ହଠାତ ରୋଷେଇ ଘରେ ନାଗସାପ ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ମହିଳା…ଦେଖନ୍ତୁ Viral ଭିଡ଼ିଓ

0

ହଠାତ୍ ସାପକୁ ଦେଖିଲେ କିମ୍ୱା ସାପ ନା ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ସାପକୁ ଦେଖିଲା ମାତ୍ରେ ଶରୀରରେ ଏକ ଶିହରଣ ଖେଳି ଯାଇଥାଏ ଏବଂ ଭୟରେ ଯିଏ ଯୁଆଁଡେ ପାରନ୍ତି ଦୌଡି ଯାଆନ୍ତି । ଆମ ଚାରିପାଖରେ ଆମେ ବିଭିନ୍ନ ପ୍ରକାର ସାପ ଦେଖିଥାଉ ଏବଂ ସାପର ନା ମଧ୍ୟ ଶୁଣିବାକୁ ପାଇଥାଉ । କିନ୍ତୁ ନାଗସାପ ନା ଶୁଣିଲେ ଅଧିକ ଭୟ ଲାଗିଥାଏ ଏବଂ ଅନେକ ସମୟରେ ଏହି ସାପ ଘରେ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକୁ ଲୋକମାନେ ଦେଖି ବହୁତ ଭୟଭୀତ ହୋଇ ଯାଇଥାନ୍ତି । ସେମିତି ଏକ ଘଟଣା ସାମ୍ନାକି ଆସିଛି , ଯାହା ଦେଖିବା ପରେ ଆପଣ ମାନେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

ସାପକୁ ନେଇ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଙ୍କି ଧଅଁସର ପଞ୍ଚାୟତ , ଯେଉଁଠାରେ ଗ୍ୟାସ ସିଲିଣ୍ଡର ତଳେ ଫସି ରହିଥିଲା ଏକ ନାଗସାପ । କଟକ ଧଅଁସର ବାଙ୍କି ପଞ୍ଚାୟତରେ ରତ୍ନାକର ସାହୁଙ୍କ ରୋଷୋଇଘରେ ଏକ ନାଗସାପ ଫସି ରହିଥିଲା । ସେହି ସମୟରେ ରତ୍ନାକର ଙ୍କ ମାଆ ରୋଷେଇ ଘରକୁ ଯାଇଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ତଳୁ ନାଗସାପ ଟିଏ ବାହାରିଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ସୌଭାଗ୍ୟ ବଶଃତ ସାପଟିର ଲାଞ୍ଜ ଗ୍ୟାସ ସିଲିଣ୍ଡର ତଳେ ଫସି ରହିଥିବାରୁ ଆକ୍ରମଣ କରି ପାରି ନଥିଲା ସେ ସାପଟି ।

ଏକଥା ଜାଣିବା ପରେ ସାପଟିକୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ସ୍ନେକହେଲ୍ପ ଲାଇନ କୁ ଯୋଗା ଯୋଗ କରିଥିଲେ । ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି 4 ଫୁଟ ର ନାଗ ସାପକୁ ଉଦ୍ଧାର କରିଥିଲେ । ଏହି ନାଗସାପ ଟିକୁ ଦେଖିବା ପାଇଁ ଗାଁ ଲୋକମାନଙ୍କର ପ୍ରବଳ ଭିଡ ଜମିଥିଲା । ତେବେ ଆପଣ ମାନେ ଯଉଁଠି ବି ଭୟଙ୍କର ସାପ ଦେଖୁଛନ୍ତି ତେବେ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ । ଆପଣ ମାନେ ନିଜେ କୌଣସି ପ୍ରାକର ପ୍ରଚେଷ୍ଟା କରନ୍ତୁ ନାହିଁ , କାରଣ କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ସେଥିପାଇଁ ଆପଣ ମାନେ ସ୍ନେକ ରେସ୍କ୍ୟୁ ଟିମ କୁ ଖବର ଦିଅନ୍ତୁ ।

ମଣିଷର ସାମାନ୍ୟ ଭୁଲ ପାଇଁ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଇ ପାରେ , ସେଥିପାଇଁ ସତର୍କତା ର ସହିତ କାର୍ଯ୍ୟ କରନ୍ତୁ । ସାପକୁ ଦେଖି ଭୟଭୀୟ ନହୋଇ ସାପକୁ ଯେପରି ସୁରକ୍ଷିତ ଭାବରେ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଅନ୍ତୁ । ତେବେ ଯାଇ ଆପଣ ମାନେ ସୁରକ୍ଷିତ ରହିବା ସହ ସାପ ମାନେ ମଧ୍ୟ ସୁରକ୍ଷିତ ରହିବେ । ତେଣୁ ସର୍ବଦା ଆମକୁ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।