ଦେଖନ୍ତୁ Shocking ଭିଡ଼ିଓ : ହେ ଭଗବାନ ! କଅଁଳ କୋଳରେ କଅଁଳ ପୁଅ…ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

0

କରନା ମହାମାରି ଯେ କେତେ ପରିବାରକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଛି ତାର ହିସାବ ନାହିଁ। କିଏ ନିଜର ସ୍ୱାମୀକୁ ହରାଇଛି ତ କିଏ ପୁଣି ନିଜର ସ୍ତ୍ରୀକୁ। କିଏ ପୁଣି ବାପା ମାଆ ଙ୍କୁ ହରାଇ ଅନାଥ ହୋଇ ଯାଇଛି ତ ପୁଣି କିଏ ବାପା, ମାଆ ଛେଉଣ୍ଡ। ପୁଣି କେଉଁ ପରିବାରରେ ନିଜର ରୋଜଗାରିଆ ପୁଅକୁ ହାରାଇ ବାପା, ମାଆ ଅସହାୟ, ବେସାହାରା ହୋଇ ପଡିଛନ୍ତି। ଅନେକ କରୁଣ କାହାଣୀ ଦେଖିବା ପାଇଁ ମିଳିଛି ଏହି କରନା ମାହାମାରି ସମୟରେ। ସେହିପରି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି।

ଯାହାକୁ ଦେଖିଲେ ଆପଣ ବି ଧର୍ଯ୍ୟ ହରା ହୋଇ ପଡ଼ିବେ। କାରଣ ଏଠାରେ ୭ ବର୍ଷର ଭଉଣୀ ହାତରେ ତାର ଦେଢ଼ ମାସର ସାନ ଭାଇର ଦାୟିତ୍ଵ ରହିଛି। କରନା ରେ ସଂକ୍ରମିତ ହୋଇ ଉଭୟ ବାପା ମାଆ ଆର ପାରିକୁ ଚାଲି ଯାଇଛନ୍ତି।ନବଜାତ ଶିଶୁପୁତ୍ରକୁ ଜନ୍ମଦେବାର ୭ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ମା ଆଖି ବୁଜି ଦେବା ପରେ କିଛି ଦିନ ପରେ ବାପା ବି କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଗଲେ। ଇଶ୍ବରଙ୍କର ଏ କି ବିଚିତ୍ର ଲୀଳା।ଦୁଇ କଅଁଳ ପିଲାଙ୍କୁ ବାପାମା ଛେଉଣ୍ତ କରିଦେଲା ଏ ନିଷ୍ଠୁର କରୋନା।

ଏହି ହୃଦୟ ବିଦାରକ କାହାଣୀ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର।ସରକାରୀ ଡାକ୍ତରଖାନାର ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଥିବା ପତ୍ନୀ ସ୍ମିତା ପଣ୍ଡା ଓ ରେଲୱେ କର୍ମଚାରୀ ସ୍ବାମୀ କମଳେଶ ପଣ୍ଡା କରନା ରେ ଆରପାରି କୁ ଚାଲିଗଲା ପରେ  ୭ ବର୍ଷର ଝିଅ ଏବଂ ଦେଢ଼ ମାସର ପୁଅ ବାପା ମାଆ ଛେଉଣ୍ଡ ହୋଇ ଯାଇଛନ୍ତି। ଆଉ ତାଙ୍କର ବାପା ମାଙ୍କ ମୃତ୍ଯୁ ପରେ ବଡ଼ ମା ଓ ବଡ଼ ବାପା ପାଖରେ ଲାଳନ ପାଳନ ହେଉଛନ୍ତି ଏହି ଦୁଇ କଅଁଳ ଶିଶୁ ।ଏହି ସମୟରେ ଏମିତି ଦୁଃଖଦ ପରିସ୍ଥିତି ରେ ବଡ଼ ଭଉଣୀ ତାର କୁନି ଭାଇର ସବୁ ଯତ୍ନ ନେଉଛି।

ବଡ ଭଉଣୀ ତାକୁ କାନ୍ଧରେ ପକାଇ ବୁଲାଇ ଆଣୁଛି,ଆଉ ତାକୁ ବୁଝାଇ ଦେଉଛି କି ତୁ କାନ୍ଦୁଛୁ କାହିଁକି, ବାପା ମା ସିନା ଆମକୁ ଛାଡି ଚାଲିଗଲେ, ତୋ ପାଖରେ ପରା ମୁଁ ଅଛି, ତୋର କିଛି ବି ହେବନି। ଏମିତି କହି ବଡ ଭଉଣୀ ତାକୁ କାନ୍ଧରେ ପକାଇ ବୁଲାଇ ଆଣୁଛି,ସାନଭାଇ କୁ ଝୁଲଣା ରେ ଝୁଲାଇ ଝୁଲାଇ ଶୂଆଇ ବି ଦେଉଛି।ମାତ୍ର ୭ ବର୍ଷ ବୟସରେ ବଡ଼ ଭଉଣୀ କିନ୍ତୁ ବୁଝି ସାରିଛି ଆମ ବାପା ଆମକୁ ଛାଡ଼ି ଚାଲି ଯାଇଛନ୍ତି। କୁନି ଭାଇର କଥା ମୋତେ ବୁଝିବାକୁ ପଡ଼ିବ। ତେବେ ସରକାର ଏମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ଭଲ ହୁଅନ୍ତା ବୋଲି ଦାବି ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।