ଦେଖନ୍ତୁ ଭିଡ଼ିଓ : ହେ ଭଗବାନ ! ବାପା ର ଚିତା ଆଗରେ ତିନି ପୁଅ ଙ୍କ ତାଯୁବ କଲା ଭଳି ଦୃଶ୍ୟ….

0

ବର୍ତ୍ତମାନ ସମାଜରେ ଯେତେ ଶିକ୍ଷିତ ହେଲେ ମଧ୍ୟ ନିଜ ମଧୁ ମାନବିକତା ଭଳି ଗୁଣ ହ୍ରାସ ପାଇବାରେ ଲାଗିଛି, ଫଳରେ ସମାଜରେ ଅନ୍ୟାୟ ଅନୀତି ଏବଂ ଅତ୍ୟାଚାର ର ସୀମା ବଢ଼ିିବାର ଲାଗିଛି। ପ୍ରତ୍ୟେକ ଦିନ ଆମ ସମାଜରେ ଅପରାଧ ବଢି ବଢି ଚାଲିଛି, ଚୋରି , ହତ୍ୟା , ଲୁଟ, ରେପ, ଭଳି ଘଟଣା ଦେଖିବା ପାଇଁ ମିଳିଥାଏ। ଏହା ବ୍ୟତୀତ ବର୍ତ୍ତମାନ ଜମି ଜମା ଭଳି ଗଣ୍ଡଗୋଳ ଏକ ସାଧାରଣ କଥା ହୋଇଗଲାଣି, ଏପରି କି ଜମି ବାଡ଼ି ପାଇଁ ଲୋକେ ହତ୍ୟା କରିବା ପାଇଁ ବି ପଛାଉ ନାହାନ୍ତି, ଏଭଳି ଜମି ବାଡିକୁ ନେଇ ବିବାଦ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଦୃଶ୍ୟ ଦେଖିଥାଉ।

ତେବେ ବର୍ତ୍ତମାନ ଜମି ବାଡ଼ି ବିବାଦକୁ ନେଇ ଏଭଳି ଏକ ଗଣ୍ଡଗୋଳ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲା ପରେ ଆପଣ ମୁଣ୍ଡରେ ହାତ ଦେଇଦେବେ, ଯାହାକି ନିଜ ବାପା ଚିତା ଜଳୁଥିବା ସ୍ଥାନରେ ୩ ପୁଅ ଗଣ୍ଡଗୋଳ କରୁଛନ୍ତି ସମ୍ପତ୍ତିକୁ ନେଇକି ତେବେ ବନ୍ଧୁଗଣ ଆପଣ ମାନେ ଏହି ଘଟଣା ଟିକୁ ସମ୍ପୂର୍ଣ୍ଣ ଜାଣି ସାରିଲା ପରେ ପାଟିରୁ ଗୋଟିଏ ଶବ୍ଦ ବାହାରିବ, ଛି..ଛି ସମାଜରେ ଏମିତି ବି ଲୋକ ଅଛନ୍ତି। ତେବେ ଚାଲନ୍ତୁ ବନ୍ଧୁଗଣ ଜାଣିବା କଣ ରହିଛି ଘଟଣାର ସତ୍ୟା ସତ୍ୟ;

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନ ର କିଲୱାଡାରେ ଯାହାକି ଭିଡ଼ିଓ ଟିରେ କିଛି ଏକ ସ୍ମଶାନ ରେ ଅଛନ୍ତି ସେମାନଙ୍କ ମଧ୍ୟରୁ ତିନିଜଣ ଯୁବକ ନିଜ ନିଜ ମଧ୍ୟରେ ଧସ୍ତା ଧସ୍ତି ହେବା ସହିତ ଅଶୀଳ ଭାଷାରେ ଫାଟି ପଡୁଥିଲା ସ୍ମଶାନ। ତେବେ ଏହାର ପ୍ରକୃତ ଘଟଣା ହେଉଛି ଯେଉଁ ତିନି ଜଣ ଝଗଡା ଲାଗୁଛନ୍ତି, ସେମାନେ ନିଜ ବୃଦ୍ଧ ବାପାଙ୍କର ମୃତ୍ୟୁ ହୋଇଯିବା ଫଳରେ ସେମାନେ ସ୍ମଶାନ ରେ ଆଣି ତାଙ୍କୁ ଚିତା ଜଳାଇ ଥିଲେ। ତେବେ ବାପାଙ୍କ ଚିତା ଜଳୁଥିବା ସମୟରେ, ବାପାଙ୍କ ସମ୍ପତ୍ତି ର ଭାଗ ବଣ୍ଟ ନେଇ ସେମାନଙ୍କ ମଧ୍ୟରେ ଆରମ୍ବ ହୋଇ ଯାଇଥିଲା ଯୁକ୍ତି ତର୍କ।

ଏହି ଯୁକ୍ତି ତର୍କ ଧୀରେ ଧୀରେ ବଡି ଗଣ୍ଡଗଳ ଭଳି ଉଗ୍ରରୂପ ଧାରଣ କରିଥିଲା। ସେଠାରେ ଉପସ୍ଥିତ ଗ୍ରାମବାସୀ ସେମାନଙ୍କୁ ଯେତେ ବୁଝେଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବୁଝିନଥିଲେ , ଶେଷରେ ପୋଲିସ ଆସି ସମାଧାନ କରିବାରେ ସଫଳ ହୋଇଥିଲେ। ତେବେ ଏଠାରେ ଆମ ମାନଙ୍କର ଗୋଟିଏ ଅନୁରୋଧ ଯେଉଁ ବାପା ମାଆ ବର୍ତ୍ତମାନ ଅଛନ୍ତି, ନିଜ ସନ୍ତାନ କୁ ଏହି ଘଟଣା ସମ୍ପର୍କରେ ଅବଗତ କରନ୍ତୁ , ସେମାନଙ୍କ ମନରେ ଏଭଳି କିଛି ଚିନ୍ତା ଧାରା ଅଛି କି ନାହିଁ। ସତରେ ବନ୍ଧୁଗଣ ଆମ ସମାଜରେ ମାନବିକତା ହ୍ରାସ ପାଇବାରେ ଲାଗିଛି, ଯାହାକି ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।