ହେ ଭଗବାନ ଆଶ୍ଚର୍ଯ୍ୟ ! ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର, ଦେଖିବାକୁ ଲୋକଙ୍କ ଭିଡ, ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ…..

0

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।କିନ୍ତୁ ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।

ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ପ୍ରଜାପତିର ପିଠିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୃସିଂହ ଅବତାରର ଛବି ଦେଖିବାକୁ ମିଳିଛି! ତେବେ ଏହା କୌଣସି କାଳ୍ପନିକ କାହାଣୀ ନୁହଁ।ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ନୃସିଂହ ଅବତାର ରେ ନିଜେ ପ୍ରଜାପତି ଦେହରେ ପ୍ରକଟ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା।ସୂଚନାନୁଯାୟୀ ଏହି ପରି ଆଶ୍ଚର୍ଯ୍ୟକର ଓ ଆଲୌକିକ ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲାରେ।ଏହି ଜିଲ୍ଲାରେ ଛତ୍ରପୁର ସହରରେ ଏକ ଭିନ୍ନ ପ୍ରକାର ପ୍ରଜାପତି ଦେଖିବାକୁ ମିଳିଛି ।ଏଠାରେ ଛତ୍ରପୁର ଏନଏସିର ଭାଷ୍କରରାଓପେଟା ସାହି ନିବାସୀ ଙ୍କ ଘରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ପ୍ରଜାପତି ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳର ସାନ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ଘରକୁ ଏହି ବିଚିତ୍ର ପ୍ରଜାପତିଟି ଦୁଇ ଦିନ ତଳେ ଆସି ଉଡି ବୁଲୁଥିବାର ଦେଖିବାକୁ ମିଳିଥିଲା।ପ୍ରଜାପତି ଟିକୁ ଯେତେ ଓଡାଇଲେ ବି ସେ ଏଠାରୁ ଯାଉ ନଥିଲା।ଏହାପରେ ଏହି ପ୍ରଜାପତି ଟି ସୋମବାର ସକାଳୁ କୃତିବାସଙ୍କ ଗୋଡ଼ ତଳେ ଆସି ବସିଲା। ତେଣୁ କୃତିବାସ ପ୍ରଜାପତିକୁ ଧରି ଥିଲେ ଏବଂ ସେ ପ୍ରଜାପତି ଦେହରେ ଯାହା ଦେଖି ଥିଲେ ,ତାହା ସେ ନିଜେ ବିଶ୍ୱାସ କରି ପାରି ନଥିଲେ।

ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନୃସିଂହ ଅବତାରର ଛବି ଥିଲା।ଏହାକୁ ଦେଖି କୃତିବାସ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ପରିବାର ଲୋକ ଙ୍କୁ ଡାକି ଥିଲେ।ଏହାକୁ ଦେଖି ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହୋଇ ଥିଲା।ଏହାପରେ କୃତିବାସ ଙ୍କ ପରିବାର ର ସମସ୍ତ ସଦସ୍ୟ ଉକ୍ତ ପ୍ରଜାପତି କୁ ଭକ୍ତି ପ୍ରଣାମ କରି ଥିଲେ ଏବଂ ଅତି ଭକ୍ତିରେ ପ୍ରଜାପତି କୁ ସାଇତି ରଖିବା ସହ ତାକୁ ଧୂପ ଦୀପ ଆଦି ଦେଇ ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ଥିଲା।ସମସ୍ତେ ତାଙ୍କ ଘରକୁ ଆସି ପ୍ରଜାପତି କୁ ଭଗବାନ କହି ଭୋଗ ଲଗାଇ ଥିଲେ।ସମସ୍ତେ କହିଛନ୍ତି ମହାପ୍ରଭୁ ଜଗନ୍ନାଥ କରୋନା ରୁ ମାନବ ଜାତିକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।ଏହି ଫଟୋ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।