ହେ ଭଗବାନ ! ଅଭିମାନ କଲେ କି ଠାକୁର, କେନ୍ଦ୍ରାପଡାରେ ଗଡୁନି ବ୍ରହ୍ମତାଳଧ୍ୱଜ ରଥ, କାନ୍ଦୁଛନ୍ତି ଭକ୍ତ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କେନ୍ଦ୍ରାପଡ଼ା ରେ ଯୋଉ ରଥଯାତ୍ରା ହୁଏ, ତାହା ସାରା ଓଡିଶା ରେ ପ୍ରସିଦ୍ଧ ଲାଭ କରିଛି, ତେବେ ଆମେ ସମସ୍ତେ ଜାଣିଛୁ କି ଆମ ଓଡ଼ିଶା ରେ ବିଭିନ୍ନ ଧର୍ମରେ ଲୋକ ମାନେ ବାସ କରନ୍ତି | ଆଉ ସମସ୍ତଙ୍କ ମଧ୍ୟରେ ମଧ୍ୟ ଭଲ ପାଇବା ରହିଛି, ତେବେ ଆମ ହିନ୍ଦୁ ଧର୍ମ ରେ ପ୍ରଚଳିତ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ,ଠିକ ସେହିପରି କେନ୍ଦ୍ରାପଡ଼ା ରେ ମଧ୍ୟ ଯୋଉ ରଥଯାତ୍ରା ପାଳନ କରାଯାଏ ତାହା ଆମେ ସମସ୍ତେ ଜାଣିଥାଉ | ଆଉ ବିଶେଷ କରି ଆମ ଓଡ଼ିଶା ର ଲୋକ ମାନେ ଜଗନ୍ନାଥ ପ୍ରେମୀ ହୋଇଥାନ୍ତି | କିନ୍ତୁ ଏବେ ଜଗନ୍ନାଥ ଙ୍କ ରଥ ଆଉ ଗଡୁନି କେନ୍ଦ୍ରାପଡ଼ା ରେ, ଯାହାକୁ ନେଇ ଭକ୍ତ ମାନେ ବ୍ୟସ୍ତ ହୋଇପଡିଛନ୍ତି |

ଏପରି ଏକ ଦୁଃଖ କର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁର ରେ, ଆଉ ଯୋଉଠି ଗଡିଥାଏ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବ୍ରହ୍ମହତାଳଧ୍ଵଜ ରଥ | ଆଉ ଏହି ପରମ୍ପରା ଦୀର୍ଘ 100 ବର୍ଷ ହେଲା ଚାଲି ଆସୁଛି, କିନ୍ତୁ ରଥ ପ୍ରସ୍ତୁତ ଅଛି ଆଉ ପଥ ବି ପ୍ରସ୍ତୁତ ଅଛି, କିନ୍ତୁ ରାସ୍ତାରେ ଗଡୁନି ରଥ | ଯାହାକୁ ନେଇକି ଭକ୍ତ ସମେତ ସେବାୟତ ମାନେ ମଧ୍ୟ ବ୍ୟସ୍ତ ହେଇ ପଡୁଛନ୍ତି, ଆଉ କଣ ଭୁଲ ସେମାନଙ୍କର ରହିଲା କଣ ପାଇଁ ରଥ ଗଡ଼ୁନି ତାହାର କାରଣ ଜାଣିବା ପାଇଁ ଚାହିଁଛନ୍ତି ସମସ୍ତେ |ତେବେ ଏହି ସବୁ ଘଟଣା କୁ ନେଇକି ଜଣେ ଭକ୍ତ ଆଉ ସେବାୟତ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ରଥର ଚକ ନ ଗୋଡ଼ିବାରୁ ମିଡ଼ିଆ ଆଗରେ କାନ୍ଦି ପକାଉଛନ୍ତି ଭକ୍ତ ଜଣଙ୍କ ଆଉ କହିଛନ୍ତି କି, ମୋର ଜନ୍ମ ପାଖରୁ ଏପରି ରଥ ରାସ୍ତାରେ ନ ଗଡିବ ମୁଁ ମୋ ଜୀବନରେ ଦେଖିନି | ଆଜି ମୋର ବୟସ 84 ଧରିଲାଣି କିନ୍ତୁ ଏଭଳି ଘଟଣା ପ୍ରଥମେ ଘଟିଛି, ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ପିଲା ଦିନେ ବାଲି ଓ କାଦୁଅ ରେ ରାସ୍ତା ଥିଲା ସେତେବେଳେ ତ ରଥ ଚକ ଗୋଡିଯାଉଥିଲା କିନ୍ତୁ ଆଜି ରାସ୍ତା ଏତେ ଉନ୍ନତ ଧରଣର ହେଇକି ମଧ୍ୟ ରଥ କଣ ପାଇଁ ଗଡ଼ୁନି ବୋଲି ସେ କହିଛନ୍ତି |

ଆଉ ଏହି ସବୁ ଘଟଣା ପାଇଁ ସେ ଚାଳକ ମାନଙ୍କୁ ଦାୟୀ କରିବା ସହିତ ଭକ୍ତ ମାନଙ୍କର କଣ ଭୁଲ ଅଛି ତାହା ଜଣାଇବାକୁ ପ୍ରଭୁ ଜଗନ୍ନାଥ ଙ୍କ ଆଗରେ ହାତ ଯୋଡ଼ି କାନ୍ଦି କାନ୍ଦି କହିଛନ୍ତି | ଆଉ ମିଡ଼ିଆ ସାମ୍ନାରେ ଉପସ୍ଥିତ ଥିବା ଜଣେ ସେବାୟତ କହିଛନ୍ତି କି ଦୀର୍ଘ 2 ବର୍ଷ ହେଲା କରୋନା ଯୋଗୁଁ ପ୍ରଶାସନ ଙ୍କ ନିୟମ କି ମାନିକି ରଥ ଯାତ୍ରା କୁ ଵନ୍ଦ କରିଦିଆଗଲା | ଆଉ ଏବେ 2 ବର୍ଷ ପରେ ଜଗନ୍ନାଥ ଏବେ ରୁଷି ଯାଇଛନ୍ତି ଆଉ ସେ ପୂଜା ଭୋଗ କିଛି ଗ୍ରହଣ ନମ୍ବର କରି, ମାଉସି ଘରକୁ ମଧ୍ୟ ଯାଉ ନାହାନ୍ତି | ଆଉ ସେହି ରାସ୍ତା ଉପରେ ଅଛନ୍ତି ଓ ରଥ ମଧ୍ୟ ଗଡୁନାହିଁ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment