ହେ ଭଗବାନ ! ଦେଖନ୍ତୁ Live ଭିଡ଼ିଓ ମୃତ୍ୟୁର କେନାଲ ରେ ବୁଡି ଗଲା ପିଲାଙ୍କ ଭବିଷ୍ୟତ, ଏମିତି ବି ଆସେ ମୃତ୍ୟୁ….

ମୃତ୍ୟୁ ର ପାଟି ରୁ ବଞ୍ଚିଲା ନାହିଁ ଅଧା ରୁ ଅଧିକ ଜୀବନ। କେନାଲ କଡ଼େ କଡ଼େ ଜମ ବସାଇ ଥିବା କାଳ ଫାସରୁ ଫିଟି ପାରିଲା ନାହିଁ ଲୋକ ମାନଂକ ଜୀବନ। ପାଣି ଭିତରେ ପ୍ରାଣ ଚାଲିଗଲା ଓ ଚାଲୁଥିବା ନିଶ୍ବାସ ବନ୍ଦ୍ ହୋଇଗଲା । ଆଉ କେନାଲ ଭିତରେ ହି ଜଳ ସମାଧି ନେଲେ ୩୫ ଜଣ ଯାତ୍ରୀ। ମଧ୍ୟପ୍ରଦେଶ ରେ ଏଭଳି ଏକ ମୃତ୍ୟୁ ର ତାଣ୍ଡବ ସାରା ଦେଶ କୁ ଦୋହଲାଇ ଦେଇଥିବା ବେଳେ ବହୁନି ବାହୁନି କାନ୍ଦୁଛନ୍ତି ବସ୍ ଟ୍ରାଜେଡି ରେ ପ୍ରାଣ ହରାଇ ଥିବା ଯାତ୍ରୀ ଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ । ଏହି ବସ୍ ଟ୍ରାଜେଡି ରେ କିଏ ନିଜ ଭାଇ କୁ ହରାଇ ଅଛି ତ ଆଉ କିଏ ନିଜ ପୁଅ ଝିଅ କୁ ତ ଆଉ କିଏ ନିଜ ସାଙ୍ଗ କୁ ।

ବସ୍ ଭିତରେ ଅଧିକାଂଶ ଥିଲେ ଛାତ୍ର ଛାତ୍ରୀ। ନର୍ସିଂ ପରୀକ୍ଷା ଦେବା ପାଇଁ ଯାଉଥିଲେ । ହେଲେ କିଏ ଜାଣିଥିଲା ପରୀକ୍ଷା ଦେବା ପୂର୍ବରୁ ଅଧା ରେ ଚାଲିଯିବ ପ୍ରାଣ ଆଉ ଅଧା ରେ ରହିଯିବ ପାଠ ପଢି ଚାକିରି କରିବା ସ୍ବପ୍ନ। ଦୃଶ୍ୟ କିଛି ଏମିତି ଥିଲା ଯେ ପାଖ ସିଟ୍ ରେ ଯେଉଁ ସାଙ୍ଗ ବସିଥିଲେ ପାଣି ରୁ ଉଦ୍ଧାର ପରେ ସେ ଆଉ ନାହିଁ । ତେବେ ସକାଳେ ବସ୍ ଟି ଯାତ୍ରୀ ମାନଙ୍କୁ ନେଇ ସିଦ୍ଧି ରୁ ସତନା ଯାଉଥିଲା । ସବୁ କିଛି ଠିକ୍ ଥିଲା କିଏ ଓହ୍ଲାଇବା ପାଇଁ ମନ ବାନ୍ଧିଥିଲା ତ ଆଉ କିଏ ଆଗ ଷ୍ଟପେଜ୍ ରେ ଓହ୍ଲାଇ ନିଜ ପ୍ରିୟ ପରିଜନ ଙ୍କୁ ଭେଟିବ ବୋଲି ଖୁସି ଥିଲା ।

ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା । ସାମ୍ନା ରୁ ଆସୁଥିବା ବୋଲୋର୍ କୁ ସାଇଟ୍ ଦେବା କୁ ଯାଇ ବସ୍ ଟି ଭାରସାମ୍ୟ ହରାଇ କେନାଲ କୁ ଖସି ପଡିଲା । ମୃତ୍ୟୁ ର ନାଆ ରେ ବସି ସମସ୍ତେ ଜୀବନ ପାଇଁ ଛଟ ପଟ ହେଉଥିଲେ ବି ଘଟଣା ସ୍ଥଳରେ ହିଁ ଅନେକ ଲୋକ ଙ୍କ ଜୀବନ ଚାଲି ଯାଇଥିଲା । ଆଖି ଖୋଲିବା ପାଇଁ ବି ସୁଯୋଗ ଦେଇ ନଥିଲା ଜମ ଆଉ ଶୋଷି ନେଇଥିଲା ଗୋଟିଏ ଗୋଟିଏ ଜୀବନ । ବସ୍ ରେ ମୋଟ ୫୦ ଜଣ ଯାତ୍ରୀ ଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ରେ ୪୫ ଜଣଙ୍କ ମୃତ୍ୟୁ ଦେହ ଉଧାର କରାଯାଇଛି ।

ଏଥି ସହିତ ମୃତୁ ବରଣ କରିଥିବା ଲୋକ ମାନଂକ ପରିବାର କୁ କିଛି ସାହାର୍ଯ୍ୟ ରାଶି ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ଉତ୍ତରାଖ୍ଡର ରେ ହୋଇଥିବା ପ୍ରଳୟ ସାରା ଦେଶ କୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ ପ୍ରଦେଶ ର ବସ୍ ଟ୍ରାଜେଡି ସାରା ଦେଶକୁ ମର୍ମାହତ କରି ଦେଇଛି । ସେଠାରେ ପାଣି ପ୍ରଳୟ ଆଣି ଥିବା ବେଳେ ଏଠାରେ ପାଣି ପାଟି ରେ ପଶି ଚାଲି ଯାଇଛି ୪୫ ଜଣଙ୍କ ଜୀବନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment