ହେ ଭଗବାନ ! ଏମିତି ବି ଆସେ ମୃତ୍ୟୁ…ଦେଖନ୍ତୁ ଭିଡ଼ିଓ

0

ମୃତ୍ୟୁ କେତେବେଳେ ଆସି କାହା ପାଖରେ ଦଣ୍ଡାୟମାନ ହେବ ତାହା କହିବା ସହଜ କିମ୍ବା ସମ୍ଭବପର ନୁହଁ। କାରଣ ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି ଆଉ କେତେବେଳେ ପୁଣି ତାକୁ ଜୀବନ ହାରିବାକୁ ପଡ଼ିଥାଏ।

ତେଣୁ କୁହାଯାଏ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ବାସ୍ କେବଳ ଆମର ସାବଧାନତା ଏବଂ ସଚେତନତା ରହିବା ଦରକାର। ଆଉ ଯଦି ଆମ ସହ କିଛି ଖରାପ୍ ହେବାର ନଥିବ ତେବେ ଏହା ହେବ ନାହିଁ ମଧ୍ୟ। କିନ୍ତୁ ନିଜକୁ ବେଶ୍ ସାବଧାନ ରହିବାକୁ ପଡିବ।ସେହିପରି ନିକଟରେ ଏକ ଘଟଣା ଘଟିଛି ଯାହା ଏବେ ସମସ୍ତଙ୍କୁ ଭୟଭୀତ କରିଛି ଏବଂ ଚର୍ଚ୍ଚା ର ବିଷୟ ପାଲଟିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାଟି ଯେତିକି ଭୟାନକ ସେତିକି ଦୁଃଖ ଦାୟକ ଅଟେ।

ଏ ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ କହିବେ କଣ ସତରେ ଏମିତି ବି ଆସିଥାଏ ମୃତ୍ୟୁ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଘଟଣାରେ ଦେଖିବାକୁ ମିଳିଛି ଯେ ଠିକଣା ଜାଗାରେ ଗାଡ଼ି ପହଞ୍ଚାଇବା ପରେ ମାଲ୍ ଅନ୍ ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିବା ବେଳେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଡ୍ରାଇଭର।
ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣଙ୍କ ଅର୍ଦ୍ଧ ଦଗ୍ଧ ହୋଇ ଯାଇଥିବା ବେଳେ ଟ୍ରକ୍ ର ଅଧା ଅଂଶ ପୋଡ଼ି ଯାଇଛି।

ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଧୂସର ଥାନା ଅନ୍ତର୍ଗତ ଡୁଗୁରୁପାଲି ଗ୍ରାମରେ। ତେବେ ଏଥିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ଯିଏକି ଟ୍ରକ୍ ର ଡ୍ରାଇଭର ଥିଲେ,ସେ ହେଉଛନ୍ତି ବିହାର ର ରାମକୁମାର ଯାଦବ। ସିମେଣ୍ଟ ଅନ୍ ଲୋଡ୍ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିବା ପରେ ଉଚ୍ଚ ବିଦ୍ୟୁତ୍ ଶକ୍ତି ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳ ରେ ହିଁ ଡ୍ରାଇଭର ଜଣଙ୍କ ମୃତ୍ୟୁ ଘଟିଛି। ଏହାପରେ ଅଗ୍ନିଶମ ବିଭାଗ ଟ୍ରକ୍ କୁ ଉଦ୍ଧାର କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ସେଠାରେ ଧୁସୁରା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।