ହେ ଭଗବାନ ! ଓଡିଶାରେ ଘଟିଲା ବଡ ଅଘଟଣ, ୪୦ ରୁ ଅଧିକ ବୋମା ମାଡ଼, ୩୦ ଟି ଘର ଜଳି ପୋଡି ଝାରଖାର…ଦେଖନ୍ତୁ ଭିଡ଼ିଓ

0

ବ୍ରହ୍ମଗିରି ରେ ପୁଣି ବୋମାମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ସୂଚନା ଅନୁସାରେ ସାତପଡ଼ା ଅଞ୍ଚଳ ନାଥପୁର ରେ ପୁଣି ବୋମା ମାଡ଼ ହୋଇଛି। ତେବେ ଏଥିରେ ଘର ପୋଡ଼ି ଦେଇଥିବା ମଧ୍ଯ ସୂଚନା ଆସିଛି। ଜମି ଜବରଦଖଲ କୁ ନେଇ ଏପରି ଘଟଣା ଘଟିଥିବା କୁହଯାଉଛି। ଫଳରେ ସେଠାରେ ୫୦ ରୁ ଅଧିକ ବୋମାମାଡ ହୋଇଛି ଏବଂ ଏକ ଅପ୍ରୀତିକର ପରିସ୍ଥିତି ସେଠାରେ ସୃଷ୍ଟି ହୋଇଛି। ଆଉ ଏହି ଘଟଣା ଘଟିବା ପରେ ସେଠାରେ ପୁରୀ ର ଏସ ପି ଙ୍କ ସମେତ ଏସ୍ ଡି ପି ଓ, ବ୍ରହ୍ମଗିରି ର ଆଇ ଆଇ ସି ମଧ୍ଯ ଉପସ୍ଥିତ ରହିଥିଲେ। ତେବେ ଘଟଣସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପୋଲିସ୍ ଅଧିକାରୀ ଘଟଣାର ତଦାରଖ କରୁଛନ୍ତି।

ତେବେ ସାତପଡ଼ା ଅଞ୍ଚଳରେ ଏହି ଯେଉଁ ଘଟଣା ଘଟିଛି ଏଥିରେ କଣ କାରଣ ରହିଛି ତାହା ଯାହା ଜଣା ପଡ଼ିଛି ବ୍ରହ୍ମଗିରି ଗ୍ରାମର ୪୦ ପରିବାର ଜାତିଆଣ ଭେଦଭାବ କୁ ନେଇ ନାଥପୁର ଅଞ୍ଚଳରେ ଆସି ଏଠାକାର ସରକାରୀ ଜମି ଉପରେ ଆସି ଜବରଦଖଲ କରିଥିଲେ। ସେହି ସମୟରେ ଯାହା ଜଣା ପଡିଥିଲା କି ସ୍ଥାନୀୟ ପ୍ରଶାସନ ଏବଂ ସାତପଡ଼ା ଅଞ୍ଚଳର ଲୋକ ସେମାନଙ୍କୁ ମନା କରିଥିଲେ ସେଠାରେ ନ ରହିବା ପାଇଁ ଯେହେତୁ ସେମାନେ ସେ ଅଞ୍ଚଳର ଲୋକ ନୁହଁ। ତେବେ ବ୍ରହ୍ମଗିରି ପ୍ରଶାସନ ଏବଂ ତହସିଲଦାର ସେତେବେଳ ମାନବିକତା ଦୃଷ୍ଟିରୁ ସେତେବେଳେ କରନା ସମୟ ଚାଲିଥିବା କାରଣରୁ ସେମାନଂକୁ ସେଠାରେ ରହିବାକୁ ସୁଯୋଗ ଦେଇଥିଲେ।

କିନ୍ତୁ ସେମାନେ ଅସୁବିଧା ସମୟରେ ଦିଆ ଯାଇଥିବା ସୁଯୋଗକୁ ହାସଲ କରିବା ପାଇଁ ସେଠାରେ ସ୍ଥାୟୀ ଘର କରିବାକୁ ବ୍ୟବସ୍ଥା କରୁଥିଲେ। ତେବେ ଏହି ସ୍ଥାୟୀ ମୌଜା କୁ ବାରଣ କରି ସାତପଡ଼ା ଅଞ୍ଚଳର ଲୋକେ ଯେତେବେଳ ଗତକାଲି ବୈଠକ ଡାକି ଆଲୋଚନା କରିବାକୁ ଡାକିଥିଲେ, ସେତେବେଳ ବୈଠକ କୁ ଯାଇଥିବା ତିନି ଜଣ ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ। ତେବେ ସେହି ଆକ୍ରମଣକୁ ପ୍ରତିବାଦ କରିବା ପାଇଁ ଯେତେବେଳ ସେହି ମଉଜାର ଲୋକେ ହରିଜନ ବସ୍ତିକୁ ଯାଇଥିଲେ, ସେତେବେଳ ସେମାନେ ପାଲଟା ଆକ୍ରମଣ ସ୍ଵରୂପ ୧୦ ଟି ବୋମାମାଡ କରିଥିଲେ ବୋଲି ଜାହା ଜଣା ପଡ଼ିଛି ଏଵଂ ପୋଲିସ୍ ସୂତ୍ରରୁ ତଥ୍ଯ ସାମ୍ନାକୁ ଆସିଛି।

ତେବେ ଏହାପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା ଏବଂ ପରେ ସେମାନେ ମଧ୍ଯ ଏହାର ପ୍ରତିବାଦ ସ୍ବରୂପ ଏବେ ବୋମାମାଡ କରି ଏପରି କାଣ୍ଡ ଘଟାଇଛନ୍ତି ଏବଂ ସଂପୂର୍ଣ୍ଣ ଅଞ୍ଚଳରେ ନିଆଁ ଲଗାଇ ଦେଇଛନ୍ତି। ତେବେ ସେଠାରେ ଏପରି ଘଟଣା ପରେ ଏକ ଅସ୍ଥିରତା ଦେଖା ଦେଇଛି ଏବଂ ଲୋକମାନେ ଉତ୍ତେଜିତ ହୋଇ ରହିଛନ୍ତି ଏବଂ ପୋଲିସ୍ ସେଠାରେ ମୁତୟନ ହୋଇ ଘଟଣାର ଅନୁଧ୍ୟାନ କରି ଏହାକୁ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ଚେଷ୍ଠା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।