ଦେଖନ୍ତୁ ଅଦ୍ଭୁତ ଭିଡିଓ : ହଠାତ ମୁହଁକୁ କାମୁଡ଼ିଲା କୁକୁର, ୮ ଦିନ ହେଲା ଆସୁନି ବାଳକର ଚେତା ଦେଖନ୍ତୁ ଏକ ସତ ଭିଡ଼ିଓ ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଲେନି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଯେମିତି ମନୁଷ୍ୟ ମାନଙ୍କୁ ଖାଇବାକୁ ନ ମିଳିଲେ ସେମାନେ ବେଳେ ବେଳେ ଖୁବ ଜୋରରେ ଚିତ୍କାର କରିଥାନ୍ତି, ସେମିତି ପଶୁ ଜନ୍ତୁ ମାନେ ଖାଇବାକୁ ନ ପାଇଲେ ସେମାନେ ହିଂସ୍ର ପାଲଟି ଯାଆନ୍ତି।ସେଥିପାଇଁ ସେମାନେ ବେଳେ ବେଳେ ଛୋଟ ଛୁଆଠୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଆକ୍ରମଣ କରିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଗୋଟେ ଛୋଟ ବାଳକଟି ରାସ୍ତାରେ ଯାଉଥିବା ସମୟରେ ଗୋଟେ କୁକୁରଟି ଅତ୍ୟଧିକ କାମୁଡି ଦେବାର ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରାନିଚେଲି ଗ୍ରାମର 10 ବର୍ଷର ବାଳକଟିଏ, ରାସ୍ତାରେ ଯାଉଥିବା ସମୟରେ ଏକ ହିଂସ୍ର କୁକୁରଟି କାମୁଡି ଦେଇଛି। ଗ୍ରାମରେ ହେଉ ବା ସହରରେ ହେଉ ବୁଲା କୁକୁର ମାନେ ରାସ୍ତାରେ ବୁଲି ବୁଲି ଖାଦ୍ୟ ଖାଇଥାନ୍ତି। ଭାଗ୍ୟ ବଶତଃ ଯଦି ସେମାନଙ୍କୁ ଖାଦ୍ୟ ନ ମିଳେ, ତା’ହେଲେ ସେମାନେ ହିଂସ୍ର ପାଲଟି ଯାଆନ୍ତି। ହଠାତ ସେହି ଛୋଟ ପିଲାଟି ବାଟରେ ଯାଉଥିବା ସମୟରେ କୁକୁରଟି ଗୋଡ଼ାଇ କାମୁଡି ଥିଲା ତାର ମୁଁହକୁ, ସେହି ବାଳକଟିର ନାମ ଥିଲା ଶିବ ପ୍ରସାଦ।

ବାଳକଟିର ମୁଁହକୁ କୁକୁରଟି କାମୁଡି ଦେଲା ପରେ ସେ ଖୁବ ଜୋରରେ ଚିତ୍କାର କରି ଉଠିଲା, ଗୁରୁତର ଆହତ ହେବା ପରେ ତାକୁ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲରେ ତାକୁ ତୁରନ୍ତ ଭର୍ତ୍ତି କରାଯାଇଥିଲା। ବାଳକଟିର ମୁଁହରେ ପରିସ୍ଥିତି ଜଟିଳ ଥିବାରୁ ତାକୁ ICU ରେ ରଖା ଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେହି ବାଳକର ୮ ଦିନ ହେଲାଣି ଚେତା ଫେରୁ ନାହିଁ। ଏବଂ ଏହି ଖବର ଶୁଣି ତାଙ୍କ ଘର ଲୋକ ମାନେ ବ୍ୟସ୍ତ ବିବ୍ରତ ହୋଇ ପଡୁଛନ୍ତି। ହସ୍ପିଟାଲରେ ଚିକିତ୍ସା ଅବହେଳା ହେଉଛି ବୋଲି ତାଙ୍କ ପରିବାର ଲୋକ ମାନେ ଅଭିଯୋଗ କରିଛନ୍ତି ଓ ସେମାନେ ମଧ୍ୟ କହିଥିଲେ ସାଧରଣ କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିବାରୁ ଏପରି ହୋଇଛି ବୋଲି କହିଛନ୍ତି।

ବର୍ତ୍ତମାନ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଚିନ୍ତାରେ ଅଛନ୍ତି ତାର ବାପା ଓ ମା, ଭଗବାନଙ୍କ ନିକଟରେ ଏତିକି ପାର୍ଥନା କରୁଛି ଯେ,ପିଲାଟି ଖୁବ ଶୀଘ୍ର ଭଲ ହେଉଯାଉ ବୋଲି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।