ହେ ଭଗବାନ ! କୁନି ଛୁଆ କୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ, ଦେହରେ କ୍ୟାନସର, ଦୟାକରି ଏହି ଝିଅ ପାଇଁ ସାମର୍ଥ୍ୟ ଅନୁସାରେ ସାହାର୍ଯ୍ୟ କରନ୍ତୁ…

0

କ୍ୟାନସର ରୋଗ କୌଣସି ଏକ ସାଧାରଣ ରୋଗ ନୁହେଁ । ଏହି ରୋଗ ର ନାମ ଶୁଣିଲେ ଭି ଭୟ ଲାଗେ। ଥରେ ଭାବନ୍ତୁ ଯଦି ଏହି ରୋଗ କୌଣସି ଏକ ଛୋଟ ଛୁଆ କୁ ହୋଇଥାଏ ତେବେ ସେ କେତେ କଷ୍ଟ ଯେ ପାଉ ନଥିବ। ବାପା ସେହି ଛୁଆ କୁ ଦେଖୁ ଥିଲେ ତାଙ୍କ ଛାତି ଫାଟି ଯାଉଥିବ ଦୁଃଖ ରେ। ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ।

ଓଡ଼ିଶା ର ମାଲକାନଗିରି ଜିଲ୍ଲା ରେ ବିକାଶ କୁମାର ଡାଣ୍ଡସେନା ।।ନିଜ ଝିଅ ଓ ପତ୍ନୀ କୁ ନେଇ ଖୁସି ରେ ନେଇ ଗାଁ ରେ ରହୁଥିଲେ । କିନ୍ତୁ ଭାଗ୍ୟ ର ବିଡମ୍ବନା ଦେଖନ୍ତୁ କେମିତି ତାଙ୍କ ହସ ଖୁସି ସଂସାର ଟି ଭୁଷୁଡି ପଡ଼ିଲା ଯେତେବେଳେ ଡାକ୍ତର କହିଲେ ଝିଅ କୁ କ୍ୟାନସର ହୋଇଛି। ଝିଅ ଟିର ନାମ।ଯେଉଁ ବୟସ ରେ ହସି ଖେଳି ବୁଲିବା କଥା ସେହି ବୟସ ରେ ହସ୍ପିଟାଲ୍ ବେଡ୍ ରେ ପଡି ରହିଛନ୍ତି ବିରା। ଡିସେମ୍ବର ମାସ ୨୭ ତାରିଖ ରାତି ରେ ହଠାତ୍ ବୀରା ର ପେଟ ରେ ଭୀଷଣ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ଏହା ପରେ ବାପା ମା ଦୁଇ ଜଣ ଝିଅ କୁ କାନ୍ଧରେ ପକାଇ ମାଲକାନଗିରି ହସ୍ପିଟାଲ୍ କୁ ନେଇ ଯାଇଥିଲେ କିନ୍ତୁ ସେଠାକାର ଡାକ୍ତର ସମସ୍ୟା ବିଷୟ ରେ ଜାଣି ପାରିନଥିଲେ। ସେଠାରୁ ସେ ନିଜ ଝିଅ କୁ ଆନ୍ଧ୍ରପ୍ରଦେଶ ର ଏକ ଚାଇଲ୍ଡ ହସ୍ପିଟାଲ କୁ ନେଇ ଯାଇଥିଲେ । ତେବେ ଡାକ୍ତର ଵିରା ସ୍ଵାସ୍ଥ୍ୟ ଅବସ୍ଥା ଦେଖି ବିକାଶ କୁ କହିଥିଲେ ଯେ ସେ ତାଙ୍କୁ ହାଇଦ୍ରାବାଦର ରେଙ୍ଗୋ ଚିଲ୍ଡ୍ରେନ ହସ୍ପିଟାଲକୁ ନେଇ ଯାଆନ୍ତୁ ଯେଉଁଠି ତାଙ୍କ ଝିଅର ଚିକିତ୍ସା ହୋଇ ପାରିବ।

ତେବେ ଏକ ନୂଆ ଆଶା ନେଇ ବିକାଶ ନିଜ ଝିଅ କୁ ହାଇଦ୍ରାବାଦର ରେଙ୍ଗୋ ଚିଲ୍ଡ୍ରେନ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସା କରିବା ପରେ ଡାକ୍ତର କହିଥିଲେ ଯେ ଝିଅ କୁ ସମ୍ପୂର୍ଣ ସୁସ୍ଥ କରିବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ରୋଗ ବିଷୟ ରେ ସମ୍ପୂର୍ଣ ବିବରଣୀ ଦେଇ ନଥିଲେ । ତେବେ ମଧ୍ୟବିତ୍ତ ପରିବାର ର ଲୋକ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା କୌଣସି ଏକ ଛୋଟ ଏମାଉଣ୍ଟ ନୁହଁ । ଶେଷରେ ସେ ସେଠାରୁ ନିଜ ଝିଅ କୁ ଭେଲର ମେଡିକାଲ କଲେଜ ନେଇ ଆସିଥିଲେ ଯେଉଁଠି ଜଣା ପଡିଥିଲା ଯେ ବିରା ଙ୍କ ଲିଭର ରେ କ୍ୟାନସର ହୋଇଛି। ଏହି କଥା ଶୁଣି ସାରିବା ପରେ ସତେ ଯେପରି ମା ବାପା ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ତେବେ ବର୍ତ୍ତମାନ ଝିଅର ଚିକିତ୍ସା ପାଇଁ ୭ ଲକ୍ଷ ଟଙ୍କା ଆବଶ୍ୟକ । କୌଣସି ପ୍ରକାର ଉପାୟ ନପାଇ ଶେଷରେ ସୋସିଆଲ ମିଡିଆରେ ନିଜ ଦୁଃଖ ପ୍ରକାଶ କରିଥିଲେ ବିକାଶ ଆଉ ଝିଅର ଚିକିତ୍ସା ପାଇଁ ସାହାର୍ଯ୍ୟ ମାଗିଥିଲେ । ତେବେ କେତେଜଣ ସହୃଦୟ ବ୍ୟକ୍ତି ମାନଙ୍କ ପାଇଁ ଏପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ଯୋଗାଡ ହୋଇ ପାରିଛି ।ତେବେ ଯଦି ଆପଣ ଇଛୁକ ଅଛନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ୍ ରେ ସାହାର୍ଯ୍ୟ କରି କରନ୍ତୁ ।

Name – Bikasha Kumar Dandsena
State Bank Of India
CIF No: 89961114753
Account No : 37149952708

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।