ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ। ସାପ ଏଭଳି ଏକ ଜନ୍ତୁ ଯାହାକୁ ଦେଖିବା ମାତ୍ରେ ବହୁତ ମାତ୍ରାରେ ଭୟ ଲାଗିଥାଏ। ସେମାନେ ବଣ, ଜଙ୍ଗଲ ଆଦି ସ୍ଥାନରେ ବୁଲୁ ଥାଆନ୍ତି। ସମୟ ସମୟ ସେମାନେ ଘରେ ପଶି ଲୋକ ମାନଙ୍କୁ ଆଘାତ କରି ଚାଲି ଯାଇ ଥାଆନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଗୋଟେ ସାପ ଆସି ଛୋଟ ଝିଅଟି ବେକରେ ଗୁଡେଇ ହୋଇ, କାମୁଡି ଦେଇଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନା ଅନୁସାରେ, ମହାରାଷ୍ଟ୍ରର ୱାର୍ଧା ଜିଲ୍ଲା ବୋରାଖେଡି ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଗୋଟେ ୭ ବର୍ଷର ଛୋଟ ଝିଅଟି ତଳେ ଶୋଇଥିବା ସମୟରେ, ରାତି ପ୍ରାୟ ୧୧ ଟା ସମୟରେ ଏକ ସାପ ଆସି ତା ବେକରେ ଗୁଡ଼ାଇ ହୋଇ ରହି ଯାଇଥିଲା। ସାପଟି ଜୋର ଜୋର ଗର୍ଜନ କରିବାରୁ ଛୋଟ ଝିଅଟିର ନିଦ ଭାଙ୍ଗିଗଲା ଓ ସେ ଭୟରେ ବଡ଼ ପାଟିରେ ଚିତ୍କାର କରିଲା। ଝିଅଟିର ପାଟି ଶୁଣି ତା ବାପା ଓ ମାଆ ଉଠି ପଡିଲେ ଓ ସାପକୁ ଦେଖି ଡରି ଯାଇ,ତାଙ୍କ ପଡ଼ୋଶି ମାନଙ୍କୁ ଡାକିଥିଲେ ଓ ପଡ଼ୋଶୀ ମାନେ ଆସି ଜମାଟ ହୋଇ ଯାଇଥିଲେ।
ସାପଟି ପାଖା ପାଖି ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବେକରେ ଗୁଡେଇ ହୋଇ ରହିଥିଲା। କେମିତି ସାପଟିକୁ ବାହାର କରିବେ ସେହି ଚିନ୍ତାରେ ସମସ୍ତେ ପଡି ଯାଇଥିଲେ। ପରେ ସାପ ଧରାଳିକୁ ଫୋନ କରି ଡକା ଯାଇଥିଲା ଓ ସାପ ଧରାଳି ଆସି ସାପକୁ ଦେଖି ନାଗ ସାପ ବୋଲି କହିଥିଲେ। ସାପକୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଧରି ପାରିଲେ ନାହିଁ। ସେହି ସମୟରେ ସାପ ଝିଅଟିକୁ କାମୁଡି ସେ ସ୍ଥାନରୁ ପଳାଇ ଯାଇଥିଲା। ସଙ୍ଗେ ସଙ୍ଗେ ଝିଅଟିକୁ ତାଙ୍କ ପରିବାର ଲୋକ ମାନେ ଚିକିତ୍ସା ପାଇଁ ପାଖ ସେବାଗ୍ରାମ ମେଡିକାଲକୁ ନେଇ ଯାଇଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରି ଦେଇଛି। ତେବେ ବନ୍ଧୁଗଣ ଆପଣ ମାନେ ଯେଉଁଠି ବି ସାପକୁ ଦେଖୁଛନ୍ତି, ତା’କୁ ତୁରନ୍ତ ବାହାର କରି ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।