଦେଖି ନଥିଲେ। ସେମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଭୟ ଭିତ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।